ଯୌନ ଅପରାଧ ସୁରକ୍ଷା ନେଇ…
ନୂଆପଡ଼ା,୩୦ା୬ (ମକାରୁ ବେମାଲ) ନୂଆପଡ଼ା ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟଠାରେ ସୋମବାର ଜିଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଯୌନ ଅପରାଧରୁ ପିଲାମାନଙ୍କୁ ସୁରକ୍ଷା ଉପରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ଅଧ୍ୟକ୍ଷା ବି.କେ. ରସ୍ମିତାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲା ଆଇନସେବା ପ୍ରାଧିକରଣ ସଚିବ ନବନୀତା ଦାଶ ଯୋଗଦେଇ ଯୌନ ନିର୍ଯାତନାରୁ ଶିଶୁମାନଙ୍କ ସୁରକ୍ଷା ଅଧିନିୟମ (ପୋକ୍ସୋ) ଓ ଯୌନ ଅପରାଧରେ ପୀଡିତା ମହିଳାମାନଙ୍କ ପାଇଁ ଥିବା ସୁରକ୍ଷା ଆଇନ ବିଷୟରେ ଆଲୋଚନା କରିଥିଲେ। […] The post ଯୌନ ଅପରାଧ ସୁରକ୍ଷା ନେଇ… appeared first on Dharitri Odia News.
ନୂଆପଡ଼ା,୩୦ା୬ (ମକାରୁ ବେମାଲ) ନୂଆପଡ଼ା ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟଠାରେ ସୋମବାର ଜିଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଯୌନ ଅପରାଧରୁ ପିଲାମାନଙ୍କୁ ସୁରକ୍ଷା ଉପରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ଅଧ୍ୟକ୍ଷା ବି.କେ. ରସ୍ମିତାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲା ଆଇନସେବା ପ୍ରାଧିକରଣ ସଚିବ ନବନୀତା ଦାଶ ଯୋଗଦେଇ ଯୌନ ନିର୍ଯାତନାରୁ ଶିଶୁମାନଙ୍କ ସୁରକ୍ଷା ଅଧିନିୟମ (ପୋକ୍ସୋ) ଓ ଯୌନ ଅପରାଧରେ ପୀଡିତା ମହିଳାମାନଙ୍କ ପାଇଁ ଥିବା ସୁରକ୍ଷା ଆଇନ ବିଷୟରେ ଆଲୋଚନା କରିଥିଲେ। ନୂଆପଡା ଶିଶୁ ସୁରକ୍ଷା ସମିତି ସଦସ୍ୟ ନାରାୟଣ ପ୍ରଦାସ ଜୋଷୀ କିଶୋର ନ୍ୟାୟ (ବାଳକମାନଙ୍କ ଯତ୍ନ ଓ ସୁରକ୍ଷା) ଅଧିନିୟମ ଉପରେ ଆଲୋକପାତ କରିଥିଲେ। ପ୍ରାଧିକରଣ ଅଧିକାରୀ ମିତ୍ର ୟାସ୍ମିନ ସୁଲତାନା ଶିଶୁ ଶ୍ରମିକ ଓ ଅନାଥ ଶିଶୁ ଉଦ୍ଧାରରେ ଜିଲା ଆଇନସେବା ପ୍ରାଧିକରଣର ଭୂମିକା ଉପରେ ଉପସ୍ଥିତ ଜନସାଧାରଣଙ୍କୁ ଅବଗତ କରାଇଥିଲେ। ଏହି ଉପଲକ୍ଷେ ପଥପ୍ରାନ୍ତ ନାଟକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶିବାନନ୍ଦ ରାଉତରାୟ ଶିବିର ପରିଚାଳନା କରିଥିବା ବେଳେ ସୁଜାତା ସ୍ବାଇଁ ଧନ୍ୟବାଦ ଅର୍ପଣ କରିଥିଲେ। ପରେ ବିଦ୍ୟାଳୟ ପରିସରରେ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
The post ଯୌନ ଅପରାଧ ସୁରକ୍ଷା ନେଇ… appeared first on Dharitri Odia News.