ନଭେମ୍ବର ୮ରୁ ‘ପଥ ପ୍ରଦର୍ଶକ ୨.୦’

ଭୁବନେଶ୍ୱର,୫।୧୧: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ କ୍ୟାରିୟର ମ୍ୟାପ୍‌ ପକ୍ଷରୁ ଚଳିତ ବର୍ଷ ନଭେମ୍ବର ୮ରୁ ଏକ ୨ଦିନିଆ ପ୍ରଦର୍ଶନୀ ‘ପଥ ପ୍ରଦର୍ଶକ ୨.୦’ର ଆୟୋଜନ କରାଯାଉଛି। ୨୦୨୪ ନଭେମ୍ବର ୮ ଓ ୯ ରେ ଭୁବନେଶ୍ୱରର ଜାଗମରା ରୋଡ୍‌ସ୍ଥିତ ଖଣ୍ଡଗିରି କ୍ରିକେଟ ପଡିଆଠାରେ ରାଜ୍ୟର ବୃହତ କ୍ୟାରିୟର ଆଣ୍ଡ ୟୁନିଭର୍ସିଟି ଫେୟାର ‘ପଥ ପ୍ରଦର୍ଶକ ୨.୦‘ର ଆୟୋଜନ କରାଯାଇଛି। କ୍ୟାରିୟର ମ୍ୟାପ୍‌ ପକ୍ଷରୁ ସୋମବାର ଭୁବନେଶ୍ୱରର ଲାଇଫ୍‌ ହୋଟେଲ୍‌ଠାରେ ଏକ ଖବରଦାତା ସମ୍ମିଳନୀର […] The post ନଭେମ୍ବର ୮ରୁ ‘ପଥ ପ୍ରଦର୍ଶକ ୨.୦’ appeared first on Dharitri Odia News.

ନଭେମ୍ବର ୮ରୁ ‘ପଥ ପ୍ରଦର୍ଶକ ୨.୦’

ଭୁବନେଶ୍ୱର,୫।୧୧: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ କ୍ୟାରିୟର ମ୍ୟାପ୍‌ ପକ୍ଷରୁ ଚଳିତ ବର୍ଷ ନଭେମ୍ବର ୮ରୁ ଏକ ୨ଦିନିଆ ପ୍ରଦର୍ଶନୀ ‘ପଥ ପ୍ରଦର୍ଶକ ୨.୦’ର ଆୟୋଜନ କରାଯାଉଛି। ୨୦୨୪ ନଭେମ୍ବର ୮ ଓ ୯ ରେ ଭୁବନେଶ୍ୱରର ଜାଗମରା ରୋଡ୍‌ସ୍ଥିତ ଖଣ୍ଡଗିରି କ୍ରିକେଟ ପଡିଆଠାରେ ରାଜ୍ୟର ବୃହତ କ୍ୟାରିୟର ଆଣ୍ଡ ୟୁନିଭର୍ସିଟି ଫେୟାର ‘ପଥ ପ୍ରଦର୍ଶକ ୨.୦‘ର ଆୟୋଜନ କରାଯାଇଛି। କ୍ୟାରିୟର ମ୍ୟାପ୍‌ ପକ୍ଷରୁ ସୋମବାର ଭୁବନେଶ୍ୱରର ଲାଇଫ୍‌ ହୋଟେଲ୍‌ଠାରେ ଏକ ଖବରଦାତା ସମ୍ମିଳନୀର ଆୟୋଜନ କରାଯାଇଥିଲା। ଏହି ସମ୍ମିଳନୀରେ କ୍ୟାରିୟର ମ୍ୟାପ୍‌ର ପ୍ରତିଷ୍ଠାତା ତଥା ଏମ୍‌ଡି ଯଶବନ୍ତ ନାରାୟଣ ସିଂହ ଲାଲ, ସିଓଓ ଅମିତ କୁମାର ତ୍ରିପାଠୀ ଓ ଜିଏମ ଜ୍ୟୋତି ସରିତା ପ୍ରମୁଖ ଯୋଗ ଦେଇ ପଥ ପ୍ରଦର୍ଶକ ୨.୦ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଏହି ଦୁଇ ଦିନିଆ ପ୍ରଦର୍ଶନୀ ସକାଳ ୯ ଘଟିକାରୁ ରାତି ୯ ଘଟିକା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିରେ ନବମ ଶ୍ରେଣୀରୁ ପୋଷ୍ଟଗ୍ରାଜୁଏଟ ଛାତ୍ରୀଛାତ୍ର ଓ ସେମାନଙ୍କର ଅଭିଭାବକମାନଙ୍କୁ ବିବିଧ ଶିକ୍ଷାଗତ ଓ କ୍ୟାରିୟର ମାର୍ଗ ଅନୁସନ୍ଧାନ କରିବା ପାଇଁ ଏକ ମୂଲ୍ୟବାନ ସୁଯୋଗ ପ୍ରଦାନ କରିବ।

The post ନଭେମ୍ବର ୮ରୁ ‘ପଥ ପ୍ରଦର୍ଶକ ୨.୦’ appeared first on Dharitri Odia News.