ଯୌତୁକ ନିରୋଧୀ ଆଇନର ଦୁରୁପଯୋଗ ବଢ଼ୁଛି: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୧୨ା୧୨: ମହିଳାମାନଙ୍କ ଦ୍ୱାରା ଯୌତୁକ ନିରୋଧୀ ଆଇନର ଦୁରୁପଯୋଗ ବଢ଼ିବାରେ ଲାଗିଛି। ସେମାନେ ଶାଶୁଘରର ନିରୀହ ଲୋକ ଏବଂ ସମ୍ପର୍କୀୟଙ୍କ ବିରୋଧରେ ଏହି ଆଇନକୁ ଅସ୍ତ୍ର ଭାବେ ବ୍ୟବହାର କରୁଥିବା ନେଇ ସୁପ୍ରିମକୋର୍ଟ ଚିନ୍ତାବ୍ୟକ୍ତ କରିଛନ୍ତି। ନିର୍ଦ୍ଦିଷ୍ଟ ଅଭିଯୋଗ ବିନା କୌଣସି ଆବେଦନ ଦାଖଲ ହେଲେ ଖାରଜ କରିଦିଆଯିବା ଜରୁରୀ। ସ୍ତ୍ରୀ ଓ ତାଙ୍କ ବାପଘର ଲୋକଙ୍କ ଦ୍ୱାରା ଯୌତୁକ ନିରୋଧୀ ଆଇନକୁ ଅସ୍ତ୍ର କରିବା ପାଇଁ ଅନୁମତି ଦିଆଯିବା ଉଚିତ ନୁହେଁ ବୋଲି ସର୍ବୋଚ୍ଚ ଅଦାଲତ […] The post ଯୌତୁକ ନିରୋଧୀ ଆଇନର ଦୁରୁପଯୋଗ ବଢ଼ୁଛି: ସୁପ୍ରିମକୋର୍ଟ appeared first on Dharitri Odia News.
ନୂଆଦିଲ୍ଲୀ,୧୨ା୧୨: ମହିଳାମାନଙ୍କ ଦ୍ୱାରା ଯୌତୁକ ନିରୋଧୀ ଆଇନର ଦୁରୁପଯୋଗ ବଢ଼ିବାରେ ଲାଗିଛି। ସେମାନେ ଶାଶୁଘରର ନିରୀହ ଲୋକ ଏବଂ ସମ୍ପର୍କୀୟଙ୍କ ବିରୋଧରେ ଏହି ଆଇନକୁ ଅସ୍ତ୍ର ଭାବେ ବ୍ୟବହାର କରୁଥିବା ନେଇ ସୁପ୍ରିମକୋର୍ଟ ଚିନ୍ତାବ୍ୟକ୍ତ କରିଛନ୍ତି। ନିର୍ଦ୍ଦିଷ୍ଟ ଅଭିଯୋଗ ବିନା କୌଣସି ଆବେଦନ ଦାଖଲ ହେଲେ ଖାରଜ କରିଦିଆଯିବା ଜରୁରୀ। ସ୍ତ୍ରୀ ଓ ତାଙ୍କ ବାପଘର ଲୋକଙ୍କ ଦ୍ୱାରା ଯୌତୁକ ନିରୋଧୀ ଆଇନକୁ ଅସ୍ତ୍ର କରିବା ପାଇଁ ଅନୁମତି ଦିଆଯିବା ଉଚିତ ନୁହେଁ ବୋଲି ସର୍ବୋଚ୍ଚ ଅଦାଲତ ମଙ୍ଗଳବାର କହିଛନ୍ତି। ବେଙ୍ଗାଲୁରୁରେ ଅତୁଲ ସୁଭାଷ ନାମକ ଜଣେ କମ୍ପାନୀ କାର୍ଯ୍ୟନିର୍ବାହୀ ସ୍ତ୍ରୀ ଓ ତାଙ୍କ ବାପଘର ଲୋକଙ୍କ ଦ୍ୱାରା ନିର୍ଯାତନାର ଶିକାର ହୋଇ ଆତ୍ମହତ୍ୟା କରିବା ଘଟଣା ସାରା ଦେଶରେ ଚର୍ଚ୍ଚାର ବିଷୟ ହୋଇଥିବାବେଳେ ସୁପ୍ରିମକୋର୍ଟ ଏଭଳି ଟିପ୍ପଣୀ ଦେଇଛନ୍ତି।
ମହିଳାମାନଙ୍କୁ ଶାଶୁଘର ଲୋକଙ୍କ ନିଷ୍ଠୁରତାରୁ ସୁରକ୍ଷା ଦେବା ପାଇଁ ଯୌତୁକ ନିରୋଧୀ ଆଇନ ଅଣାଯାଇଥିଲା। ତଣୁ ଯୌତୁକ ନିର୍ଯାତନା ମାମଲାର ବିଚାର କଲାବେଳେ ନିରୀହ ଲୋକେ ଯେପରି ଅକାରଣରେ ନିର୍ଯାତିତ ନ ହୁଅନ୍ତି, ସେଥିପ୍ରତି କୋର୍ଟଗୁଡ଼ିକ ସତର୍କତାର ସହ କାର୍ଯ୍ୟକରିବା ଆବଶ୍ୟକ ବୋଲି ଜଷ୍ଟିସ୍ ବି.ଭି. ନାଗରତ୍ନା ଏବଂ ଏନ୍. କୋଟିଶ୍ୱର ସିଂଙ୍କ ଖଣ୍ଡପୀଠ କହିଛନ୍ତି। ସାଧାରଣରେ ଦେଖାଯାଇଛି ଯେ, ବୈବାହିକ ଜୀବନରେ କଳହ ଦେଖାଦେଲେ ଘରୋଇ ବିବାଦ ଅଭିଯୋଗରେ ସ୍ବାମୀଙ୍କ ପରିବାରର ସବୁ ସଦସ୍ୟଙ୍କୁ ଅଭିଯୁକ୍ତ କରାଇବା ଏକ ଧାରାରେ ପରିଣତ ହୋଇଗଲାଣି। ବଳିଷ୍ଠ ତଥ୍ୟ ପ୍ରମାଣ ନ ଥାଇ ଏଭଳି ସାଧାରଣ ଅଭିଯୋଗଗୁଡ଼ିକୁ ଆପରାଧିକ ମକଦ୍ଦମାର ଆଧାର କରାଯାଇପାରିବ ନାହିଁ ବୋଲି ଅଦାଲତ କହିଛନ୍ତି। ସ୍ବାମୀ ଓ ତାଙ୍କ ପରିବାର ଦ୍ୱାରା ମହିଳାଙ୍କ ଉପରେ ନିଷ୍ଠୁରତା ରୋକିବା ଲାଗି ଯୌତୁକ ଆଇନରେ ସଂଶୋଧନ କରାଯାଇ ଆଇପିସିର ଧାରା ୪୯୮ଏ ସଂଯୋଗ କରାଯାଇଥିଲା। ତେବେ ନିକଟ ଅତୀତରେ ବୈବାହିକ ବିବାଦ ମାମଲା ବହୁତ ବଢ଼ିବା ସହ ଏହି ଧାରାର ଦୁରୁପଯୋଗ ମାନସିକତା ବୃଦ୍ଧିପାଇଛି। ମହିଳାମାନେ ସ୍ବାମୀ ଓ ତାଙ୍କ ପରିବାର ଲୋକଙ୍କ ବିରୋଧରେ ବ୍ୟକ୍ତିଗତ ପ୍ରତିଶୋଧ ପାଇଁ ଏଭଳି ବ୍ୟବସ୍ଥାକୁ ଅସ୍ତ୍ର ଭାବେ ବ୍ୟବହାର କରୁଥିବା ଖଣ୍ଡପୀଠ କହିଛନ୍ତି। ଜଣେ ବ୍ୟକ୍ତି, ତାଙ୍କ ମାଆବାପା ଓ ପରିବାରର ଅନ୍ୟ ସଦସ୍ୟଙ୍କ ବିରୋଧରେ ଅଣାଯାଇଥିବା ଯୌତୁକ ନିର୍ଯାତନା ମାମଲାକୁ ଖାରଜ କରିବା ପାଇଁ ତେଲଙ୍ଗାନା ହାଇକୋର୍ଟ ମନା କରିବା ପରେ ସେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସର୍ବୋଚ୍ଚ ଅଦାଲତ ହାଇକୋର୍ଟଙ୍କ ରାୟକୁ ଖାରଜ କରିଦେବା ଅବସରରେ ଏହା କହିଛନ୍ତି।
The post ଯୌତୁକ ନିରୋଧୀ ଆଇନର ଦୁରୁପଯୋଗ ବଢ଼ୁଛି: ସୁପ୍ରିମକୋର୍ଟ appeared first on Dharitri Odia News.