ବରଗଡ଼ରେ ଯୋଗଦେଲେ ନୂଆ ଜିଲା ଶିକ୍ଷାଧିକାରୀ

ବରଗଡ଼,୫ା୨(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ନୂଆ ଜିଲା ଶିକ୍ଷା ଅଧିକାରୀ ଭାବେ ବିଶ୍ୱନାଥ ସାହୁ ବୁଧବାର ଯୋଗଦାନ କରିଛନ୍ତି। ଏହା ପୂର୍ବରୁ ସେ ମାଲକାନଗିରି ଜିଲା ଶିକ୍ଷା ଅଧିକାରୀଭାବେ ଅବସ୍ଥାପିତ ଥିଲେ। ବୁଧବାର ସେ ବରଗଡ଼ରେ ଯୋଗ ଦେବା ଅବସରରେ ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀ ଜ୍ୟୋତିକାନ୍ତ ସାହୁଙ୍କ ସମେତ ଜିଲା ଶିକ୍ଷା ବିଭାଗର ସମସ୍ତ କର୍ମଚାରୀ ଉପସ୍ଥିତ ରହି ନୂତନ ଜିଲା ଶିକ୍ଷାଧିକାରୀ ସାହୁଙ୍କୁ ସ୍ବାଗତ କରି ଅଭିନନ୍ଦନ ଜଣାଇଥିଲେ। ଯୋଗଦାନ ପରେ ସେ ବରଗଡ଼ ଜିଲାର […] The post ବରଗଡ଼ରେ ଯୋଗଦେଲେ ନୂଆ ଜିଲା ଶିକ୍ଷାଧିକାରୀ appeared first on Dharitri Odia News.

ବରଗଡ଼ରେ ଯୋଗଦେଲେ ନୂଆ ଜିଲା ଶିକ୍ଷାଧିକାରୀ

ବରଗଡ଼,୫ା୨(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ନୂଆ ଜିଲା ଶିକ୍ଷା ଅଧିକାରୀ ଭାବେ ବିଶ୍ୱନାଥ ସାହୁ ବୁଧବାର ଯୋଗଦାନ କରିଛନ୍ତି। ଏହା ପୂର୍ବରୁ ସେ ମାଲକାନଗିରି ଜିଲା ଶିକ୍ଷା ଅଧିକାରୀଭାବେ ଅବସ୍ଥାପିତ ଥିଲେ। ବୁଧବାର ସେ ବରଗଡ଼ରେ ଯୋଗ ଦେବା ଅବସରରେ ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀ ଜ୍ୟୋତିକାନ୍ତ ସାହୁଙ୍କ ସମେତ ଜିଲା ଶିକ୍ଷା ବିଭାଗର ସମସ୍ତ କର୍ମଚାରୀ ଉପସ୍ଥିତ ରହି ନୂତନ ଜିଲା ଶିକ୍ଷାଧିକାରୀ ସାହୁଙ୍କୁ ସ୍ବାଗତ କରି ଅଭିନନ୍ଦନ ଜଣାଇଥିଲେ। ଯୋଗଦାନ ପରେ ସେ ବରଗଡ଼ ଜିଲାର ଶିକ୍ଷା କ୍ଷେତ୍ରରେ ସାମଗ୍ରିକ ବିକାଶ ପାଇଁ ସମସ୍ତଙ୍କ ନିଷ୍ଠାପର ଉଦ୍ୟମ ଓ ଆନ୍ତରିକ ସହଯୋଗ କାମନା କରିଛନ୍ତି। ନୂତନ ଜିଲା ଶିକ୍ଷାଧିକାରୀଙ୍କ ଯୋଗଦାନ ପରେ ବିଭିନ୍ନ ଶିକ୍ଷକ ସଂଗଠନର ସଦସ୍ୟବୃନ୍ଦ ତାଙ୍କ କାର୍ଯ୍ୟାଳୟରେ ପହଞ୍ଚି ତାଙ୍କୁ ସାକ୍ଷାତ କରି ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି।

The post ବରଗଡ଼ରେ ଯୋଗଦେଲେ ନୂଆ ଜିଲା ଶିକ୍ଷାଧିକାରୀ appeared first on Dharitri Odia News.