ଡିସେମ୍ବର ପହିଲାରୁ ଲାଗୁ ହେବ ଏସବୁ ନୂଆ ନିୟମ, ମଧ୍ୟବିତ୍ତଙ୍କ ପକେଟ ଉପରେ ପଡ଼ିବ ବୋଝ, ଜାଣି ରଖନ୍ତୁ…
ନୂଆଦିଲ୍ଲୀ,୩୦।୧୧: ରାତି ପାହିଲେ ନୂଆ ମାସ। ସାରା ଦେଶରେ ଡିସେମ୍ବର ପହିଲାରୁ ଅନେକ ନିୟମ ପରିବର୍ତ୍ତନ ହେବାକୁ ଯାଉଛି। ଗ୍ୟାସ ଦରଠାରୁ ଆରମ୍ଭ କରି ଓଟିଟିକୁ ନେଇ ଲାଗୁ ହେବ ନୂଆ ନିୟମ, ଯାହାକି ମଧ୍ୟବିତ୍ତ ପରିବାରର ଆର୍ଥିକ ସ୍ଥିତିକୁ ପ୍ରଭାବିତ କରିବ। ଆସନ୍ତୁ ସେସବୁ ବିଷୟରେ ଜାଣିବା:- -ତୈଳ ମାର୍କେଟିଂ କମ୍ପାନୀଗୁଡିକ ଦ୍ୱାରା ଏଲ୍ପିଜି ସିଲିଣ୍ଡର ମୂଲ୍ୟରେ ମାସିକ ପରିବର୍ତ୍ତନ ହେତୁ ଘରୋଇ ଦାମ୍ ବଦଳି ପାରେ। ଏହି ପରିବର୍ତ୍ତନଗୁଡ଼ିକ ଆନ୍ତର୍ଜାତୀୟ ବଜାର ଧାରା ଏବଂ […] The post ଡିସେମ୍ବର ପହିଲାରୁ ଲାଗୁ ହେବ ଏସବୁ ନୂଆ ନିୟମ, ମଧ୍ୟବିତ୍ତଙ୍କ ପକେଟ ଉପରେ ପଡ଼ିବ ବୋଝ, ଜାଣି ରଖନ୍ତୁ… appeared first on Dharitri Odia News.
ନୂଆଦିଲ୍ଲୀ,୩୦।୧୧: ରାତି ପାହିଲେ ନୂଆ ମାସ। ସାରା ଦେଶରେ ଡିସେମ୍ବର ପହିଲାରୁ ଅନେକ ନିୟମ ପରିବର୍ତ୍ତନ ହେବାକୁ ଯାଉଛି। ଗ୍ୟାସ ଦରଠାରୁ ଆରମ୍ଭ କରି ଓଟିଟିକୁ ନେଇ ଲାଗୁ ହେବ ନୂଆ ନିୟମ, ଯାହାକି ମଧ୍ୟବିତ୍ତ ପରିବାରର ଆର୍ଥିକ ସ୍ଥିତିକୁ ପ୍ରଭାବିତ କରିବ। ଆସନ୍ତୁ ସେସବୁ ବିଷୟରେ ଜାଣିବା:-
-ତୈଳ ମାର୍କେଟିଂ କମ୍ପାନୀଗୁଡିକ ଦ୍ୱାରା ଏଲ୍ପିଜି ସିଲିଣ୍ଡର ମୂଲ୍ୟରେ ମାସିକ ପରିବର୍ତ୍ତନ ହେତୁ ଘରୋଇ ଦାମ୍ ବଦଳି ପାରେ। ଏହି ପରିବର୍ତ୍ତନଗୁଡ଼ିକ ଆନ୍ତର୍ଜାତୀୟ ବଜାର ଧାରା ଏବଂ ନୀତି ଉପରେ ନିର୍ଭର କରିବ, ଯାହା ଘରୋଇ ବଜେଟକୁ ସମ୍ଭବତଃ ପ୍ରଭାବିତ କରିପାରେ।
-ଟେଲିକମ ରେଗୁଲେଟୋରୀ ଅଥରିଟି ଅଫ ଇଣ୍ଡିଆ (TRAI) ଟ୍ରେସେବିଲିଟି ନିୟମ ଲାଗୁ କରିବା ପରେ ଗ୍ରାହକମାନେ ବର୍ତ୍ତମାନ ବିଳମ୍ବରେ OTP ପାଇବେ । ପୂର୍ବରୁ ଏହି ନିୟମ ୩୧ ଅକ୍ଟୋବର ସୁଦ୍ଧା ଲାଗୁ କରାଯିବାକୁ ଥିଲା, ହେଲେ ତାହା ଅକ୍ଟୋବରରେ କାର୍ଯ୍ୟକାରୀ ହୋଇପାରି ନ ଥିଲା। ଏବେ ଟେଲିକମ କମ୍ପାନୀଗୁଡିକ ଏହାକୁ ଡିସେମ୍ବର ପହିଲାରୁ କାର୍ଯ୍ୟକାରୀ କରିବେ ।
-ଡିସେମ୍ବର ୧ ରୁ ଏସବିଆଇ କ୍ରେଡିଟ କାର୍ଡ ବ୍ୟବହାରକାରୀଙ୍କ ପାଇଁ ମଧ୍ୟ ଏକ ବଡ଼ ପରିବର୍ତ୍ତନ ହୋଇପାରେ। ବିଶେଷକରି ଯେଉଁମାନେ ଡିଜିଟାଲ ଗେମିଂ ପ୍ଲାଟଫର୍ମରେ କାରବାର କରନ୍ତି, ସେମାନେ ଆଉ ରିଆୱାର୍ଡ ପଏଣ୍ଟ ପାଇବେ ନାହିଁ । ଏସବିଆଇ କାର୍ଡ ୱେବସାଇଟ ଅନୁଯାୟୀ, ୪୮ କ୍ରେଡିଟ କାର୍ଡ ସହିତ ସଂଯୁକ୍ତ ଡିଜିଟାଲ ଗେମିଂ କାରବାରରେ ରିଆୱାର୍ଡ ପଏଣ୍ଟ ଆଉ ପ୍ରଯୁଜ୍ୟ ହେବ ନାହିଁ ।
-ଡିସେମ୍ବର ପାଇଁ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ବ୍ୟାଙ୍କ ଛୁଟି ତାଲିକା ପ୍ରକାଶ କରିଛି। ତଦନୁଯାୟୀ, ଡିସେମ୍ବରରେ ମୋଟ ୧୭ ଦିନ ବ୍ୟାଙ୍କ ଛୁଟି ହେବ।
-ବିମାନ ଯାତ୍ରୀଙ୍କ ପାଇଁ ଟିକେଟ ମୂଲ୍ୟ ପରିବର୍ତ୍ତିତ ହୋଇପାରେ । କାରଣ ଦେଶର ମୁଖ୍ୟ ସରକାରୀ ତୈଳ କମ୍ପାନୀଗୁଡ଼ିକ ସେପ୍ଟେମ୍ବର ପହିଲାରେ ATF ଇନ୍ଧନ ମୂଲ୍ୟରେ ୪.୬ ପ୍ରତିଶତ ହ୍ରାସ ଘୋଷଣା କରିଛନ୍ତି ।
The post ଡିସେମ୍ବର ପହିଲାରୁ ଲାଗୁ ହେବ ଏସବୁ ନୂଆ ନିୟମ, ମଧ୍ୟବିତ୍ତଙ୍କ ପକେଟ ଉପରେ ପଡ଼ିବ ବୋଝ, ଜାଣି ରଖନ୍ତୁ… appeared first on Dharitri Odia News.