ବନ କର୍ମଚାରୀଙ୍କୁ କ୍ୱାର୍ଟର୍ସରେ ତାଲା ପକାଇ କାଟିନେଲେ ଚନ୍ଦନଗଛ
ପାଟଣା,୮।୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା କେନ୍ଦେପଶି ରାସ୍ତା ଆର୍ଡବ୍ଲ୍ୟୁଏସ୍ଏସ୍ ଅଫିସ ସମ୍ମୁଖରେ ଥିବା ବନ ବିଭାଗ କର୍ମଚାରୀଙ୍କ ଷ୍ଟାଫ୍ କ୍ୱାର୍ଟର୍ସ ନିକଟରୁ ଦୁର୍ବୃତ୍ତମାନେ ଚନ୍ଦନ ଗଛ କାଟି ନେଇଛନ୍ତି। ସୂଚନା ଅନୁଯାୟୀ, ଷ୍ଟାଫ୍ କ୍ୱାର୍ଟର୍ସରେ ପାରାଷ୍ଟାଫ୍ ଏମ୍ ଡି ୱାସିମ ଥିଲେ। ସେ ଭିତରେ ଥିବାବେଳେ ଦୁର୍ବୃତ୍ତମାନେ ତାଙ୍କୁ ବାହାର ପାର୍ଶ୍ୱରୁ କବାଟ ଦେଇ ଦେଇଥିଲେ। ଗଛ କଟା ଯାଉଥିବା ଶବ୍ଦ ଶୁଣି ସେ ବାହାରକୁ ବାହାରିବାକୁ ଚେଷ୍ଟା କରିଥିଲେ ହେଁ ବାହାର ପଟୁ କବାଟ […] The post ବନ କର୍ମଚାରୀଙ୍କୁ କ୍ୱାର୍ଟର୍ସରେ ତାଲା ପକାଇ କାଟିନେଲେ ଚନ୍ଦନଗଛ appeared first on Dharitri Odia News.
ପାଟଣା,୮।୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା କେନ୍ଦେପଶି ରାସ୍ତା ଆର୍ଡବ୍ଲ୍ୟୁଏସ୍ଏସ୍ ଅଫିସ ସମ୍ମୁଖରେ ଥିବା ବନ ବିଭାଗ କର୍ମଚାରୀଙ୍କ ଷ୍ଟାଫ୍ କ୍ୱାର୍ଟର୍ସ ନିକଟରୁ ଦୁର୍ବୃତ୍ତମାନେ ଚନ୍ଦନ ଗଛ କାଟି ନେଇଛନ୍ତି।
ସୂଚନା ଅନୁଯାୟୀ, ଷ୍ଟାଫ୍ କ୍ୱାର୍ଟର୍ସରେ ପାରାଷ୍ଟାଫ୍ ଏମ୍ ଡି ୱାସିମ ଥିଲେ। ସେ ଭିତରେ ଥିବାବେଳେ ଦୁର୍ବୃତ୍ତମାନେ ତାଙ୍କୁ ବାହାର ପାର୍ଶ୍ୱରୁ କବାଟ ଦେଇ ଦେଇଥିଲେ। ଗଛ କଟା ଯାଉଥିବା ଶବ୍ଦ ଶୁଣି ସେ ବାହାରକୁ ବାହାରିବାକୁ ଚେଷ୍ଟା କରିଥିଲେ ହେଁ ବାହାର ପଟୁ କବାଟ ଦିଆଯାଇଥିବାରୁ ସେ ବାହାରି ପାରି ନ ଥିଲେ। ସେ ଏନେଇ ରେଞ୍ଜର ବନ ବିହାରୀ ସର୍ଦ୍ଦାର ଓ ବନପାଳ ପିଅନ ନାଏକଙ୍କୁ ଫୋନ ମାଧ୍ୟମରେ ଜଣାଇଥିଲେ। ବନପାଳ ପାରାଷ୍ଟାଫ୍ଙ୍କୁ ନେଇ ସଦଳବଳ ପହଞ୍ଚତ୍ଥିଲେ ହେଁ ସେତେବେଳକୁ ଦୁର୍ବୃତ୍ତ ଚନ୍ଦନ ଗଛ ଗଣ୍ଡି ନେଇ ଫେରାର ହୋଇଯାଇଥିଲେ। ଏନେଇ ରେଞ୍ଜର ସର୍ଦ୍ଦାର ପାଟଣା ଥାନାରେ ଲିଖିତ ଅଭିଯୋଗ କରିଥିବା କହିଛନ୍ତି।
ପ୍ରକାଶଥାଉ କି, ଗତ ନଭେମ୍ବର ୧୬ ରାତିରେ ସମାନ ଢଙ୍ଗରେ ଦୁର୍ବୃତ୍ତମାନେ ଥାନାଠାରୁ ୧୦୦ ମିଟର ବ୍ୟବଧାନରେ ଥିବା ଗୋପୀନାଥ ନାରାୟଣ ହାଇସ୍କୁଲ ପରିସରରୁ ଚନ୍ଦନ ଗଛ କାଟି ନେଇଥିଲେ। ୧୦ବର୍ଷ ତଳେ ଅନୁରୂପ ଭାବେ ପାଟଣା ଅଞ୍ଚଳରୁ ଶତାଧିକ ଚନ୍ଦନ ଗଛ କାଟି ନେଇଥିଲେ। ପୋଲିସ ଚନ୍ଦନ ତସ୍କରଙ୍କ ଉପରେ ରୋକ୍ ନ ଲଗାଇଲେ ପୁନର୍ବାର ଅଞ୍ଚଳ ଚନ୍ଦନ ଗଛ ଶୂନ୍ୟ ହୋଇଯିବ ବୋଲି ପରିବେଶପ୍ରେମୀମାନେ ପ୍ରକାଶ କରିଛନ୍ତି। ରାତ୍ରି ପାଟ୍ରୋଲିଂ କଡ଼ାକଡ଼ି କରାଯିବାକୁ ଦାବି ହୋଇଛି।
The post ବନ କର୍ମଚାରୀଙ୍କୁ କ୍ୱାର୍ଟର୍ସରେ ତାଲା ପକାଇ କାଟିନେଲେ ଚନ୍ଦନଗଛ appeared first on Dharitri Odia News.