କାଳବୈଶାଖୀରେ ଉଡ଼ିଗଲା ୫ ସ୍କୁଲର ଛପର, ଧ୍ୱଂସ ହେଲା ସ୍ମାର୍ଟ କ୍ଲାସ୍
ପାଟଣା,୧୪ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଚିନାମାଳିପଶି ଅଞ୍ଚଳରେ ଗୁରୁବାର ରାତିରେ କାଳବୈଶାଖୀ ତାଣ୍ଡବରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବର୍ଷା ସାଙ୍ଗକୁ ପବନ ହେବାରୁ ଲକ୍ଷ୍ମୀନାରାୟଣ ଉଚ୍ଚ ବିଦ୍ୟାଳୟ ୫-ଟି ରୂପାନ୍ତରିତ ହୋଇଥିବା ୯ମ ଓ ଦଶମ ଶ୍ରେଣୀର ସ୍ମାର୍ଟ କ୍ଲାସ ରୁମ୍ ସହ ସାଇନ୍ସ ଲ୍ୟାବ୍ର ଛପର ଉଡ଼ିଯିବା ସହ ସ୍ମାର୍ଟ କ୍ଲାସ୍ ରୁମରେ ଥିବା ୨ଟି ସ୍ମାର୍ଟ ବୋର୍ଡ ପାଣିରେ ଭାସିଯିବା ସହ, ବୈଦ୍ୟୁତିକ ସାମଗ୍ରୀ ଭାଙ୍ଗି ରୁଜି ନଷ୍ଟ ହେବା ସହ […] The post କାଳବୈଶାଖୀରେ ଉଡ଼ିଗଲା ୫ ସ୍କୁଲର ଛପର, ଧ୍ୱଂସ ହେଲା ସ୍ମାର୍ଟ କ୍ଲାସ୍ appeared first on Dharitri Odia News.
ପାଟଣା,୧୪ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଚିନାମାଳିପଶି ଅଞ୍ଚଳରେ ଗୁରୁବାର ରାତିରେ କାଳବୈଶାଖୀ ତାଣ୍ଡବରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବର୍ଷା ସାଙ୍ଗକୁ ପବନ ହେବାରୁ ଲକ୍ଷ୍ମୀନାରାୟଣ ଉଚ୍ଚ ବିଦ୍ୟାଳୟ ୫-ଟି ରୂପାନ୍ତରିତ ହୋଇଥିବା ୯ମ ଓ ଦଶମ ଶ୍ରେଣୀର ସ୍ମାର୍ଟ କ୍ଲାସ ରୁମ୍ ସହ ସାଇନ୍ସ ଲ୍ୟାବ୍ର ଛପର ଉଡ଼ିଯିବା ସହ ସ୍ମାର୍ଟ କ୍ଲାସ୍ ରୁମରେ ଥିବା ୨ଟି ସ୍ମାର୍ଟ ବୋର୍ଡ ପାଣିରେ ଭାସିଯିବା ସହ, ବୈଦ୍ୟୁତିକ ସାମଗ୍ରୀ ଭାଙ୍ଗି ରୁଜି ନଷ୍ଟ ହେବା ସହ ବେଞ୍ଚ ଡେସ୍କ ଓ ଘରର ସିଲିଙ୍ଗ ଭାଙ୍ଗି ଚୂର୍ମାର ହୋଇଯାଇଛି। ଆସନ୍ତା ୧୮ ତାରିଖରେ ବିଦ୍ୟାଳୟ ଖୋଲୁଥିବା ବେଳେ ବିଦ୍ୟାଳୟରେ ଛାତ୍ରୀଛାତ୍ର କେଉଁଠି କିଭଳି ବସି ପାଠ ପଢ଼ିବେ ସେ ନେଇ ଶିକ୍ଷକ ଓ ଅଭିଭାବକ ଓ ସ୍ଥାନୀୟ ନେତା ଚିନ୍ତାରେ ପଡ଼ିଛନ୍ତି। ସ୍କୁଲ ଖୋଲିବା ପୂର୍ବରୁ ଯୁଦ୍ଧକାଳୀନ ଭିତ୍ତିରେ କ୍ଲାସ ରୁମ୍ ମରାମତି କରାଯିବାକୁ ସ୍ଥାନୀୟ ସରପଞ୍ଚ ଝୁମିତା ନାୟକ ଦାବି କରିଛନ୍ତି। ସେହିଭଳି ମୋ’ ସ୍କୁଲ ଅଭିଯାନ ସଭାପତି ପ୍ରଦୀପ କୁମାର ନାୟକ, ପ୍ରଧାନ ଶିକ୍ଷକ ସାଧୁ ଚରଣ ପ୍ରଧାନ,ସ୍ଥାନୀୟ ଲୋକ ଲକ୍ଷ୍ମୀଧର ମହାନ୍ତ ପ୍ରମୁଖ ତୁରନ୍ତ ବିଦ୍ୟାଳୟ ଶ୍ରେଣୀ ଗୃହ ମରାମତି ଦାବି କରିଛନ୍ତି।
The post କାଳବୈଶାଖୀରେ ଉଡ଼ିଗଲା ୫ ସ୍କୁଲର ଛପର, ଧ୍ୱଂସ ହେଲା ସ୍ମାର୍ଟ କ୍ଲାସ୍ appeared first on Dharitri Odia News.