ଘନଉଛି ବିବାଦ: କର୍ପୋରେଟରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲେ ମେୟରଙ୍କ ସହ ୨୦ କର୍ପୋରେଟର
ଛତ୍ରପୁର,୩୦ା୧(ଦିଲ୍ଲୀପ ସାମଲ/ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲା ବ୍ରହ୍ମପୁର ମହାନଗର ନିଗମରେ ଚାଲିଥିବା ବିବାଦ ଆହୁରି ଘନେଇବାରେ ଲାଗିଛି। ଉକ୍ତ ମହାନଗର ନିଗମର ୨୬ ନମ୍ବର ଓ୍ବାର୍ଡର କର୍ପୋରେଟର ଧୀରେଶ ସାବତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି। ଏନେଇ ଗୁରୁବାର ମହାନଗର ନିଗମର ମେୟର, ଡେପୁଟି ମେୟରଙ୍କ ସମେତ ୨୦ ଜଣ କର୍ପୋରେଟର ଛତ୍ରପୁର ଆସି ଜିଲାପାଳଙ୍କୁ ତାଙ୍କ ବାସଭବନସ୍ଥିତ ଅଫିସରରେ ଭେଟିଥିଲେ। ଆଇନ ଅନୁଯାୟୀ, ଉକ୍ତ ବିଶୃଙ୍ଖଳା ସୃଷ୍ଟି କରିଥିବା କର୍ପୋରେଟରଙ୍କ ବିରୋଧରେ ଶୃଙ୍ଖଳାଗତ ସହ ଦୃଢ଼ […] The post ଘନଉଛି ବିବାଦ: କର୍ପୋରେଟରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲେ ମେୟରଙ୍କ ସହ ୨୦ କର୍ପୋରେଟର appeared first on Dharitri Odia News.
ଛତ୍ରପୁର,୩୦ା୧(ଦିଲ୍ଲୀପ ସାମଲ/ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲା ବ୍ରହ୍ମପୁର ମହାନଗର ନିଗମରେ ଚାଲିଥିବା ବିବାଦ ଆହୁରି ଘନେଇବାରେ ଲାଗିଛି। ଉକ୍ତ ମହାନଗର ନିଗମର ୨୬ ନମ୍ବର ଓ୍ବାର୍ଡର କର୍ପୋରେଟର ଧୀରେଶ ସାବତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି। ଏନେଇ ଗୁରୁବାର ମହାନଗର ନିଗମର ମେୟର, ଡେପୁଟି ମେୟରଙ୍କ ସମେତ ୨୦ ଜଣ କର୍ପୋରେଟର ଛତ୍ରପୁର ଆସି ଜିଲାପାଳଙ୍କୁ ତାଙ୍କ ବାସଭବନସ୍ଥିତ ଅଫିସରରେ ଭେଟିଥିଲେ।
ଆଇନ ଅନୁଯାୟୀ, ଉକ୍ତ ବିଶୃଙ୍ଖଳା ସୃଷ୍ଟି କରିଥିବା କର୍ପୋରେଟରଙ୍କ ବିରୋଧରେ ଶୃଙ୍ଖଳାଗତ ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଏମାନେ ଅନୁରୋଧ କରି ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଏମାନଙ୍କ କହିବାନୁଯାୟୀ, ବୁଧବାର ବ୍ରହ୍ମପୁର ମହାନଗର ନିଗମ କାର୍ଯ୍ୟାଳୟରେ କର୍ପୋରେଶନ ବୈଠକ ଚାଲିଥିବା ବେଳେ କମିଶନର ଏବଂ ବିଇଏମ୍ସି ଷ୍ଟାଫ୍ଙ୍କୁ ୨୬ ନମ୍ବର ଓ୍ବାର୍ଡର କର୍ପୋରେଟର ଗାଲିଗୁଲଜ ସହ ଦୁର୍ବ୍ୟବହାର କରିଥିଲେ। ଏଥିସହ ସେ ପରେ କିଛି କର୍ପୋରଟରଙ୍କୁ ଉସକାଇ ବିଇଏମ୍ସି କ୍ୟାମ୍ପସ୍ ଫାଟକରେ ତାଲା ପକାଇଦେଇଥିଲେ। ଫଳରେ ବିଇଏମ୍ସି କାର୍ଯ୍ୟାଳୟକୁ ଆସୁଥିବା ସାଧାରଣ ଜନତାଙ୍କ କାମ ହୋଇପାରି ନ ଥିଲା ବୋଲି ଏମାନେ ଉକ୍ତ ସ୍ମାରକପତ୍ରରେ ଦର୍ଶାଇଛନ୍ତ।
ସୂଚନାଯୋଗ୍ୟ, ବୁଧବାର ୨୬ ନମ୍ବର ଓ୍ବାର୍ଡ କର୍ପୋରେଟର ଗାଳିଗୁଳଜ ଓ ଖରାପ ବ୍ୟବହାର କରିଥିବା ଅଭିଯୋଗ ନେଇ ତାଙ୍କ ବିରୋଧରେ କାର୍ଯ୍ୟାନୂଷ୍ଠାନ ଗ୍ରହଣ କରିବା ପାଇଁ ଗଞ୍ଜାମ ଜିଲାପାଳ ଓ ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ଏବଂ ମ୍ୟୁନିସିପାଲ ନିର୍ଦ୍ଦେଶକଙ୍କୂ କମିଶନର ଚିଠି ଲେଖିଥିଲେ। ଜିଲାପାଳଙ୍କୁ ଭେଟି ବିଇଏମ୍ସି ମେୟର ସଂଘମିତ୍ରା ଦଳାଇ, ଡେପୁଟି ମେୟର ଇ.ବିକେକ ରେଡ୍ଡୀଙ୍କ ସମେତ ୨୦ ଜଣ କର୍ପୋରେଟର ସ୍ମାରକପତ୍ର ପ୍ରଦାନ କରିଥିଲେ।
The post ଘନଉଛି ବିବାଦ: କର୍ପୋରେଟରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲେ ମେୟରଙ୍କ ସହ ୨୦ କର୍ପୋରେଟର appeared first on Dharitri Odia News.