୩୦ଲକ୍ଷ ଟଙ୍କାର ଗଞ୍ଜେଇ ଛାଡ଼ି ୩ ବେପାରୀ ଫେରାର 

ବାରିପଦା,୧୨ା୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଦେଇ ପଶ୍ଚିମବଙ୍ଗକୁ  ଚାଲାଣ ବେଳେ ଯଶିପୁର ପୋଲିସ ୩୦ଲକ୍ଷ ଟଙ୍କା ମୂଲ୍ୟର ୩ କୁଇଣ୍ଟାଲରୁ ଊର୍ଦ୍ଧ୍ୱ ଗଞ୍ଜେଇଭର୍ତ୍ତି ଏକ କାର୍‌ ଜବତ କରଛି। ସୂଚନାଯୋଗ୍ୟ, ଟଙ୍ଗାବିଲା ନିକଟରେ ଯଶିପୁର ପୋଲିସ ପାଟ୍ରୋଲିଂ କରୁଥିବା ବେଳେ କେନ୍ଦୁଝର ପଟୁ ଆସୁଥିବା ଏକ ଫର୍ଚୁନର କାର୍‌ ହଠାତ୍‌ ୨୨୦ନଂ. ଜାତୀୟ ରାଜପଥ ଦେଇ କରଞ୍ଜିଆ ଆଡ଼କୁ ଦ୍ରୁତ ଗତିରେ ଚାଲିଯାଉଥିଲା। ପୋଲିସ ସନ୍ଦେହ କରି ଗାଡ଼ିକୁ ପିଛା କରୁଥିବା ବେଳେ ଟଙ୍ଗାବିଲା ଜଙ୍ଗଲ […] The post ୩୦ଲକ୍ଷ ଟଙ୍କାର ଗଞ୍ଜେଇ ଛାଡ଼ି ୩ ବେପାରୀ ଫେରାର  appeared first on Dharitri Odia News.

୩୦ଲକ୍ଷ ଟଙ୍କାର ଗଞ୍ଜେଇ ଛାଡ଼ି ୩ ବେପାରୀ ଫେରାର 
ବାରିପଦା,୧୨ା୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଦେଇ ପଶ୍ଚିମବଙ୍ଗକୁ  ଚାଲାଣ ବେଳେ ଯଶିପୁର ପୋଲିସ ୩୦ଲକ୍ଷ ଟଙ୍କା ମୂଲ୍ୟର ୩ କୁଇଣ୍ଟାଲରୁ ଊର୍ଦ୍ଧ୍ୱ ଗଞ୍ଜେଇଭର୍ତ୍ତି ଏକ କାର୍‌ ଜବତ କରଛି।
ସୂଚନାଯୋଗ୍ୟ, ଟଙ୍ଗାବିଲା ନିକଟରେ ଯଶିପୁର ପୋଲିସ ପାଟ୍ରୋଲିଂ କରୁଥିବା ବେଳେ କେନ୍ଦୁଝର ପଟୁ ଆସୁଥିବା ଏକ ଫର୍ଚୁନର କାର୍‌ ହଠାତ୍‌ ୨୨୦ନଂ. ଜାତୀୟ ରାଜପଥ ଦେଇ କରଞ୍ଜିଆ ଆଡ଼କୁ ଦ୍ରୁତ ଗତିରେ ଚାଲିଯାଉଥିଲା।
ପୋଲିସ ସନ୍ଦେହ କରି ଗାଡ଼ିକୁ ପିଛା କରୁଥିବା ବେଳେ ଟଙ୍ଗାବିଲା ଜଙ୍ଗଲ ନିକଟରେ ଗାଡ଼ି ଛାଡି ୩ ଗଞ୍ଜେଇ ବେପାରୀ ଚମ୍ପଟ ମାରିଥିଲେ। ପୋଲିସ ଗାଡ଼ି ଜବତ କରି ଥାନାକୁ ଆଣିଥିଲା। ଏନେଇ ଯଶିପୁର ଥାନାରେ ଏକ ମାମଲା ରୁଜୁ କରାଯାଇଛି। ଉଲ୍ଲେଖଯୋଗ୍ୟ, ସପ୍ତାହକ ତଳେ ମୟୂରଭଞ୍ଜ ପୋଲିସ ଏକ ଗଞ୍ଜେଇଭର୍ତ୍ତି କାର୍‌୍‌ ଜବତ କରି ୨ ଗଞ୍ଜେଇ ବେପାରୀଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଥିଲା।

The post ୩୦ଲକ୍ଷ ଟଙ୍କାର ଗଞ୍ଜେଇ ଛାଡ଼ି ୩ ବେପାରୀ ଫେରାର  appeared first on Dharitri Odia News.