ରାଜ୍ୟରେ ମାଗଣାରେ ମିଳିବ ୟୁପିଏସସି କୋଚିଂ, ଜାଣନ୍ତୁ କେମିତି କରିବେ ଆବେଦନ
ଭୁବନେଶ୍ୱର,୧୬।୪;ରାଜ୍ୟରେ ମାଗଣାରେ ମିଳିବ ୟୁପିଏସସି କୋଚିଂ। ସ୍ବଳ୍ପ ଓ ମଧ୍ୟମ ଆୟ ବର୍ଗର ୨ଶହ ମେଧାବୀଙ୍କୁ ଫ୍ରି କୋଚିଂ ଦେବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଜୁନ ୮ରେ ପ୍ରବେଶିକା ପରୀକ୍ଷା ହେବାକୁ ଥିବା ବେଳେ ଗତକାଲିଠୁ ସାମ୍ସ ୱେବସାଇଟରେ ଉପଲବ୍ଧ ହୋଇଛି କମନ ଆପ୍ଲିକେସନ ଫର୍ମ। ଏଣିକି ନୂଆ ପଦ୍ଧତିରେ ଗରିବ ଓ ମଧ୍ୟମ ବର୍ଗର ମେଧାବୀ ଛାତ୍ରଛାତ୍ରୀଙ୍କୁ ସିଭିଲ ସର୍ଭିସେସ ପ୍ରିଲିମ ଓ ମେନ ପରୀକ୍ଷା ପାଇଁ ଫ୍ରି କୋଚିଂ ଦିଆଯିବ। […] The post ରାଜ୍ୟରେ ମାଗଣାରେ ମିଳିବ ୟୁପିଏସସି କୋଚିଂ, ଜାଣନ୍ତୁ କେମିତି କରିବେ ଆବେଦନ appeared first on Dharitri Odia News.
ଭୁବନେଶ୍ୱର,୧୬।୪;ରାଜ୍ୟରେ ମାଗଣାରେ ମିଳିବ ୟୁପିଏସସି କୋଚିଂ। ସ୍ବଳ୍ପ ଓ ମଧ୍ୟମ ଆୟ ବର୍ଗର ୨ଶହ ମେଧାବୀଙ୍କୁ ଫ୍ରି କୋଚିଂ ଦେବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଜୁନ ୮ରେ ପ୍ରବେଶିକା ପରୀକ୍ଷା ହେବାକୁ ଥିବା ବେଳେ ଗତକାଲିଠୁ ସାମ୍ସ ୱେବସାଇଟରେ ଉପଲବ୍ଧ ହୋଇଛି କମନ ଆପ୍ଲିକେସନ ଫର୍ମ।
ଏଣିକି ନୂଆ ପଦ୍ଧତିରେ ଗରିବ ଓ ମଧ୍ୟମ ବର୍ଗର ମେଧାବୀ ଛାତ୍ରଛାତ୍ରୀଙ୍କୁ ସିଭିଲ ସର୍ଭିସେସ ପ୍ରିଲିମ ଓ ମେନ ପରୀକ୍ଷା ପାଇଁ ଫ୍ରି କୋଚିଂ ଦିଆଯିବ। ସର୍ଟ ଲିଷ୍ଟେଡ ୨୦୦ ଛାତ୍ରୀଛାତ୍ରଙ୍କୁ ମାଗଣାରେ ରହିବା, ଖାଇବା ସହ ଏକ ଘରୋଇ ଅନୁଷ୍ଠାନରେ କୋଚିଂ ପାଇଁ ବ୍ୟବସ୍ଥା ହୋଇଛି।
ଯେଉଁଥିରେ ୨୦୨୫-୨୬ ବର୍ଷ ପାଇଁ ଆସନ୍ତା ଜୁନ ୮ରେ ହେବ ପ୍ରବେଶିକା ପରୀକ୍ଷା। ଗତକାଲିଠୁ କମନ ଆପ୍ଲିକେସନ ଫର୍ମ ବା CAF ସାମ୍ସ ୱେବସାଇଟରେ ଉପଲବ୍ଧ ହୋଇଛି। ଗ୍ରାଜୁଏସନ ପାସ କରିଥିବା ଛାତ୍ରୀଛାତ୍ର ଏଥିପାଇଁ ଆବେଦନ କରିପାରିବେ। ଆଶାୟୀ ଛାତ୍ର ଓ ସ୍ଥାୟୀ ବାସିନ୍ଦା ହୋଇଥିବା ଆବଶ୍ୟକ। ପ୍ରବେଶିକା ପରୀକ୍ଷାରେ ମନୋନୀତ ପିଲାମାନଙ୍କୁ ଫ୍ରିରେ UPSC ପ୍ରିଲିମ ଓ ମେନ ପରିକ୍ଷା ପାଇଁ ୧୧ ମାସ କୋଚିଂ ଦିଆଯିବ।
୧୫.୦୪.୨୦୨୫ ରୁ SAMS ପୋର୍ଟାଲରେ ସାଧାରଣ ଆବେଦନ ଫର୍ମ (CAF) ଉପଲବ୍ଧତା ରହିଛି। ଅନଲାଇନ CAF ଆବେଦନର ଶେଷ ତାରିଖ ମେ ୫ ,ରାତି ୧୧.୪୫ ଯାଏ ରହିଛି। ସେହିପରି ଜୁନ ୩ରେ SSB ୱେବସାଇଟରେ (www.ssbodisha.ac. in) ଆଡମିଟ କାର୍ଡ ଉପଲବ୍ଧ ହେବ। ମେ ୧୪ରେ ୟୁପିଏସସି ପ୍ରବେଶ ପରୀକ୍ଷା ପରିଚାଳନା ପାଇଁ OCAC ଦ୍ୱାରା SSBକୁ ଆବେଦନକାରୀଙ୍କ ତଥ୍ୟ ଦାଖଲ କରିବ। ଆଉ ଜୁନ ୮ରେ ୟୁପିଏସସି ପ୍ରବେଶ ପରୀକ୍ଷା ହେବ।
The post ରାଜ୍ୟରେ ମାଗଣାରେ ମିଳିବ ୟୁପିଏସସି କୋଚିଂ, ଜାଣନ୍ତୁ କେମିତି କରିବେ ଆବେଦନ appeared first on Dharitri Odia News.