ଭାରତରେ ପ୍ରଥମ:ସବୁଜ ହାଇଡ୍ରୋଜେନ ବ୍ୟବହାର କଲା ଜିନ୍ଦଲ ଷ୍ଟେନ୍ଲେସ
କଳିଙ୍ଗନଗର,୫ା୩(ଶୁଭାଶିଷ ରାଉତ ):ଜିନ୍ଦଲ ଷ୍ଟେନ୍ଲେସ (ଜେଏସ୍ଏଲ) ସୋମବାର ହରିୟାଣାର ହିସାରରେ ଥିବା ଷ୍ଟେନ୍ଲେସ ଷ୍ଟିଲ ପ୍ଲାଣ୍ଟରେ ସବୁଜ ହାଇଡ୍ରୋଜେନର ପ୍ରଥମ ବ୍ୟବହାର ଆରମ୍ଭ କରିଛି ା ସ୍ଥିରତା ପ୍ରତି ପ୍ରତିବଦ୍ଧତା ଏବଂ ନେଟ ଜିରୋ ଅଙ୍ଗାରକାମ୍ଳ ନିର୍ଗମନ ପାଇଁ ଭାରତର ଲକ୍ଷ୍ୟ ଅନୁଯାୟୀ ଉଦ୍ୟମ ଆରମ୍ଭ କରିଛି । ନିରନ୍ତର ବିକାଶ ଦିଗରେ କମ୍ପାନୀର ପ୍ରତିବଦ୍ଧତା ଏବଂ ଭାରତର ନେଟ ଜିରୋ କାର୍ବନ ନିର୍ଗମନ ଲକ୍ଷ୍ୟ ହାସଲ ଦିଗରେ ଏହା ସହାୟକ ହେବ। ଇସ୍ପାତ୍ ମନ୍ତ୍ରଣାଳୟର ଶାସନ […] The post ଭାରତରେ ପ୍ରଥମ:ସବୁଜ ହାଇଡ୍ରୋଜେନ ବ୍ୟବହାର କଲା ଜିନ୍ଦଲ ଷ୍ଟେନ୍ଲେସ appeared first on Dharitri Odia News.
କଳିଙ୍ଗନଗର,୫ା୩(ଶୁଭାଶିଷ ରାଉତ ):ଜିନ୍ଦଲ ଷ୍ଟେନ୍ଲେସ (ଜେଏସ୍ଏଲ) ସୋମବାର ହରିୟାଣାର ହିସାରରେ ଥିବା ଷ୍ଟେନ୍ଲେସ ଷ୍ଟିଲ ପ୍ଲାଣ୍ଟରେ ସବୁଜ ହାଇଡ୍ରୋଜେନର ପ୍ରଥମ ବ୍ୟବହାର ଆରମ୍ଭ କରିଛି ା ସ୍ଥିରତା ପ୍ରତି ପ୍ରତିବଦ୍ଧତା ଏବଂ ନେଟ ଜିରୋ ଅଙ୍ଗାରକାମ୍ଳ ନିର୍ଗମନ ପାଇଁ ଭାରତର ଲକ୍ଷ୍ୟ ଅନୁଯାୟୀ ଉଦ୍ୟମ ଆରମ୍ଭ କରିଛି । ନିରନ୍ତର ବିକାଶ ଦିଗରେ କମ୍ପାନୀର ପ୍ରତିବଦ୍ଧତା ଏବଂ ଭାରତର ନେଟ ଜିରୋ କାର୍ବନ ନିର୍ଗମନ ଲକ୍ଷ୍ୟ ହାସଲ ଦିଗରେ ଏହା ସହାୟକ ହେବ। ଇସ୍ପାତ୍ ମନ୍ତ୍ରଣାଳୟର ଶାସନ ସଚିବ ନାଗେନ୍ଦ୍ର ନାଥ ସିହ୍ନା, ଜିନ୍ଦଲ ଷ୍ଟେନ୍ଲେସର ପରିଚାଳନା ନିର୍ଦ୍ଦେଶକ ଅଭ୍ୟୁଦୟ ଜିନ୍ଦଲ ଓ ହାଇଜେନକୋ ଗ୍ରୀନ ଏନର୍ଜି (ବୈଷୟିକ ସହଭାଗୀ)ର ସିଇଓ ଅମିତ ବଂଶଲଙ୍କ ଉପସ୍ଥିତିରେ ଇସ୍ପାତ ଏବଂ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ନୂଆଦିଲ୍ଲୀରୁ ଭର୍ଚୁଆଲ ମାଧ୍ୟମରେ ଏହାର ଉଦ୍ଘାଟନ କରିଛନ୍ତି। ଏହି ପଦକ୍ଷେପକୁ ପ୍ରଶଂସା କରି କେନ୍ଦ୍ର ଇସ୍ପାତ୍ ଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସିନ୍ଧିଆ କହିଛନ୍ତି, ଷ୍ଟେନଲେସ ଷ୍ଟିଲ କ୍ଷେତ୍ରରେ ଭାରତର ପ୍ରଥମ ସବୁଜ ହାଇଡ୍ରୋଜେନ କାରଖାନା ଆରମ୍ଭ କରିଥିବାରୁ ମୁଁ ଉଭୟ ଜିନ୍ଦଲ ଷ୍ଟେନ୍ଲେସ ଲିମିଟେଡ ଏବଂ ହାଇଜେନକୋକୁ ଅଭିନନ୍ଦନ ଜଣାଉଛି । ଏହି ସବୁଜ ହାଇଡ୍ରୋଜେନ ପଦକ୍ଷେପ ଇସ୍ପାତ୍ କ୍ଷେତ୍ରକୁ ଅଧିକ ସବୁଜ ଏବଂ ସ୍ଥାୟୀ କରିବ । ୨୦୭୦ ସୁଦ୍ଧା ନେଟ ଜିରୋ ନିର୍ଗମନ ଲକ୍ଷ୍ୟ ହାସଲ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୁରଦୃଷ୍ଟି ଅନୁଯାୟୀ ଇସ୍ପାତ କ୍ଷେତ୍ର ଏକ ସବୁଜ ଭବିଷ୍ୟତ ପାଇଁ ନବୋନ୍ମେଷ କରିବାକୁ ପ୍ରତିଶ୍ରୁତିବଦ୍ଧ ରହିଛି ।
ଏହି ପ୍ରକଳ୍ପକୁ ନେଇ ଆଶାବାଦୀ ଥିବା ଜିନ୍ଦଲ ଷ୍ଟେନଲେସର ପରିଚାଳନା ନିର୍ଦ୍ଦେଶକ ଅଭ୍ୟୁଦୟ ଜିନ୍ଦଲ କହିଛନ୍ତି, ସଷ୍ଟେନେବଲିଟି ପାଇଁ ଆମର ପ୍ରତିବଦ୍ଧତା ଏହି ପାଇଲଟ ପ୍ରୋଜେକ୍ଟରୁ ଊଦ୍ଧର୍ବରେ। ଏହା କେବଳ ଆରମ୍ଭ ମାତ୍ର; ଷ୍ଟେନ୍ଲେସ ଷ୍ଟିଲ ଉତ୍ପାଦନର ଅନ୍ୟାନ୍ୟ ପ୍ରକ୍ରିୟାରେ ସଫଳ ପ୍ରୟୋଗକୁ ଦୃଷ୍ଟିରେ ରଖି ଆମେ ଏହାକୁ ବଢ଼ାଇବୁ। ଆମେ ଅନୁଭବ କରୁ ଯେ ସଷ୍ଟେନେବିଲିଟି କେବଳ ଏକ ଲକ୍ଷ୍ୟ ନୁହେଁ, ବରଂ ଏକ ଯାତ୍ରା, ଯାହା ନିରନ୍ତର ପ୍ରୟାସ ଏବଂ ନୂତନତ୍ୱ ଆବଶ୍ୟକ କରେ।
The post ଭାରତରେ ପ୍ରଥମ:ସବୁଜ ହାଇଡ୍ରୋଜେନ ବ୍ୟବହାର କଲା ଜିନ୍ଦଲ ଷ୍ଟେନ୍ଲେସ appeared first on Dharitri Odia News.