ବରଗଡ଼ ଜିଲ୍ଲା ପଦ୍ମପୁରରେ ଅଘଟଣ : ବଜ୍ରପାତ ନେଲା ୨ ଜଣଙ୍କ ଜୀବନ
ନନ୍ଦିଘୋଷ ବ୍ୟୁରୋ : ବରଗଡ଼ ଜିଲ୍ଲା ପଦ୍ମପୁରରେ ଅଘଟଣ। ବଜ୍ରପାତରେ ୨ ଜଣଙ୍କ ମୃତ୍ୟୁ। ଲଖମରା ଗାଁରେ ଗୋଟିଏ ପରିବାରର... The post ବରଗଡ଼ ଜିଲ୍ଲା ପଦ୍ମପୁରରେ ଅଘଟଣ : ବଜ୍ରପାତ ନେଲା ୨ ଜଣଙ୍କ ଜୀବନ appeared first on .
ନନ୍ଦିଘୋଷ ବ୍ୟୁରୋ : ବରଗଡ଼ ଜିଲ୍ଲା ପଦ୍ମପୁରରେ ଅଘଟଣ। ବଜ୍ରପାତରେ ୨ ଜଣଙ୍କ ମୃତ୍ୟୁ। ଲଖମରା ଗାଁରେ ଗୋଟିଏ ପରିବାରର ୨ ଜଣଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ
ଆଶିଷ ମେହେର ଓ ତାଙ୍କର ବଡ଼ମା ମମତା ମେହେର। ଆଜି ସକାଳୁ ବର୍ଷା ପାଗ ଲାଗି ରହିଥିବା ବେଳେ ବଡ଼ମା ଓ ପୁତୁରା ଚାଷ ଜମିକୁ ଯାଇଥିଲେ। ବିଲରେ କାମ କରୁଥିବା ବେଳେ ବର୍ଷା ସହିତ ଘଡଘଡି ହେବାରୁ ସେଠାରେ ନିର୍ମିତ ଅସ୍ଥାୟୀ ଘରେ ଆଶ୍ରୟ ନେଇଥିଲେ। ସେହି ସମୟରେ ବଜ୍ରାଘାତ ହୋଇଥିଲା। ମମତା ମେହେର ସଂପୂର୍ଣ୍ଣ ଜଳିଯାଇଥିଲେ। ସେଠାରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଆଶିଷ ମେହେରଙ୍କୁ ଗୁରୁତର ଅବସ୍ଥାରେ ପଦ୍ମପୁର ହସପିଟାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ଆଶିଷଙ୍କୁ ମୃତ ଘୋଷଣା କରିଥିଲେ। ବ୍ୟବଚ୍ଛେଦ ପରେ ବଡ଼ମାଁ ଓ ପୁତୁରାଙ୍କ ମୃତ ଶରୀରକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।
The post ବରଗଡ଼ ଜିଲ୍ଲା ପଦ୍ମପୁରରେ ଅଘଟଣ : ବଜ୍ରପାତ ନେଲା ୨ ଜଣଙ୍କ ଜୀବନ appeared first on .