୮.୭ ତୀବ୍ରତାର ଭୟଙ୍କର ଭୂକମ୍ପ, ବଢିଲା ସୁନାମି ଆଶଙ୍କା

ମସ୍କୋ,୩୦।୭: ରୁଷିଆର କାମଚାଟକାରେ ଏକ ଭୟଙ୍କର ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୮.୭ ରହିଛି। ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ ଅନୁସାରେ, ସମୁଦ୍ର ତଳେ ଭୂମିକମ୍ପ ହୋଇଥିଲା, ଯାହା ପରେ ସୁନାମିର ମଧ୍ୟ ଆଶଙ୍କା ରହିଛି। ଆମେରିକା ଏବଂ ଜାପାନରେ ସୁନାମି ସତର୍କତା ଜାରି କରାଯାଇଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ବର୍ତ୍ତମାନ ଭୂମିକମ୍ପ ଯୋଗୁଁ କୌଣସି ପ୍ରକାରର କ୍ଷୟକ୍ଷତିର ସୂଚନା ନାହିଁ। ରିପୋର୍ଟ ଅନୁଯାୟୀ, ଜାପାନ ପାଣିପାଗ ସଂସ୍ଥା କହିଛି ଯେ ପ୍ରାୟ […] The post ୮.୭ ତୀବ୍ରତାର ଭୟଙ୍କର ଭୂକମ୍ପ, ବଢିଲା ସୁନାମି ଆଶଙ୍କା appeared first on Dharitri Odia News.

୮.୭ ତୀବ୍ରତାର ଭୟଙ୍କର ଭୂକମ୍ପ, ବଢିଲା ସୁନାମି ଆଶଙ୍କା

ମସ୍କୋ,୩୦।୭: ରୁଷିଆର କାମଚାଟକାରେ ଏକ ଭୟଙ୍କର ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୮.୭ ରହିଛି। ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ ଅନୁସାରେ, ସମୁଦ୍ର ତଳେ ଭୂମିକମ୍ପ ହୋଇଥିଲା, ଯାହା ପରେ ସୁନାମିର ମଧ୍ୟ ଆଶଙ୍କା ରହିଛି। ଆମେରିକା ଏବଂ ଜାପାନରେ ସୁନାମି ସତର୍କତା ଜାରି କରାଯାଇଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ବର୍ତ୍ତମାନ ଭୂମିକମ୍ପ ଯୋଗୁଁ କୌଣସି ପ୍ରକାରର କ୍ଷୟକ୍ଷତିର ସୂଚନା ନାହିଁ।

ରିପୋର୍ଟ ଅନୁଯାୟୀ, ଜାପାନ ପାଣିପାଗ ସଂସ୍ଥା କହିଛି ଯେ ପ୍ରାୟ ୧ ମିଟର ଉଚ୍ଚ ଢେଉ ଜାପାନର ଉପକୂଳବର୍ତ୍ତୀ ଅଞ୍ଚଳକୁ ପହଞ୍ଚିପାରେ। ଜାପାନର ପ୍ରଧାନମନ୍ତ୍ରୀ ଶିଗେରୁ ଇଶିବାଙ୍କୁ ବର୍ତ୍ତମାନର ପରିସ୍ଥିତି ବିଷୟରେ ଅବଗତ କରାଯାଇଛି। ସରକାର ଏକ ଜରୁରୀକାଳୀନ ବୈଠକ ମଧ୍ୟ ଡାକିଛନ୍ତି, ଯେଉଁଥିରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ବିଷୟରେ ଆଲୋଚନା କରାଯାଇଛି। ଏଥିପାଇଁ ଦେଶରେ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଛି।

The post ୮.୭ ତୀବ୍ରତାର ଭୟଙ୍କର ଭୂକମ୍ପ, ବଢିଲା ସୁନାମି ଆଶଙ୍କା appeared first on Dharitri Odia News.