ରାପିଡ୍‌ ଆକ୍ସନ ଫୋର୍ସର ଫ୍ଲାଗ୍‌ମାର୍ଚ୍ଚ, ସାମିଲ ହେଲେ ଏସ୍‌ପି-ଡିଆଇଜି-ଜିଲାପାଳ

ଭଦ୍ରକ,୨୯ା୯(ସନାତନ ରାଉତ): ବିବାଦୀୟ ପୋଷ୍ଟକୁ ନେଇ ଭଦ୍ରକରେ ଉତ୍ତେଜନା ଘଟଣାରେ ୧୬୩ ଧାରା ଜାରି ରହିଥିବା ବେଳେ ଇଣ୍ଟନେଟ୍‌ ସେବା ବନ୍ଦ ରହିଛି। ପୋଲିସକୁ ଆକ୍ରମଣ ଘଟଣାରେ ଗିରଫ ଦାରି ପାଇଁ ରାତିରେ ପୋଲିସ ସାହି ସାହିରେ ପଇଁତରା ମାରୁଛି। ଶନିବାର ରାତିରେ ରାପିଡ୍‌ ଆକ୍ସନ ଫୋର୍ସ ପହଞ୍ଚିବା ପରେ ରବିବାର ସକାଳେ ସଂଠିଆ ଓ ପୁରୁଣା ବଜାର ଅଞ୍ଚଳରେ ଫ୍ଲାଗ୍‌ମାର୍ଚ୍ଚ କରିଛି। ଫ୍ଲାଗ୍‌ମାର୍ଚ୍ଚରେ ପୂର୍ବାଞ୍ଚଳ ଡିଆଇଜି ସତ୍ୟଜିତ ନାୟକ, ଜିଲାପାଳ ଦିଲ୍ଲୀପ ରାଉତରାଏ, ଏସ୍‌ପି ବରୁଣ […] The post ରାପିଡ୍‌ ଆକ୍ସନ ଫୋର୍ସର ଫ୍ଲାଗ୍‌ମାର୍ଚ୍ଚ, ସାମିଲ ହେଲେ ଏସ୍‌ପି-ଡିଆଇଜି-ଜିଲାପାଳ appeared first on Dharitri Odia News.

ରାପିଡ୍‌ ଆକ୍ସନ ଫୋର୍ସର ଫ୍ଲାଗ୍‌ମାର୍ଚ୍ଚ, ସାମିଲ ହେଲେ ଏସ୍‌ପି-ଡିଆଇଜି-ଜିଲାପାଳ

ଭଦ୍ରକ,୨୯ା୯(ସନାତନ ରାଉତ): ବିବାଦୀୟ ପୋଷ୍ଟକୁ ନେଇ ଭଦ୍ରକରେ ଉତ୍ତେଜନା ଘଟଣାରେ ୧୬୩ ଧାରା ଜାରି ରହିଥିବା ବେଳେ ଇଣ୍ଟନେଟ୍‌ ସେବା ବନ୍ଦ ରହିଛି। ପୋଲିସକୁ ଆକ୍ରମଣ ଘଟଣାରେ ଗିରଫ ଦାରି ପାଇଁ ରାତିରେ ପୋଲିସ ସାହି ସାହିରେ ପଇଁତରା ମାରୁଛି। ଶନିବାର ରାତିରେ ରାପିଡ୍‌ ଆକ୍ସନ ଫୋର୍ସ ପହଞ୍ଚିବା ପରେ ରବିବାର ସକାଳେ ସଂଠିଆ ଓ ପୁରୁଣା ବଜାର ଅଞ୍ଚଳରେ ଫ୍ଲାଗ୍‌ମାର୍ଚ୍ଚ କରିଛି। ଫ୍ଲାଗ୍‌ମାର୍ଚ୍ଚରେ ପୂର୍ବାଞ୍ଚଳ ଡିଆଇଜି ସତ୍ୟଜିତ ନାୟକ, ଜିଲାପାଳ ଦିଲ୍ଲୀପ ରାଉତରାଏ, ଏସ୍‌ପି ବରୁଣ ଗୁଣ୍ଟୁପାଲି ସାମିଲ ହୋଇଛନ୍ତି। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଉଦ୍ୟମ ଜାରି ରହିଛି ବୋଲି ଡିଆଇଜି କହିଛନ୍ତି। ସେହିପରି ବିବାଦୀୟ ପୋଷ୍ଟକୁ ନେଇ ଧାମନଗର ବଜାରରେ କରାଯାଇଥିବା ରାସ୍ତାରୋକୋ ଘଟଣାରେ ୭ଜଣକୁ ଗିରଫ କରାଯାଇଥିବା ସୂଚନା ମିଳିଛି।

The post ରାପିଡ୍‌ ଆକ୍ସନ ଫୋର୍ସର ଫ୍ଲାଗ୍‌ମାର୍ଚ୍ଚ, ସାମିଲ ହେଲେ ଏସ୍‌ପି-ଡିଆଇଜି-ଜିଲାପାଳ appeared first on Dharitri Odia News.