ସାଂଘାତିକ ଭବିଷ୍ୟବାଣୀ କଲେ ମୁଖ୍ୟମନ୍ତ୍ରୀ: ଯଦି ଏହା ଘଟେ….

ଗୁଆହାଟୀ,୧୯।୭: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମା ଏକ ବଡ଼ ଭବିଷ୍ୟବାଣୀ କରିଛନ୍ତି। ସେ କହିଛନ୍ତି, ଆସାମରେ ମୁସଲମାନମାନଙ୍କ ସଂଖ୍ୟା ଆସନ୍ତା କିଛି ବର୍ଷ ମଧ୍ୟରେ ବହୁତ ବୃଦ୍ଧି ପାଇବ। ୨୦୪୧ ସୁଦ୍ଧା ଆସାମ ଏକ ମୁସଲମାନ ସଂଖ୍ୟାଗରିଷ୍ଠ ରାଷ୍ଟ୍ରରେ ପରିଣତ ହେବ। ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମା ପରିସଂଖ୍ୟାନ ନମୁନା ଉପସ୍ଥାପନ କରିଥିଲେ। ସେ ଦାବି କରିଛନ୍ତି, ରାଜ୍ୟରେ ମୁସଲମାନ ଜନସଂଖ୍ୟା ପ୍ରତି ୧୦ ବର୍ଷରେ ପ୍ରାୟ ୩୦ […] The post ସାଂଘାତିକ ଭବିଷ୍ୟବାଣୀ କଲେ ମୁଖ୍ୟମନ୍ତ୍ରୀ: ଯଦି ଏହା ଘଟେ…. appeared first on Dharitri Odia News.

ସାଂଘାତିକ ଭବିଷ୍ୟବାଣୀ କଲେ ମୁଖ୍ୟମନ୍ତ୍ରୀ: ଯଦି ଏହା ଘଟେ….

ଗୁଆହାଟୀ,୧୯।୭: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମା ଏକ ବଡ଼ ଭବିଷ୍ୟବାଣୀ କରିଛନ୍ତି। ସେ କହିଛନ୍ତି, ଆସାମରେ ମୁସଲମାନମାନଙ୍କ ସଂଖ୍ୟା ଆସନ୍ତା କିଛି ବର୍ଷ ମଧ୍ୟରେ ବହୁତ ବୃଦ୍ଧି ପାଇବ। ୨୦୪୧ ସୁଦ୍ଧା ଆସାମ ଏକ ମୁସଲମାନ ସଂଖ୍ୟାଗରିଷ୍ଠ ରାଷ୍ଟ୍ରରେ ପରିଣତ ହେବ।
ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମା ପରିସଂଖ୍ୟାନ ନମୁନା ଉପସ୍ଥାପନ କରିଥିଲେ। ସେ ଦାବି କରିଛନ୍ତି, ରାଜ୍ୟରେ ମୁସଲମାନ ଜନସଂଖ୍ୟା ପ୍ରତି ୧୦ ବର୍ଷରେ ପ୍ରାୟ ୩୦ ପ୍ରତିଶତ ବୃଦ୍ଧି ପାଉଛି। ଏହି ଅନୁଯାୟୀ, ୨୦୪୧ ସୁଦ୍ଧା ଆସାମରେ ମୁସଲମାନମାନେ ସଂଖ୍ୟାଗରିଷ୍ଠ ହେବେ।
ପରିସଂଖ୍ୟାନ ନମୁନାକୁ ଦର୍ଶାଇ ସେ କହିଛନ୍ତି, ଆସାମର ଜନସଂଖ୍ୟାର ୪୦% ବର୍ତ୍ତମାନ ମୁସଲମାନ ଅଟନ୍ତି। ଏହା ହେଉଛି ବାସ୍ତବତା, ଏହାକୁ କେହି ଅଟକାଇ ପାରିବେ ନାହିଁ। ପ୍ରତି ଦଶ ବର୍ଷରେ ହିନ୍ଦୁମାନଙ୍କର ଜନସଂଖ୍ୟା ମାତ୍ର ୧୬ ପ୍ରତିଶତ ବୃଦ୍ଧି ପାଉଛି।
ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ସରମା ଟାର୍ଗେଟ୍‌ କରି କହିଛନ୍ତି, ମୁସଲମାନମାନଙ୍କର ଜନସଂଖ୍ୟା ବୃଦ୍ଧିରେ କଂଗ୍ରେସ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ। ଯଦି ରାହୁଲ ଗାନ୍ଧୀ ଜନସଂଖ୍ୟା ନିୟନ୍ତ୍ରଣର ବ୍ରାଣ୍ଡ ଆମ୍ବାସାଡର ହୁଅନ୍ତି, ତେବେ ଏହି ପରିସ୍ଥିତିକୁ ନିୟନ୍ତ୍ରଣ କରାଯାଇପାରିବ। କାରଣ ଏହି ସମ୍ପ୍ରଦାୟ କେବଳ ସେମାନଙ୍କ କଥା ଶୁଣେ।

The post ସାଂଘାତିକ ଭବିଷ୍ୟବାଣୀ କଲେ ମୁଖ୍ୟମନ୍ତ୍ରୀ: ଯଦି ଏହା ଘଟେ…. appeared first on Dharitri Odia News.