ଦୀର୍ଘ ୪ ବର୍ଷ ପରେ ଖୋଲିଲା ବସ ଆସୋସିଏସନ କାର୍ଯ୍ୟାଳୟ, ଖୁସିରେ ଝୁମିଲେ କର୍ମଚାରୀ
ଭଦ୍ରକ: ଦୀର୍ଘ ବର୍ଷ ପରେ ଖୋଲିଲା ବସ ସିଣ୍ଡିକେଟ୍। ପ୍ରଶାସନିକ ଅଧିକାରୀ ଓ ପୋଲିସ ଉପସ୍ଥିତିରେ ତାଲା ଭାଙ୍ଗି ବସ ସିଣ୍ଡିକେଟର କର୍ମକର୍ତ୍ତାଙ୍କୁ କାର୍ଯ୍ୟାଳୟ ହସ୍ତାନ୍ତର କରାଯାଇଛି । ବସ ସିଣ୍ଡିକେଟ କର୍ମକର୍ତ୍ତା ମାନେ ବାଣ ଫୁଟାଇ ଖୁସି ମନାଇଛନ୍ତି।ସୂଚନା ଅନୁଯାୟୀ ଭଦ୍ରକ ଜିଲ୍ଲା ବସ ସିଣ୍ଡିକେଟକୁ ନେଇ ୨୦୨୦ ମସିହାରୁ ବିବାଦ ଦେଖାଦେଇଥିଲା । ପରେ ୨୦୨୧ ମସିହା ମାର୍ଚ୍ଚ ୨୧ ତାରିଖରୁ ସିଣ୍ଡିକେଟ କାର୍ଯ୍ୟାଳୟ ଓ ଆଖପାଖ ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଥିଲା । ଏହି ଘଟଣାକୁ ନେଇ ବିବାଦ ସହ ଆଇନଗତ ମାମଲା ମଧ୍ୟ ଆରମ୍ଭ ହୋଇଥିଲା । ତେବେ ଏବେ ଭଦ୍ରକ ତହସିଲଦାର ପ୍ରାୟଦର୍ଶୀ ସଂଗ୍ରାମ କେଶରୀ ଖୁଣ୍ଟିଆ ତହସିଲଦାର ଓ ଭଦ୍ରକ ଟାଉନ ଥାନାଧିକାରୀ ବିରେନ୍ଦ୍ର ସେନାପତିଙ୍କ ଉପସ୍ଥିତିରେ ସିଣ୍ଡିକେଟ କାର୍ଯ୍ୟାଳୟର ତାଲା ଭଙ୍ଗାଯାଇ ସିଣ୍ଡିକେଟ କାର୍ଯ୍ୟକର୍ତା ଙ୍କୁ ହସ୍ତାନ୍ତର କରାଯାଇଛି । ବସ ସିଣ୍ଡିକେଟ କର୍ମକର୍ତ୍ତା ମାନେ ବାଣ ଫୁଟାଇ ଖୁସି ମନାଇଛନ୍ତି। ତେବେ ଏହି ସିଣ୍ଡିକେଟ ପରିସରରେ ପୋଲିସ ମୃତୟନ କରାଯାଇଛି । କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି କଲେ କାର୍ଯ୍ୟାନୁଷ୍ଠାନ ପାଇଁ ଚେତାବନୀ ଦିଆଯାଇଛି ।
ଭଦ୍ରକ: ଦୀର୍ଘ ବର୍ଷ ପରେ ଖୋଲିଲା ବସ ସିଣ୍ଡିକେଟ୍। ପ୍ରଶାସନିକ ଅଧିକାରୀ ଓ ପୋଲିସ ଉପସ୍ଥିତିରେ ତାଲା ଭାଙ୍ଗି ବସ ସିଣ୍ଡିକେଟର କର୍ମକର୍ତ୍ତାଙ୍କୁ କାର୍ଯ୍ୟାଳୟ ହସ୍ତାନ୍ତର କରାଯାଇଛି । ବସ ସିଣ୍ଡିକେଟ କର୍ମକର୍ତ୍ତା ମାନେ ବାଣ ଫୁଟାଇ ଖୁସି ମନାଇଛନ୍ତି।
ସୂଚନା ଅନୁଯାୟୀ ଭଦ୍ରକ ଜିଲ୍ଲା ବସ ସିଣ୍ଡିକେଟକୁ ନେଇ ୨୦୨୦ ମସିହାରୁ ବିବାଦ ଦେଖାଦେଇଥିଲା । ପରେ ୨୦୨୧ ମସିହା ମାର୍ଚ୍ଚ ୨୧ ତାରିଖରୁ ସିଣ୍ଡିକେଟ କାର୍ଯ୍ୟାଳୟ ଓ ଆଖପାଖ ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଥିଲା । ଏହି ଘଟଣାକୁ ନେଇ ବିବାଦ ସହ ଆଇନଗତ ମାମଲା ମଧ୍ୟ ଆରମ୍ଭ ହୋଇଥିଲା । ତେବେ ଏବେ ଭଦ୍ରକ ତହସିଲଦାର ପ୍ରାୟଦର୍ଶୀ ସଂଗ୍ରାମ କେଶରୀ ଖୁଣ୍ଟିଆ ତହସିଲଦାର ଓ ଭଦ୍ରକ ଟାଉନ ଥାନାଧିକାରୀ ବିରେନ୍ଦ୍ର ସେନାପତିଙ୍କ ଉପସ୍ଥିତିରେ ସିଣ୍ଡିକେଟ କାର୍ଯ୍ୟାଳୟର ତାଲା ଭଙ୍ଗାଯାଇ ସିଣ୍ଡିକେଟ କାର୍ଯ୍ୟକର୍ତା ଙ୍କୁ ହସ୍ତାନ୍ତର କରାଯାଇଛି ।
ବସ ସିଣ୍ଡିକେଟ କର୍ମକର୍ତ୍ତା ମାନେ ବାଣ ଫୁଟାଇ ଖୁସି ମନାଇଛନ୍ତି। ତେବେ ଏହି ସିଣ୍ଡିକେଟ ପରିସରରେ ପୋଲିସ ମୃତୟନ କରାଯାଇଛି । କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି କଲେ କାର୍ଯ୍ୟାନୁଷ୍ଠାନ ପାଇଁ ଚେତାବନୀ ଦିଆଯାଇଛି ।