ବିଳମ୍ବରେ ଆସିବାରୁ ସହକର୍ମୀଙ୍କ ଉପରେ ଗରମପାଣି ମାଡ଼ କଲେ ହାବିଲଦାର

ମୟୂରଭଞ୍ଜ : ବାଙ୍ଗିରିପୋଷି ଅଗ୍ନିଶମ କାର୍ଯ୍ୟାଳୟରେ ଅଘଟଣ I ବିଳମ୍ବରେ ପହଞ୍ଚିବାରୁ କନେଷ୍ଟେବଳଙ୍କ ଉପରକୁ ଗରାମପାଣି ମାଡ଼ କଲେ ସହକର୍ମୀ ହାବିଲଦାର I ଗୁରୁତର ଅବସ୍ଥାରେ କନେଷ୍ଟବଳଙ୍କୁ ବାରିପଦା ପିଆରଏମ ମେଡିକାଲ ରେ ଭର୍ତି କରାଯାଇଛି I ଗୁରୁତର କର୍ମଚାରୀ ହେଉଛନ୍ତି ଦୁଷ୍ମନ୍ତ କୁମାର ଦେହୁରୀ I ବିଳମ୍ବରେ ଆସିବାରୁ ତାଙ୍କ ଉପରକୁ ହାବିଲଦାର ନୂତନ କୁମାର ମଲ୍ଲିକ ଗରମ ପାଣି ମାଡ଼ କରିଥିଲେ I ସୂଚନାନୁସାରେ,ରବିବାର ଦିନ ବାଙ୍ଗିରିପୋଷି ସ୍ଥିତ ଅଗ୍ନିଶମ ଅଫିସରେ ଦୁଷମନ୍ତଙ୍କର ରାତି […]

ବିଳମ୍ବରେ ଆସିବାରୁ ସହକର୍ମୀଙ୍କ ଉପରେ ଗରମପାଣି ମାଡ଼ କଲେ ହାବିଲଦାର
ବିଳମ୍ବରେ ଆସିବାରୁ ସହକର୍ମୀଙ୍କ ଉପରେ ଗରମପାଣି ମାଡ଼ କଲେ ହାବିଲଦାର

ମୟୂରଭଞ୍ଜ : ବାଙ୍ଗିରିପୋଷି ଅଗ୍ନିଶମ କାର୍ଯ୍ୟାଳୟରେ ଅଘଟଣ I ବିଳମ୍ବରେ ପହଞ୍ଚିବାରୁ କନେଷ୍ଟେବଳଙ୍କ ଉପରକୁ ଗରାମପାଣି ମାଡ଼ କଲେ ସହକର୍ମୀ ହାବିଲଦାର I ଗୁରୁତର ଅବସ୍ଥାରେ କନେଷ୍ଟବଳଙ୍କୁ ବାରିପଦା ପିଆରଏମ ମେଡିକାଲ ରେ ଭର୍ତି କରାଯାଇଛି I ଗୁରୁତର କର୍ମଚାରୀ ହେଉଛନ୍ତି ଦୁଷ୍ମନ୍ତ କୁମାର ଦେହୁରୀ I ବିଳମ୍ବରେ ଆସିବାରୁ ତାଙ୍କ ଉପରକୁ ହାବିଲଦାର ନୂତନ କୁମାର ମଲ୍ଲିକ ଗରମ ପାଣି ମାଡ଼ କରିଥିଲେ I

ସୂଚନାନୁସାରେ,ରବିବାର ଦିନ ବାଙ୍ଗିରିପୋଷି ସ୍ଥିତ ଅଗ୍ନିଶମ ଅଫିସରେ ଦୁଷମନ୍ତଙ୍କର ରାତି ଡିଉଟି ଥିଲା I ମାତ୍ର ସେ ବିଳମ୍ବରେ ଆସି ପହଞ୍ଚିଥିଲେ I ଏହାକୁ ନେଇ ହାବିଲଦାର ନୂତନ ମଲ୍ଲିକ ତାଙ୍କୁ ଗାଳି ଗୁଲଜ କରିବା ସହ ତାଙ୍କ ଉପରକୁ ଗରମ ପାଣି ଛାଟି ଦେଇଥିଲେ I ଫଳରେ ତାଙ୍କ ଦୁଇ ଜଙ୍ଘ ଏବଂ ଗୋଡ଼ରେ ଫୋଟକା ହୋଇଯାଇଥିଲା I ଏହାଦେଖି ସୋମବାର ସକାଳେ ଦୁଷ୍ମନ୍ତଙ୍କୁ ଚିକିତ୍ସା ପାଇଁ ଅନ୍ୟ ସହକର୍ମୀମାନେ ବାରିପଦା ମେଡିକାଲରେ ଆଣି ଭର୍ତି କରିଛନ୍ତି I