ଦୁବାଇରେ କଳାହାଣ୍ଡି ଭେଣ୍ଡି, ପୋଟଳର ଚାହିଦା
ଭବାନୀପାଟଣା,୨ା୭ (ଉତ୍ତମ କୁମାର ଦାଶ): କଳାହାଣ୍ଡିର ଆମ୍ବ ପରେ ଭେଣ୍ଡି, ପୋଟଳର ଚାହିଦା ବିଦେଶରେ ରହିଥିବା ଦେଖିବାକୁ ମିଳିଛି। କଳାହାଣ୍ଡି ଜିଲା ନର୍ଲା ବ୍ଲକ୍ ସାଡିଙ୍ଗତରା ଗ୍ରାମରୁ ଗତ ୨୫ ତାରିଖରେ ୨୫ କୁଇଣ୍ଟାଲ ଆମ୍ରପାଲି ଆମ୍ବ ଦୁବାଇକୁ ରପ୍ତାନି ହୋଇଥିଲା। ସାଡିଙ୍ଗତରା ଗ୍ରାମର ମହିଳା ଆମ୍ବ ଚାଷୀ ଶ୍ରଦ୍ଧାଞ୍ଜଳି ମାଝିଙ୍କଠାରୁ ଏହି ଆମ୍ବକୁ ଫାପ୍ ଗ୍ରୁପ ଓ ଇସାନ ଟ୍ରେଡର କ୍ରୟ କରି ଦୁବାଇକୁ ରପ୍ତାନି କରିଥିଲା। ଏହାପରେ ସୋମବାର ଜିଲାର ଏମ୍ ରାମପୁର ବ୍ଲକର […] The post ଦୁବାଇରେ କଳାହାଣ୍ଡି ଭେଣ୍ଡି, ପୋଟଳର ଚାହିଦା appeared first on Dharitri Odia News.
ଭବାନୀପାଟଣା,୨ା୭ (ଉତ୍ତମ କୁମାର ଦାଶ): କଳାହାଣ୍ଡିର ଆମ୍ବ ପରେ ଭେଣ୍ଡି, ପୋଟଳର ଚାହିଦା ବିଦେଶରେ ରହିଥିବା ଦେଖିବାକୁ ମିଳିଛି। କଳାହାଣ୍ଡି ଜିଲା ନର୍ଲା ବ୍ଲକ୍ ସାଡିଙ୍ଗତରା ଗ୍ରାମରୁ ଗତ ୨୫ ତାରିଖରେ ୨୫ କୁଇଣ୍ଟାଲ ଆମ୍ରପାଲି ଆମ୍ବ ଦୁବାଇକୁ ରପ୍ତାନି ହୋଇଥିଲା। ସାଡିଙ୍ଗତରା ଗ୍ରାମର ମହିଳା ଆମ୍ବ ଚାଷୀ ଶ୍ରଦ୍ଧାଞ୍ଜଳି ମାଝିଙ୍କଠାରୁ ଏହି ଆମ୍ବକୁ ଫାପ୍ ଗ୍ରୁପ ଓ ଇସାନ ଟ୍ରେଡର କ୍ରୟ କରି ଦୁବାଇକୁ ରପ୍ତାନି କରିଥିଲା। ଏହାପରେ ସୋମବାର ଜିଲାର ଏମ୍ ରାମପୁର ବ୍ଲକର ଚାଷୀଙ୍କଠାରୁ ୭ କୁଇଣ୍ଟାଲ ଭେଣ୍ଡି, ପୋଟଳ ଦୁବାଇକୁ ରପ୍ତାନି ହୋଇଛି। ଏହାକୁ ନେଇ ଜିଲାର ପରିବା ଚାଷୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି।
ମିଳିଥିବା ସୂଚନା ଅନୁଯାୟୀ, କଳାହାଣ୍ଡି ଜିଲା ଏମ୍ ରାମପୁର ବ୍ଲକର ଚାଷୀଙ୍କଠାରୁ ନାବାର୍ଡ ଦ୍ୱାରା ଗଠିତ ଉତ୍ତେଇଭେଲି କୃଷକ ଉପତ୍ାଦକ ସଂଗଠନ ସାଢେ ୫ କୁଇଣ୍ଟାଲ ଭେଣ୍ଡି ଓ ଦେଢ କୁଇଣ୍ଟାଲ ପୋଟଳ ସଂଗ୍ରହ କରି ଦୁବାଇକୁ ରପ୍ତାନି କରିଛି। ଭୁବନେଶ୍ୱର ବିମାନବନ୍ଦର ଏୟାର କାର୍ଗୋ ମାଧ୍ୟମରେ ଦୁବାଇକୁ ଏହିସବୁ ପନିପରିବା ରପ୍ତାନୀ କରାଯାଇଛି। ଉତ୍ତେଇଭେଲି କୃଷକ ଉପତ୍ାଦକ ସଂଗଠନ, ରାଜ୍ୟ ସରକାରଙ୍କ ଉଦ୍ୟାନ ବିଭାଗର ପାଲାଡିୟମ୍ ଏଜେନ୍ସି ସହାୟତାରେ ଏହି ପନିପରିବା ଦୁବାଇ ପଠାଯାଇଛି। ଆଗାମୀ ଦିନରେ ଏଭଳି ପନିପରିବା ଓ ଫଳମୂଳର ବିଦେଶରେ ଚାହିଦା ଅଧିକ ଥିବାରୁ ଉପତ୍ାଦକ କମ୍ପାନୀ ମାଧ୍ୟମରେ ରପ୍ତାନିର ସୁଯୋଗ ସୃଷ୍ଟି ହୋଇପାରିବ।
ଏଥିପାଇଁ ଚାଷୀମାନଙ୍କୁ ଉନ୍ନତ ମାନର ପନିପରିବା ଓ ଫଳମୂଳ ଉପତ୍ାଦନ କରିବାରେ ପ୍ରଶିକ୍ଷଣ ଦେବା ଲାଗି ଉପତ୍ାଦକ କମ୍ପାନି ଲକ୍ଷ୍ୟ ରଖିଛି। ଏ ନେଇ ଜିଲା ଉଦ୍ୟାନ ବିଭାଗ ଉପନିର୍ଦ୍ଦେଶକ କିଶୋର ମହାଲିଙ୍ଗ କହନ୍ତି, ଦୁବାଇରେ କଳାହାଣ୍ଡିର ଫଳମୂଳ, ପନିପରିବାର ଚାହିଦା ରହିଛି। ପ୍ରଥମ ପର୍ଯ୍ୟାୟରେ ଆମ୍ବ ପରେ ଏବେ ଭେଣ୍ଡି, ପୋଟଳ ପଠାଯାଇଥିବାରୁ ବିଦେଶ ରପ୍ତାନି ପାଇଁ ବାଟ ଖୋଲିଛି। ଏହାଦ୍ୱାରା ଚାଷୀମାନେ ଉତ୍ସାହିତ ହେବେ ବୋଲି କହିଥିଲେ।
The post ଦୁବାଇରେ କଳାହାଣ୍ଡି ଭେଣ୍ଡି, ପୋଟଳର ଚାହିଦା appeared first on Dharitri Odia News.