ଓଡ଼ିଶାର ଇଣ୍ଟିଗ୍ରେଟେଡ୍ ବି.ଏସ୍ସି ବି.ଏଡ୍ ପ୍ରମାଣପତ୍ର ବୈଧ ହେଲାନି
କଟକ,୪ା୨ (କାର୍ତ୍ତିକ ସାହୁ)ଓଡ଼ିଶାର ଇଣ୍ଟିଗ୍ରେଟେଡ୍ ବି.ଏଡ୍. ସିବିସିଏସ୍ ପାଠ୍ୟକ୍ରମରେ ଯୋଗ୍ୟତା ହାସଲ କରିଥିବା ୩୧ ଜଣ ଛାତ୍ରୀଛାତ୍ର ଜାତୀୟ ସ୍ତରୀୟ ନିଯୁକ୍ତିରୁ ବଞ୍ଚିତ ହୋଇଛନ୍ତି। ସେମାନେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଇ-ମେଲ୍ ଯୋଗେ ଅବଗତ କରାଇଥିବା ସୂଚନା ଦେଇଛନ୍ତି। ସୂଚନା ଅନୁସାରେ, ଜାତୀୟ ସ୍ତରୀୟ ଶିକ୍ଷାନୁଷ୍ଠାନ ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏଥିପାଇଁ ଆବେଦନ କରିଥିବା ଛାତ୍ରୀଛାତ୍ରମାନେ ଲିଖିତ ପରୀକ୍ଷା ଦେଇଥିଲେ। ସ୍ନାତକ ତାଲିମପ୍ରାପ୍ତ ପଦରେ ନିଯୁକ୍ତି […] The post ଓଡ଼ିଶାର ଇଣ୍ଟିଗ୍ରେଟେଡ୍ ବି.ଏସ୍ସି ବି.ଏଡ୍ ପ୍ରମାଣପତ୍ର ବୈଧ ହେଲାନି appeared first on Dharitri Odia News.
କଟକ,୪ା୨ (କାର୍ତ୍ତିକ ସାହୁ)ଓଡ଼ିଶାର ଇଣ୍ଟିଗ୍ରେଟେଡ୍ ବି.ଏଡ୍. ସିବିସିଏସ୍ ପାଠ୍ୟକ୍ରମରେ ଯୋଗ୍ୟତା ହାସଲ କରିଥିବା ୩୧ ଜଣ ଛାତ୍ରୀଛାତ୍ର ଜାତୀୟ ସ୍ତରୀୟ ନିଯୁକ୍ତିରୁ ବଞ୍ଚିତ ହୋଇଛନ୍ତି। ସେମାନେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଇ-ମେଲ୍ ଯୋଗେ ଅବଗତ କରାଇଥିବା ସୂଚନା ଦେଇଛନ୍ତି।
ସୂଚନା ଅନୁସାରେ, ଜାତୀୟ ସ୍ତରୀୟ ଶିକ୍ଷାନୁଷ୍ଠାନ ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏଥିପାଇଁ ଆବେଦନ କରିଥିବା ଛାତ୍ରୀଛାତ୍ରମାନେ ଲିଖିତ ପରୀକ୍ଷା ଦେଇଥିଲେ। ସ୍ନାତକ ତାଲିମପ୍ରାପ୍ତ ପଦରେ ନିଯୁକ୍ତି ନିମନ୍ତେ ଲିଖିତ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଆବେଦନକାରୀଙ୍କ ମଧ୍ୟରୁ ୫୧ ଜଣଙ୍କୁ ଫେବୃଆରୀ ୧ ତାରିଖରେ ପ୍ରମାଣପତ୍ର ଯାଞ୍ଚ ପାଇଁ ହାଇଦ୍ରାବାଦ ଡକାଯାଇଥିଲା। ସେମାନଙ୍କ ମଧ୍ୟରେ ଓଡ଼ିଶାର ୪୧ ଜଣ ଥିବାବେଳେ ଅବଶିଷ୍ଟ କେରଳ, ଆନ୍ଧ୍ରପ୍ରଦେଶ ଆଦି ରାଜ୍ୟର ଥିଲେ। ମାତ୍ର ଓଡ଼ିଶାର ୩୧ ଜଣ ଆବେଦନକାରୀ ରେଭେନ୍ଶା ବିଶ୍ୱବିଦ୍ୟାଳୟ, ସମ୍ବଲପୁର ବିଶ୍ୱବିଦ୍ୟାଳୟ, ଫକୀରମୋହନ ବିଶ୍ୱବିଦ୍ୟାଳୟ ଓ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟରେ ଇଣ୍ଟିଗ୍ରେଟେଡ୍ ବି.ଏସ୍ସି ବି.ଏଡ୍ ଯୋଗ୍ୟତାଧାରୀ ବିଦ୍ୟାର୍ଥୀ ଥିଲେ। ରେଭେନ୍ଶା ବିଶ୍ୱବିଦ୍ୟାଳୟରେ ଏହି ଶିକ୍ଷା ଗ୍ରହଣ କରିଥିବା ଛାତ୍ର ବିଶ୍ୱଜିତ୍ ପ୍ରଧାନ ଓ ଛାତ୍ରୀ ଶୁଭସ୍ମିତା ପାଢ଼ୀ ମଧ୍ୟ ସେମାନଙ୍କ ମଧ୍ୟରେ ଅଛନ୍ତି। ଏହି ଦୁଇ ଆବେଦନକାରୀଙ୍କ କହିବାନୁସାରେ, ସିବିସିଏସ୍ ପାଠ୍ୟକ୍ରମରେ ଦୁଇଟି ଇଲେକ୍ଟିଭ ବିଷୟ ପୃଥକ ଭାବେ ୨ ବର୍ଷରେ ପରିବର୍ତ୍ତିତ ପାଠ୍ୟକ୍ରମ ଅନୁଯାୟୀ ୨୦୧୬ରୁ ପଢ଼ାଯାଉଛି। ଏଥିରେ ପ୍ରତି ଇଲେକ୍ଟିଭ୍ ବିଷୟକୁ ଗୋଟିଏ ବର୍ଷରେ ପଢ଼ାଯିବାର ନିୟମ ରହିଛି। ମାତ୍ର ହାଇଦ୍ରାବାଦରେ ପ୍ରମାଣପତ୍ର ଯାଞ୍ଚବେଳେ ଯାଞ୍ଚ କାର୍ଯ୍ୟରେ ନିୟୋଜିତ ଅଧିକାରୀମାନେ ଏମାନଙ୍କ ପ୍ରମାଣପତ୍ରକୁ ଅବୈଧ ବୋଲି ଦର୍ଶାଇଥିଲେ। ସେମାନେ ଦୁଇଟି ଯାକ ଇଲେକ୍ଟିଭ ବିଷୟ ପୂରା ୨ ବର୍ଷ ଯାକ ପଢ଼ିଥିଲେ ଏଠାରେ ସେହି ପ୍ରମାଣପତ୍ର ବୈଧ ହେବ ବୋଲି କହିଥିଲେ। ଏଥିସହ ଏହି ପାଠ୍ୟକ୍ରମ ମିଥ୍ୟା ବୋଲି ଆରୋପ ଲଗାଇ ସେମାନଙ୍କ ନିଯୁକ୍ତିକୁ ବାତିଲ କରିଦେଇଥିଲେ। ରେଭେନ୍ଶା ବିଶ୍ୱବିଦ୍ୟାଳୟ ସମେତ ଓଡ଼ିଶାର ବିଶ୍ୱବିଦ୍ୟାଳୟଗୁଡ଼ିକୁ ଫେକ୍ ବୋଲି ଆକ୍ଷେପ କରିଥିବା ଦୁଇ ଆବେଦନକାରୀ ପ୍ରକାଶ କରିଛନ୍ତି। ଗତବର୍ଷ ନବୋଦୟ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି କ୍ଷେତ୍ରରେ ଇଣ୍ଟିଗ୍ରେଟେଡ୍ ବି.ଏଡ୍. ଯୋଗ୍ୟତାଧାରୀଙ୍କୁ ମଧ୍ୟ ଅନୁରୂପ ଭାବେ ଅବୈଧ ବିବେଚନା କରାଯାଇଥିଲା। ହେଲେ ପରବର୍ତ୍ତୀ ସମୟରେ ତାହା ପୁଣି ନବୋଦୟ ସମିତି ଦ୍ୱାରା ଗୃହୀତ ହୋଇଥିବା ସୂଚନା ମିଳିଛି। ପୁଣି ଏଭଳି ଘଟିବା ଫଳରେ ଆବେଦନକାରୀମାନେ ନିରାଶ ହୋଇ ଫେରିବା ସହ ସେମାନଙ୍କ ଯୋଗ୍ୟତା ପ୍ରମାଣପତ୍ର ଜାତୀୟ ସ୍ତରରେ ଗ୍ରହଣ ହୋଇ ନ ଥିବାରୁ ଗଭୀର ଭାବେ ମର୍ମାହତ ଥିବା କହିଛନ୍ତି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ପ୍ରଧାନ ଏଥିପ୍ରତି ବିହିତ ପଦକ୍ଷେପ ନେବେ ବୋଲି ସେମାନେ ନିବେଦନ କରିଥିବା ସୂଚନା ଦେଇଛନ୍ତି।
The post ଓଡ଼ିଶାର ଇଣ୍ଟିଗ୍ରେଟେଡ୍ ବି.ଏସ୍ସି ବି.ଏଡ୍ ପ୍ରମାଣପତ୍ର ବୈଧ ହେଲାନି appeared first on Dharitri Odia News.