୨୬/୧୧ ଆକ୍ରମଣର ଅଭିଯୁକ୍ତ ଆତଙ୍କବାଦୀ ଅବଦୁଲ ରହମାନ ମକ୍କି ମୃତ
ନୂଆଦିଲ୍ଲୀ,୨୭।୧୨: ୨୬/୧୧ ମୁମ୍ବାଇ ଆକ୍ରମଣର ଅଭିଯୁକ୍ତ ତଥା ଲଶ୍କର-ଏ-ତୋଇବା ଆତଙ୍କବାଦୀ ସଂଗଠନର ଡେପୁଟି ଚିଫ ଅବଦୁଲ ରେହମାନ ମକ୍କିଙ୍କର ହୃଦଘାତ ଯୋଗୁଁ ମୃତ୍ୟୁ ଘଟିଛି। ମକ୍କି ହାଫିଜ ସଇଦଙ୍କ ସମ୍ପର୍କୀୟ ତଥା ସଂଗଠନର ଆତଙ୍କବାଦୀ ପାଣ୍ଠିର ମୁଖ୍ୟ ଥିଲେ। ଆମେରିକା ଏବଂ ମିଳିତ ଜାତିସଂଘ ଦ୍ୱାରା ତାଙ୍କୁ ବିଶ୍ୱ ଆତଙ୍କବାଦୀ ଘୋଷିତ କରାଯାଇଥିଲା। ମକ୍କି ବିଶ୍ୱ ଆତଙ୍କବାଦୀ ତାଲିକାରେ ଅନ୍ତର୍ଭୁକ୍ତ ହୋଇଥିଲେ। ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି) 1267 ISIL (Da’esh) ଏବଂ ଅଲ-କାଏଦା କଟକଣା […] The post ୨୬/୧୧ ଆକ୍ରମଣର ଅଭିଯୁକ୍ତ ଆତଙ୍କବାଦୀ ଅବଦୁଲ ରହମାନ ମକ୍କି ମୃତ appeared first on Dharitri Odia News.
ନୂଆଦିଲ୍ଲୀ,୨୭।୧୨: ୨୬/୧୧ ମୁମ୍ବାଇ ଆକ୍ରମଣର ଅଭିଯୁକ୍ତ ତଥା ଲଶ୍କର-ଏ-ତୋଇବା ଆତଙ୍କବାଦୀ ସଂଗଠନର ଡେପୁଟି ଚିଫ ଅବଦୁଲ ରେହମାନ ମକ୍କିଙ୍କର ହୃଦଘାତ ଯୋଗୁଁ ମୃତ୍ୟୁ ଘଟିଛି। ମକ୍କି ହାଫିଜ ସଇଦଙ୍କ ସମ୍ପର୍କୀୟ ତଥା ସଂଗଠନର ଆତଙ୍କବାଦୀ ପାଣ୍ଠିର ମୁଖ୍ୟ ଥିଲେ। ଆମେରିକା ଏବଂ ମିଳିତ ଜାତିସଂଘ ଦ୍ୱାରା ତାଙ୍କୁ ବିଶ୍ୱ ଆତଙ୍କବାଦୀ ଘୋଷିତ କରାଯାଇଥିଲା।
ମକ୍କି ବିଶ୍ୱ ଆତଙ୍କବାଦୀ ତାଲିକାରେ ଅନ୍ତର୍ଭୁକ୍ତ ହୋଇଥିଲେ। ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି) 1267 ISIL (Da’esh) ଏବଂ ଅଲ-କାଏଦା କଟକଣା କମିଟି ଅଧୀନରେ ମକ୍କି ତାଲିକାଭୁକ୍ତ କରିଥିଲା। ଏହି କାରଣରୁ, ତାଙ୍କର ସମ୍ପତ୍ତି ଫ୍ରିଜ ହେବା ସହିତ ଯାତ୍ରା ନିଷେଧ ଏବଂ ଅସ୍ତ୍ରଶସ୍ତ୍ର ଉପରେ ନିଷେଧାଦେଶ ଜାରି କରାଯାଇଥିଲା।
ଅବଦୁଲ ରେହମାନ ମକ୍କି ଲଶ୍କର-ଏ-ତୋଇବାର ରାଜନୈତିକ ୱିଙ୍ଗର ନେତୃତ୍ୱ ନେଇଥିଲେ। ଏହା ବ୍ୟତୀତ ସେ ଜମାତ-ଉଦ-ଦାୱାର ମୁଖ୍ୟ ମଧ୍ୟ ଥିଲେ। ସେ ଲଶ୍କର ବୈଦେଶିକ ସମ୍ପର୍କ ବିଭାଗର ମୁଖ୍ୟ ମଧ୍ୟ ଥିଲେ। ଭାରତରେ ପ୍ରମୁଖ ଆତଙ୍କବାଦୀ ଆକ୍ରମଣରେ ଅବଦୁଲ ରେହମାନ ମକ୍କିଙ୍କର ପ୍ରତ୍ୟକ୍ଷ ଭୂମିକା ଥିବା ବିବେଚନା କରାଯାଉଥିଲା।
The post ୨୬/୧୧ ଆକ୍ରମଣର ଅଭିଯୁକ୍ତ ଆତଙ୍କବାଦୀ ଅବଦୁଲ ରହମାନ ମକ୍କି ମୃତ appeared first on Dharitri Odia News.