ଶ୍ରୀମନ୍ଦିରରେ ଅଣହିନ୍ଦୁ ପ୍ରବେଶ ରୋକିବାକୁ ପ୍ରୟାସ

ପୁରୀ: ଶ୍ରୀମନ୍ଦିରରେ ଅଣହିନ୍ଦୁ ପ୍ରବେଶ ରୋକିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପ୍ରୟାସ ଆରମ୍ଭ କରିଛି। ଶ୍ରୀମନ୍ଦିରର ସିଂହଦ୍ୱାରରେ ପ୍ରତିହାରୀ ସେବକଙ୍କୁ... The post ଶ୍ରୀମନ୍ଦିରରେ ଅଣହିନ୍ଦୁ ପ୍ରବେଶ ରୋକିବାକୁ ପ୍ରୟାସ appeared first on .

ଶ୍ରୀମନ୍ଦିରରେ ଅଣହିନ୍ଦୁ ପ୍ରବେଶ ରୋକିବାକୁ ପ୍ରୟାସ

ପୁରୀ: ଶ୍ରୀମନ୍ଦିରରେ ଅଣହିନ୍ଦୁ ପ୍ରବେଶ ରୋକିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପ୍ରୟାସ ଆରମ୍ଭ କରିଛି। ଶ୍ରୀମନ୍ଦିରର ସିଂହଦ୍ୱାରରେ ପ୍ରତିହାରୀ ସେବକଙ୍କୁ ମୁତୟନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଆସନ୍ତାକାଲିଠାରୁ ସକାଳେ ଓ ସଂଧ୍ୟା ବେଳେ ଦୁଇ ଜଣ ପ୍ରତିହାରୀ ସେବକ ସିଂହଦ୍ଵାରରେ ମୁତୟନ ରହିବେ। ଏନେଇ ଏକ ପ୍ରେସ ବିଜ୍ଞପ୍ତି ଜାରି କରିଛି ପ୍ରତିହାରୀ ନିଯୋଗ। ପରବର୍ତ୍ତୀ ପର୍ଯ୍ୟାୟରେ ଚାରି ଦୁଆରରେ ପ୍ରତିହାରୀ ସେବାୟତ ମୁତୟନ ରହି ଅଣହିନ୍ଦୁ ମାନଙ୍କ ପ୍ରବେଶକୁ ରୋକିବେ ବୋଲି ସୂଚନା ମିଳିଛି।

ତେବେ ରେକର୍ଡ ଅଫ ରାଇଟସ୍ ଅନୁଯାୟୀ ପୂର୍ବରୁ ପ୍ରତିହାରୀ ସେବାୟତ ମାନେ ଶ୍ରୀମନ୍ଦିର ଚାରିଦୁଆର ମୁତୟନ ରହୁଥିବା ବେଳେ, ଏବେ କିଛି ଦିନ ହେବ ସେ ବ୍ୟବସ୍ଥା ବନ୍ଦ ରହିଛି। ତେବେ ପୁର୍ନବାର ପ୍ରତିହାରୀ ସେବାୟତ ମାନେ ସିଂହଦ୍ଵାର ଫିଟିବା ସମୟରେ ଓ ସଂଧ୍ୟାଧୂପ ପରେ ସେଠାରେ ମୁତୟନ ରହିବେ ବୋଲି ନିଯୋଗ ପକ୍ଷରୁ ସୂଚନା ମିଳିଛି। ଶ୍ରୀମନ୍ଦିର ଶୃଙ୍ଖଳା ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ପଦକ୍ଷେପ ନେଇଛି ପ୍ରତିହାରୀ ନିଯୋଗ। ପ୍ରତିହାରୀ ସେବାୟତ ସିଂହଦ୍ଵାରରେ ଓ ପରବର୍ତ୍ତୀ ପର୍ଯ୍ୟାୟରେ ଅନ୍ୟ ସମସ୍ତ ତିନି ଦୁଆରରେ ମୁତୟନ ରହିଲେ ଅଣହିନ୍ଦୁ ପ୍ରବେଶ ଉପରେ ରୋକ୍ ଲାଗିବ ବୋଲି ଆଶା କରାଯାଉଛି।


The post ଶ୍ରୀମନ୍ଦିରରେ ଅଣହିନ୍ଦୁ ପ୍ରବେଶ ରୋକିବାକୁ ପ୍ରୟାସ appeared first on .