ଅଲିମ୍ପିକରୁ ବାଦ୍‌ ପଡିବା ପରେ ରେସଲର୍‌ ଭିନେଶ ଫୋଗଟଙ୍କ ଫଟୋ ଭାଇରାଲ, ଦେଖି ଭାଙ୍ଗି ପଡିଲେ ୧୪୦ କୋଟି ଲୋକ…

ନୂଆଦିଲ୍ଲୀ,୭।୮: ୧୦୦ ଗ୍ରାମରୁ ଅଧିକ ଓଜନ ହେବା ପରେ ଭିନେଶ ଫୋଗଟ ହୃଦୟ ବିଦାରକ ଭାବରେ ପ୍ୟାରିସ ଅଲିମ୍ପିକ୍ସରୁ ଅଯୋଗ୍ୟ ଘୋଷିତ ହୋଇଛନ୍ତି । ତେବେ ସେ ଅଯୋଗ୍ୟ ଘୋଷଣା ପରେ ସେ ହଠାତ୍‌ ଅସୁସ୍ଥ ହୋଇ ପଡିଥିଲେ। ଚେତାଶୂନ୍ୟ ହୋଇ ମୁଣ୍ଡ ବୁଲାଇ ପଡିଯିବାରୁ ତାଙ୍କୁ ପ୍ୟାରିସରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଏହାପରେ ତାଙ୍କର ଏକ ଫଟୋ ଭାଇରାଲ ହୋଇଛି। ଯାହାକୁ ଦେଖି ସାରା ଭାରତୀୟଙ୍କ ହୃଦୟ କୋରି ହୋଇ ଯାଉଛି। ଅଯୋଗ୍ୟ ଘୋଷିତ ହେବା […] The post ଅଲିମ୍ପିକରୁ ବାଦ୍‌ ପଡିବା ପରେ ରେସଲର୍‌ ଭିନେଶ ଫୋଗଟଙ୍କ ଫଟୋ ଭାଇରାଲ, ଦେଖି ଭାଙ୍ଗି ପଡିଲେ ୧୪୦ କୋଟି ଲୋକ… appeared first on Dharitri Odia News.

ଅଲିମ୍ପିକରୁ ବାଦ୍‌ ପଡିବା ପରେ ରେସଲର୍‌ ଭିନେଶ ଫୋଗଟଙ୍କ ଫଟୋ ଭାଇରାଲ, ଦେଖି ଭାଙ୍ଗି ପଡିଲେ ୧୪୦ କୋଟି ଲୋକ…

ନୂଆଦିଲ୍ଲୀ,୭।୮: ୧୦୦ ଗ୍ରାମରୁ ଅଧିକ ଓଜନ ହେବା ପରେ ଭିନେଶ ଫୋଗଟ ହୃଦୟ ବିଦାରକ ଭାବରେ ପ୍ୟାରିସ ଅଲିମ୍ପିକ୍ସରୁ ଅଯୋଗ୍ୟ ଘୋଷିତ ହୋଇଛନ୍ତି । ତେବେ ସେ ଅଯୋଗ୍ୟ ଘୋଷଣା ପରେ ସେ ହଠାତ୍‌ ଅସୁସ୍ଥ ହୋଇ ପଡିଥିଲେ। ଚେତାଶୂନ୍ୟ ହୋଇ ମୁଣ୍ଡ ବୁଲାଇ ପଡିଯିବାରୁ ତାଙ୍କୁ ପ୍ୟାରିସରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଏହାପରେ ତାଙ୍କର ଏକ ଫଟୋ ଭାଇରାଲ ହୋଇଛି। ଯାହାକୁ ଦେଖି ସାରା ଭାରତୀୟଙ୍କ ହୃଦୟ କୋରି ହୋଇ ଯାଉଛି।

ଅଯୋଗ୍ୟ ଘୋଷିତ ହେବା ଏବଂ ନିଶ୍ଚିତ ହୋଇଥିବା ରୋପ୍ୟ ପଦକରୁ ବଞ୍ଚିତ ହେବା ପୂର୍ବରୁ ଭିନେଶ ଫୋଗଟ ଆମେରିକାର ସାରା ହିଲଡବ୍ରାଣ୍ଡଟଙ୍କ ବିପକ୍ଷରେ ଗୋଲ୍ଡ ମେଡାଲ ମ୍ୟାଚ ପାଇଁ ଲଢ଼ିବାକୁ ସ୍ଥିର ହୋଇଥିଲେ। ହେଲେ ସେ ମାତ୍ର ୧୦୦ ଗ୍ରାମ ଓଜନ ପାଇଁ ବାଦ୍‌ ପଡିଥିଲେ।

ଆଜି ପ୍ୟାରିସ ଅଲିମ୍ପିକ୍ସରେ ମହିଳା ୫୦ କିଲୋଗ୍ରାମ ରେସଲିଂ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ମ୍ୟାଚ ପାଇଁ ଅଧିକ ଓଜନ ମିଳିବା ପରେ ଭିନେଶ ଫୋଗାଟଙ୍କୁ ପ୍ରତିଯୋଗିତାରୁ ବହିଷ୍କାର କରାଯାଇଛି। ଭିନେଶ ଫୋଗାଟଙ୍କ ପୁରା କୋଚିଂ ଏବଂ ସପୋର୍ଟ ଷ୍ଟାଫ ମହିଳା ରେସଲରଙ୍କ ପାଇଁ ସକାଳର ଓଜନ ପାଇଁ ଓଜନ କମାଇବାକୁ ଚେଷ୍ଟା କରିଥିଲେ। ସ୍ପୋର୍ଟସ ଷ୍ଟାର ରିପୋର୍ଟ ଅନୁସାରେ ସେମାନେ ତାଙ୍କ କେଶ କାଟିବା ଏବଂ ରକ୍ତ ବାହାର କରିବାକୁ ଚେଷ୍ଟା କରିବା ପରି କଠୋର ପଦ୍ଧତି ଚେଷ୍ଟା କରିଥିଲେ। କିନ୍ତୁ ସବୁ ଉପାୟ ବିଫଳ ହୋଇଥିଲା।

The post ଅଲିମ୍ପିକରୁ ବାଦ୍‌ ପଡିବା ପରେ ରେସଲର୍‌ ଭିନେଶ ଫୋଗଟଙ୍କ ଫଟୋ ଭାଇରାଲ, ଦେଖି ଭାଙ୍ଗି ପଡିଲେ ୧୪୦ କୋଟି ଲୋକ… appeared first on Dharitri Odia News.