କିଛିଦିନର ଆଶ୍ୱସ୍ତି ପରେ ପୁଣି ଫେରିଲା ତାତି: ୧୦ ପରେ ଲଘୁଚାପ ସୃଷ୍ଟି ସମ୍ଭାବନା

ଭୁବନେଶ୍ୱର,୩ା୬: କିଛିଦିନର ଆଶ୍ୱସ୍ତି ପରେ ପୁଣି ଫେରିଛି ତାତି। ଗରମ ଓ ଗୁଳୁଗୁଳିରେ ଛଟପଟ ହେଉଛନ୍ତି ରାଜ୍ୟବାସୀ। ବାୟୁମଣ୍ଡଳରେ ଆର୍ଦ୍ରତା ରହୁଥିବାରୁ ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଛି। ସେପଟେ ଏବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଗୁଆ ଓଡ଼ିଶା ଛୁଇଁଥିଲେ ମଧ୍ୟ ରାଜ୍ୟକୁ ପଶ୍ଚିମା ଶୁଷ୍କ ପବନ ବହିବା ଫଳରେ ମୌସୁମୀଜନିତ ବର୍ଷାରେ ବ୍ରେକ୍‌ ଲାଗିଛି। ଫଳରେ ତାପମାତ୍ରା ବଢ଼ିଚାଲିଛି। ସ୍ନାନପୂର୍ଣ୍ଣମୀ ପର୍ଯ୍ୟନ୍ତ ଏଭଳି ଗରମ ଗୁଳୁଗୁଳି ଲାଗିରହିବ। ଦିନରେ ତାପମାତ୍ରା ୪୦ରୁ ୪୧ ଡିଗ୍ରୀ ଯାଏ ପହଞ୍ଚିବ। […] The post କିଛିଦିନର ଆଶ୍ୱସ୍ତି ପରେ ପୁଣି ଫେରିଲା ତାତି: ୧୦ ପରେ ଲଘୁଚାପ ସୃଷ୍ଟି ସମ୍ଭାବନା appeared first on Dharitri Odia News.

କିଛିଦିନର ଆଶ୍ୱସ୍ତି ପରେ ପୁଣି ଫେରିଲା ତାତି: ୧୦ ପରେ ଲଘୁଚାପ ସୃଷ୍ଟି ସମ୍ଭାବନା

ଭୁବନେଶ୍ୱର,୩ା୬: କିଛିଦିନର ଆଶ୍ୱସ୍ତି ପରେ ପୁଣି ଫେରିଛି ତାତି। ଗରମ ଓ ଗୁଳୁଗୁଳିରେ ଛଟପଟ ହେଉଛନ୍ତି ରାଜ୍ୟବାସୀ। ବାୟୁମଣ୍ଡଳରେ ଆର୍ଦ୍ରତା ରହୁଥିବାରୁ ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଛି। ସେପଟେ ଏବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଗୁଆ ଓଡ଼ିଶା ଛୁଇଁଥିଲେ ମଧ୍ୟ ରାଜ୍ୟକୁ ପଶ୍ଚିମା ଶୁଷ୍କ ପବନ ବହିବା ଫଳରେ ମୌସୁମୀଜନିତ ବର୍ଷାରେ ବ୍ରେକ୍‌ ଲାଗିଛି। ଫଳରେ ତାପମାତ୍ରା ବଢ଼ିଚାଲିଛି।

ସ୍ନାନପୂର୍ଣ୍ଣମୀ ପର୍ଯ୍ୟନ୍ତ ଏଭଳି ଗରମ ଗୁଳୁଗୁଳି ଲାଗିରହିବ। ଦିନରେ ତାପମାତ୍ରା ୪୦ରୁ ୪୧ ଡିଗ୍ରୀ ଯାଏ ପହଞ୍ଚିବ। ତେବେ ୧୦ ତାରିଖ ପରେ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ୪ରୁ ୫ଇନଶ ଦିନ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

The post କିଛିଦିନର ଆଶ୍ୱସ୍ତି ପରେ ପୁଣି ଫେରିଲା ତାତି: ୧୦ ପରେ ଲଘୁଚାପ ସୃଷ୍ଟି ସମ୍ଭାବନା appeared first on Dharitri Odia News.