pakistan Targeting Religious places: ଟାର୍ଗେଟରେ ଭାରତର ଧାର୍ମିକ ସ୍ଥଳ, ତୁର୍କୀର ଡ୍ରୋନ ବ୍ୟବହାର କରୁଛି ପାକିସ୍ତାନ
ଗୁରୁବାର ସନ୍ଧ୍ୟାରେ ପାକିସ୍ତାନ ପକ୍ଷରୁ ଭାରତର ବିଭିନ୍ନ ସହର ଉପରେ ଆକ୍ରମଣ ଉଦ୍ୟମ କରାଯାଇଥିଲା। ୩୬ଟି ସହର ଉପରେ ପାକ ସେନା ଅଚାନକ ଡ୍ରୋନ ଓ ମିସାଇଲ ଜରିଆରେ ଆକ୍ରମଣ କରିଥିଲା। ଏହାର ଜବାବରେ ଭାରତୀୟ ସେନା ମଧ୍ୟ ପାକିସ୍ତାନ ଉପରେ ଆକ୍ରମଣ କରିଥିଲେ।