ଦାଉ ସାଧୁଛି ଅଦିନିଆ ବର୍ଷା: ବିଲରେ ଗଜା ହେଉଛି ପାଚିଲା ଧାନ, ଭଡ଼ା ତାରପୋଲିନ ଭରସାରେ ଚାଷୀ
ରିଷିଡା,୩୦।୫ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଅଞ୍ଚଳରେ ଗତ ୨୫ ତାରିଖ ଠାରୁ ରବି (ଡାଲୁଅ) ଧାନ ପାଇଁ ମଣ୍ତି ଖୋଲିଛି। ଏହାର କିଛି ଦିନ ପରେ ଜିଲାରେ ଲଘୁଚାପ ଜନିତ ବର୍ଷା ଲାଗି ରହିଛି। ଏଥିଯୋଗୁ ଲୋକେ ପାଚିଲା ଧାନ ଅମଳ କରିପାରୁ ନାହାନ୍ତି। ଏପରିକି ଯାହା ଅମଳ ହୋଇଛି ତାହାକୁ ମଧ୍ୟ ବିକ୍ରୟ କରିପାରୁ ନାହାନ୍ତି। ବର୍ଷା ପାଇଁ ଧାନ ମଣ୍ଡି ଏକପ୍ରକାର ଠପ ହୋଇଯାଇଛି। କେତେକ ସ୍ଥାନରେ ପବନ ସାଙ୍ଗକୁ […] The post ଦାଉ ସାଧୁଛି ଅଦିନିଆ ବର୍ଷା: ବିଲରେ ଗଜା ହେଉଛି ପାଚିଲା ଧାନ, ଭଡ଼ା ତାରପୋଲିନ ଭରସାରେ ଚାଷୀ appeared first on Dharitri Odia News.
ରିଷିଡା,୩୦।୫ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଅଞ୍ଚଳରେ ଗତ ୨୫ ତାରିଖ ଠାରୁ ରବି (ଡାଲୁଅ) ଧାନ ପାଇଁ ମଣ୍ତି ଖୋଲିଛି। ଏହାର କିଛି ଦିନ ପରେ ଜିଲାରେ ଲଘୁଚାପ ଜନିତ ବର୍ଷା ଲାଗି ରହିଛି। ଏଥିଯୋଗୁ ଲୋକେ ପାଚିଲା ଧାନ ଅମଳ କରିପାରୁ ନାହାନ୍ତି। ଏପରିକି ଯାହା ଅମଳ ହୋଇଛି ତାହାକୁ ମଧ୍ୟ ବିକ୍ରୟ କରିପାରୁ ନାହାନ୍ତି। ବର୍ଷା ପାଇଁ ଧାନ ମଣ୍ଡି ଏକପ୍ରକାର ଠପ ହୋଇଯାଇଛି। କେତେକ ସ୍ଥାନରେ ପବନ ସାଙ୍ଗକୁ ଘଡ଼ଘଡ଼ି ବର୍ଷା ଯୋଗୁ ପାଚିଲା ଧାନ କେଣ୍ଡା ଜମିରେ ପଡ଼ିଯାଇ ନଷ୍ଟ ହେବା ସହିତ ଗଜା ହେଉଥିବା ଦେଖାଯାଇଛି। ଏପଟେ ଶ୍ରମିକ ମିଳୁ ନ ଥିବାବେଳେ ମେଶିନରେ ଧାନ କାଟିବା ସମ୍ଭବ ହେଉନାହିଁ। ଅଞ୍ଚଳରେ ୬୦ ପ୍ରତିଶତ ଧାନ ଅମଳ ହୋଇଥିବା କର୍ଲାମୁଣ୍ଡା କୃଷି ବିଭାଗ ଆକଳନ କରିଛି। କଟାଯାଇଥିବା ଧାନ ଗଚ୍ଛିତ ରଖିବା ପାଇଁଁ ପଲିଥିନ ହିଁ ଭରସା ପାଲଟିଛି।
ଅଞ୍ଚଳର ତେରେସିଂହା ପୈlରକେଲା ଯୋରାଡ୍ରବରା,ରିଞ୍ଜା, ସ. ମାଲପଡା,ଖରଜୁରା ବୁଢିପଦର, ବିନ୍ଧାଣି, ପୁଟିଗାଁ, ଭଲି ଅଞ୍ଚଳରେ ଲଘୁଚାପ ଜନିତ ଲଗାଣ ବର୍ଷାରେ ଧାନ କାଟିଥିବା ଚାଷଜମିରେ ଶୋଇପଡି ନଷ୍ଟ ହେବା ସହିତ ଗଜା ହେଉଥିବା ଦେଖାଯାଉଛି। କେତେକ ଅଞ୍ଚଳରେ ୧୦ ପ୍ରତିଶତ ମଧ୍ୟ ଧାନ କ୍ରୟ ହୋଇ ନ ଥିବା ଜଣାପଡିଛି। ଅଞ୍ଚଳର କିଛି ସ୍ଥାନରେ ଧାନ ମଣ୍ଡି ଖୋଲା ଆକାଶ ତଳେ ଚାଲିଛି । ଏଭଳି ସମୟରେ ଅସାଧୁ ବ୍ୟବସାୟୀ ସକ୍ରିୟ ହୋଇ ଉଠିଛନ୍ତି। ଗାଁକୁ ଗାଁ ଯାଇ କମ୍ ମୂଲ୍ୟରେ ଧାନ ସଂଗ୍ରହ କରିବାରେ ଲାଗିଛନ୍ତି। ଗଚ୍ଛିତ ରଖିବା ପାଇଁଁ ସ୍ଥାନ ଅଭାବରୁ ଚାଷୀମାନେ କମ ମୂଲ୍ୟରେ ମଧ୍ୟ ଟେକିଦେବାକୁ ବାଧ୍ୟ ହେଉଛନ୍ତି। ଆଗାମୀ ଦୁଇଦିନ ଏପରି ଲଗାଣ ବର୍ଷା ଲାଗି ରହିଲେ ବିପୁଳ କ୍ଷୟକ୍ଷତି ସମ୍ଭାବନାକୁ ଏଡାଇ ଦିଆଯାଇ ନ ପାରେ ବୋଲି ଅଞ୍ଚଳର ଚାଷୀମାନେ ପ୍ରକାଶ କରିଛନ୍ତି।
The post ଦାଉ ସାଧୁଛି ଅଦିନିଆ ବର୍ଷା: ବିଲରେ ଗଜା ହେଉଛି ପାଚିଲା ଧାନ, ଭଡ଼ା ତାରପୋଲିନ ଭରସାରେ ଚାଷୀ appeared first on Dharitri Odia News.