ନିର୍ବାଚନକୁ ନେଇ ଯାଞ୍ଚ କଡ଼ାକଡ଼ି

ଛତ୍ରପୁର,୧।୫(ସନ୍ତୋଷ ପାଢ଼ୀ)- ଗଞ୍ଜାମ ଜିଲାରେ ଆଗାମୀ ସାଧାରଣ ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହିତ ଅବାଧ, ମୁକ୍ତ କରିବା ନେଇ ସମସ୍ତ ପ୍ରକାର ପ୍ରସ୍ତୁତି ଜୋରଦାର ଚାଲିଛ। ଅପ୍ରୀତିକର ପରିସ୍ଥିତିକୁ ରୋକିବା ନେଇ ଅନବରତ ଚଢାଉ କାର୍ଯ୍ୟ ଚାଲିଛି। ନଗଦ ଟଙ୍କା, ମଦ କାରବାର କିମ୍ବା ଅନ୍ୟ କୌଣସି ଲାଞ୍ଚ କାରବାର ଗତିବିଧିକୁ ରୋକିବା ପାଇଁ ଫ୍ଲାଇଙ୍ଗ୍‌ ସ୍କ୍ବାଡ ଏବଂ ଷ୍ଟାଟିକ ସର୍ଭେଲାନ୍ସ ଟିମକୁ ମୁତୟନ କରାଯାଇଅଛି । ଜିଲାର ସମସ୍ତ ଅଞ୍ଚଳର ଗତିବିଧି ଉପରେ ନଜର ରଖାଯାଇଛି। […] The post ନିର୍ବାଚନକୁ ନେଇ ଯାଞ୍ଚ କଡ଼ାକଡ଼ି appeared first on Dharitri Odia News.

ନିର୍ବାଚନକୁ ନେଇ ଯାଞ୍ଚ କଡ଼ାକଡ଼ି

ଛତ୍ରପୁର,୧।୫(ସନ୍ତୋଷ ପାଢ଼ୀ)- ଗଞ୍ଜାମ ଜିଲାରେ ଆଗାମୀ ସାଧାରଣ ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହିତ ଅବାଧ, ମୁକ୍ତ କରିବା ନେଇ ସମସ୍ତ ପ୍ରକାର ପ୍ରସ୍ତୁତି ଜୋରଦାର ଚାଲିଛ। ଅପ୍ରୀତିକର ପରିସ୍ଥିତିକୁ ରୋକିବା ନେଇ ଅନବରତ ଚଢାଉ କାର୍ଯ୍ୟ ଚାଲିଛି। ନଗଦ ଟଙ୍କା, ମଦ କାରବାର କିମ୍ବା ଅନ୍ୟ କୌଣସି ଲାଞ୍ଚ କାରବାର ଗତିବିଧିକୁ ରୋକିବା ପାଇଁ ଫ୍ଲାଇଙ୍ଗ୍‌ ସ୍କ୍ବାଡ ଏବଂ ଷ୍ଟାଟିକ ସର୍ଭେଲାନ୍ସ ଟିମକୁ ମୁତୟନ କରାଯାଇଅଛି । ଜିଲାର ସମସ୍ତ ଅଞ୍ଚଳର ଗତିବିଧି ଉପରେ ନଜର ରଖାଯାଇଛି। ଅନେକ ସ୍ଥାନରେ ଚେକ ପୋଷ୍ଟ କରାଯାଇ ଷ୍ଟାଟିକ ସରଭେଲାନ୍ସ ଟିମ ଦ୍ବାରା ଫ୍ଲାଇଙ୍ଗ୍‌ କାର୍ଯ୍ୟ ଚାଲିଛି। ଯାଞ୍ଚ କାର୍ଯ୍ୟ ଗୁଡିକ ସତର୍କତାର ସହିତ କରାଯାଇ ଭିଡିଓ ଉତ୍ତୋଳନ କରାଯାଉଛି। ଯାନବାହନ ଗୁଡିକର ଗତିବିଧିକୁ ମଧ୍ୟ ଏସଏସଟି ଦଳ ଦ୍ବାରା ରେକର୍ଡ କରାଯାଉଛି। ଫ୍ଲାଇଙ୍ଗ୍‌ ସ୍କ୍ବାର୍ଡ ଗୁଡିକ ମଡେଲ ଆଚରଣ ସଂହିତା ଏବଂ ବ୍ୟୟ ସମ୍ବନ୍ଧୀୟ ପ୍ରସଙ୍ଗରେ ଅଭିଯୋଗ ଯୋଗାଉଛନ୍ତି । ସମସ୍ତ ଗତିବିଧିକୁ ନଜର ରଖି ମଜବୁତ୍ କରିବା ପାଇଁ ଖର୍ଚ୍ଚ ପର୍ଯ୍ୟବେକ୍ଷକଗଣ ମଧ୍ୟ ଏଫଏସଟି ଏବଂ ଏସଏସଟିମାନଙ୍କ ସହିତ ବିଭିନ୍ନ ଅଞ୍ଚଳ ଗସ୍ତ କରି ନଜର ରଖୁଛନ୍ତି । ୪୩ଟି ଫ୍ଲାଇଙ୍ଗ୍‌ ସ୍କ୍ବାଡ ଏବଂ ୪୩ ଏସଏସଟି ନିୟୋଜିତ ଅଛନ୍ତି। ଏତଦ ବ୍ୟତୀତ କୌଣସିଠାରେ ଏହି ଗତିବିଧି ସମ୍ପର୍କରେ ଜନସାଧାରଣ ଅବଗତ ହୁଅନ୍ତି ତେବେ ଇ-ଭିଜିଲ ଆପ୍‌ରେ ଅଭିଯୋଗ କରିବା ସକାଶେ ପ୍ରଶାସନ ପକ୍ଷରୁ ନିବେଦନ କରାଯାଉଅଛି।

The post ନିର୍ବାଚନକୁ ନେଇ ଯାଞ୍ଚ କଡ଼ାକଡ଼ି appeared first on Dharitri Odia News.