ସିଏମ କିଷାନକୁ ନେଇ ଟାର୍ଗେଟ କଲେ ସମ୍ବିତ ରାଉତରାୟ, କହିଲେ ନାଁ ବଦଳାଇଦେଲେ…

ଭୁବନେଶ୍ୱର,୮।୯: ରାଜ୍ୟର ଭାଜପା ସରକାର ନୂଆଖାଇ ଅବସରରେ ସିଏମ୍‌ କିଷାନ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନାକୁ ନେଇ ରାଜ୍ୟ ସରକାର ଚାଷୀଙ୍କ ଉପକାର ହେବ ବୋଲି କହୁଥିବା ବେଳେ ଟାର୍ଗେଟ କରିଛି ବିରୋଧୀ ବିଜେଡି। ଏହି ଯୋଜନାକୁ ନେଇ ଶାସକ ଓ ବିରୋଧୀ ଦଳ ମଧ୍ୟରେ ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି। ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, କୃଷି ଓ କୃଷକଙ୍କ ଉନ୍ନତି ପାଇଁ ଭାଜପା ସରକାର ପ୍ରତିଶ୍ରୁତିବଦ୍ଧ। ଗତ ୭୫ ବର୍ଷ ଭିତରେ […] The post ସିଏମ କିଷାନକୁ ନେଇ ଟାର୍ଗେଟ କଲେ ସମ୍ବିତ ରାଉତରାୟ, କହିଲେ ନାଁ ବଦଳାଇଦେଲେ… appeared first on Dharitri Odia News.

ସିଏମ କିଷାନକୁ ନେଇ ଟାର୍ଗେଟ କଲେ ସମ୍ବିତ ରାଉତରାୟ, କହିଲେ ନାଁ ବଦଳାଇଦେଲେ…

ଭୁବନେଶ୍ୱର,୮।୯: ରାଜ୍ୟର ଭାଜପା ସରକାର ନୂଆଖାଇ ଅବସରରେ ସିଏମ୍‌ କିଷାନ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନାକୁ ନେଇ ରାଜ୍ୟ ସରକାର ଚାଷୀଙ୍କ ଉପକାର ହେବ ବୋଲି କହୁଥିବା ବେଳେ ଟାର୍ଗେଟ କରିଛି ବିରୋଧୀ ବିଜେଡି। ଏହି ଯୋଜନାକୁ ନେଇ ଶାସକ ଓ ବିରୋଧୀ ଦଳ ମଧ୍ୟରେ ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି।

ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, କୃଷି ଓ କୃଷକଙ୍କ ଉନ୍ନତି ପାଇଁ ଭାଜପା ସରକାର ପ୍ରତିଶ୍ରୁତିବଦ୍ଧ। ଗତ ୭୫ ବର୍ଷ ଭିତରେ ଅନ୍ୟ କୌଣସି ସରକାର ଚାଷୀଙ୍କ ଉନ୍ନତି ପାଇଁ କୌଣସି ପଦକ୍ଷେପ ନେଇ ନ ଥିଲା। ମାତ୍ର ମୋଦି ଗତ ୧୦ ବର୍ଷ ମଧ୍ୟରେ ଚାଷୀଙ୍କ ଆୟ ବୃଦ୍ଧି ପାଇଁ ଅନେକ ପଦକ୍ଷେପ ନେଇଛନ୍ତି। ଗତ ସରକାର ତୁଳନାରେ କୃଷି ବଜେଟ୍‌ ୩୬% ବୃଦ୍ଧି ପାଇଛି। ବିଜେଡି ସରକାରରେ ଥିବାବେଳେ ନିଜର ରାଜନୈତିକ ଆଶା ଚରିତ୍ରାର୍ଥ କରିବା ପାଇଁ ପିଏମ୍‌ କିଷାନ ଯୋଜାନରୁ ଅନେକ ଚାଷୀଙ୍କୁ ବଞ୍ଚିତ ରଖିଥିଲା। ଦଳୀୟ କାର୍ଯ୍ୟକର୍ତ୍ତାକୁ ଖୁସି କରିବା ପାଇଁ ନିର୍ବାଚନ ବେଳେ ଜନସାଧାରଣଙ୍କୁ ଭୁଅଁା ବୁଲାଇବା ପାଇଁ କାଳିଆ ଯୋଜନା ଆରମ୍ଭ କରିଥିଲା। ବହୁ ଚାଷୀ ଏହାର ଲାଭ ଉଠାଇ ନ ପାରି ଦୁଃଖ କଷ୍ଟରେ ଚଳୁଥିଲେ ବୋଲି ମନମୋହନ କହିଛନ୍ତି।

ଏହାକୁ କାଉଣ୍ଟର କରିଛନ୍ତି ବିଜେଡି ନେତା ସମ୍ବିତ ରାଉତରାୟ। ସେ କହିଛନ୍ତି, ବିଜେଡି ସରକାର ସମୟରେ ଯେଉଁ ଯୋଜନା ହୋଇଥିଲା ତାର ନାଁ ପରିବର୍ତ୍ତନ କରି ପ୍ରଚାର କରୁଛନ୍ତି। ଖାଲି ନାଁ ପରିବର୍ତ୍ତନ କରିଦେଲେ କ’ଣ ହେବ ଯୋଜନା ତ ସମାନ ରହିବ। ଲୋକାଭିମୁଖୀ ଯୋଜନା ଯାହାସବୁ ବିଜେଡି କରିଥିଲା ତାକୁ ଆଗକୁ ନେବା ହେଉଛି ନୂଆ ସରକାରର ଦାୟିତ୍ୱ। କାମ କରିବା ପରିବର୍ତ୍ତେ କେବଳ ନାଁ ବଦଳେଇ ଦେଇଦେଲେ କିଛି ହେବନି ସେକଥା ସେମାନେ ଅନୁଭବ କରନ୍ତୁ ବୋଲି ସମ୍ବିତ କହିଛନ୍ତି।

The post ସିଏମ କିଷାନକୁ ନେଇ ଟାର୍ଗେଟ କଲେ ସମ୍ବିତ ରାଉତରାୟ, କହିଲେ ନାଁ ବଦଳାଇଦେଲେ… appeared first on Dharitri Odia News.