ଥୁଆମୁଳ ରାମପୁରରେ ନୂଆ ତହସିଲଦାରଙ୍କ ଯୋଗଦାନ

ଥୁଆମୂଳ ରାମପୁର,୨୭।୦୮(ଦୁର୍ଗା କୀର୍ତ୍ତି): ଗତ ୧୭ଅଗଷ୍ଟରେ ରାଜ୍ୟର ଓଏଏସ ସ୍ତରରେ ବଡ଼ ଅଦଳବଦଳ ହୋଇଥିବା ବେଳେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ କାର୍ଯ୍ୟାଳୟରେ ମଙ୍ଗଳବାର ନୂଆ ତହସିଲଦାର ଭାବେ ନିରୋଜ କୁମାର ଭତ୍ରା ଯୋଗଦେଇଛନ୍ତି। ପୁର୍ବରୁ ସେ କଳାହାଣ୍ଡି ଜିଲାରେ ଡେପୁଟି କଲେକ୍ଟର ଭାବେ କାର୍ଯ୍ୟରତ କରୁଥିଲେ। ସୂଚନା ଥାଉକି ଉକ୍ତ ତହସିଲର ପୁର୍ବରୁ କାର୍ଯ୍ୟରତ ତହସିଲଦାର କବିରାଜ ପ୍ରଧାନ ଗଞ୍ଜାମ ଜିଲାର କାନିଶି ତହସିଲ କାର୍ଯ୍ୟାଳୟରେ ତହସିଲଦାର ଭାବର ସ୍ଥାନାନ୍ତର ହେବା ପରେ ଥୁଆମୁଳ […] The post ଥୁଆମୁଳ ରାମପୁରରେ ନୂଆ ତହସିଲଦାରଙ୍କ ଯୋଗଦାନ appeared first on Dharitri Odia News.

ଥୁଆମୁଳ ରାମପୁରରେ ନୂଆ ତହସିଲଦାରଙ୍କ ଯୋଗଦାନ

ଥୁଆମୂଳ ରାମପୁର,୨୭।୦୮(ଦୁର୍ଗା କୀର୍ତ୍ତି): ଗତ ୧୭ଅଗଷ୍ଟରେ ରାଜ୍ୟର ଓଏଏସ ସ୍ତରରେ ବଡ଼ ଅଦଳବଦଳ ହୋଇଥିବା ବେଳେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ କାର୍ଯ୍ୟାଳୟରେ ମଙ୍ଗଳବାର ନୂଆ ତହସିଲଦାର ଭାବେ ନିରୋଜ କୁମାର ଭତ୍ରା ଯୋଗଦେଇଛନ୍ତି। ପୁର୍ବରୁ ସେ କଳାହାଣ୍ଡି ଜିଲାରେ ଡେପୁଟି କଲେକ୍ଟର ଭାବେ କାର୍ଯ୍ୟରତ କରୁଥିଲେ।

ସୂଚନା ଥାଉକି ଉକ୍ତ ତହସିଲର ପୁର୍ବରୁ କାର୍ଯ୍ୟରତ ତହସିଲଦାର କବିରାଜ ପ୍ରଧାନ ଗଞ୍ଜାମ ଜିଲାର କାନିଶି ତହସିଲ କାର୍ଯ୍ୟାଳୟରେ ତହସିଲଦାର ଭାବର ସ୍ଥାନାନ୍ତର ହେବା ପରେ ଥୁଆମୁଳ ରାମପୁର ତହସିଲଦାର କାର୍‌ୟଯାଳୟରେ ପଦବୀ ଖାଲି ରହିଥିଲା। ନିରୋଜ କୁମାର ଭତ୍ରା କହିଛନ୍ତି, ତୃଣମୂଳ ସ୍ତରରେ ରହିଥିବା ବିଭିନ୍ନ ସମସ୍ୟାର ଉପରେ ସମାଧାନ କରିବା ପାଇଁ ଜନସାଧାରଣ ଓ ନିଜ ସହକର୍ମୀଙ୍କ ସହଯୋଗ ଏକାନ୍ତ ଆବଶ୍ୟକ । ତେବେ ଦେଖିବାକୁ ବକିରହିଲା ନୂତନ ତହସିଲଦାର ଏହି ବାନ ପାହାଡ ଘେରା ଦୁର୍ଗମ ଅଞ୍ଚଳପାଇଁ କଣ ସବୁ କରୁଛନ୍ତି l

The post ଥୁଆମୁଳ ରାମପୁରରେ ନୂଆ ତହସିଲଦାରଙ୍କ ଯୋଗଦାନ appeared first on Dharitri Odia News.