ଛାତ୍ର ସଂଘ ରୁମ୍କୁ ବାର୍ରେ ପରିଣତ କରିଥିଲା ମନୋଜିତ ମିଶ୍ର
କୋଲକାତା: କୋଲକାତା ଆଇନ ମହାବିଦ୍ୟାଳୟ ଗଣଦୁଷ୍କର୍ମ ମାମଲାରେ ମୁଖ୍ୟ ଅଭିଯୁକ୍ତ ମନୋଜିତ ମିଶ୍ର କଲେଜରେ ଛାତ୍ର ସଂଘ ରୁମ୍କୁ ଏକ ବାର୍ରେ ପରିଣତ କରିଥିଲା। ପ୍ରତିଦିନ ସନ୍ଧ୍ୟାରେ ମନୋଜିତ କଲେଜର ଛାତ୍ର ସଂଘ କକ୍ଷରେ ବସି ତା’ ସାଙ୍ଗମାନଙ୍କ ସହ ମଦ ପିଉଥିଲା ଏବଂ ଏଠାରେ ପାର୍ଟି କରୁଥିଲା ବୋଲି ତା’ର ଜଣେ ବ୍ୟାଚମେଟ୍ କହିଛନ୍ତି। ମନୋଜିତ ମିଶ୍ର ମହିଳାମାନଙ୍କୁ ନିର୍ଯାତନା ଦିଏ। ମିଶ୍ର ଓରଫ ‘ମଙ୍ଗୋ’ ଥରେ ଜଣେ ସିକ୍ୟୁରିଟି ଗାର୍ଡଙ୍କୁ ଠେଲାପେଲା କରିଥିଲା। ଅତି […]

କୋଲକାତା: କୋଲକାତା ଆଇନ ମହାବିଦ୍ୟାଳୟ ଗଣଦୁଷ୍କର୍ମ ମାମଲାରେ ମୁଖ୍ୟ ଅଭିଯୁକ୍ତ ମନୋଜିତ ମିଶ୍ର କଲେଜରେ ଛାତ୍ର ସଂଘ ରୁମ୍କୁ ଏକ ବାର୍ରେ ପରିଣତ କରିଥିଲା। ପ୍ରତିଦିନ ସନ୍ଧ୍ୟାରେ ମନୋଜିତ କଲେଜର ଛାତ୍ର ସଂଘ କକ୍ଷରେ ବସି ତା’ ସାଙ୍ଗମାନଙ୍କ ସହ ମଦ ପିଉଥିଲା ଏବଂ ଏଠାରେ ପାର୍ଟି କରୁଥିଲା ବୋଲି ତା’ର ଜଣେ ବ୍ୟାଚମେଟ୍ କହିଛନ୍ତି। ମନୋଜିତ ମିଶ୍ର ମହିଳାମାନଙ୍କୁ ନିର୍ଯାତନା ଦିଏ। ମିଶ୍ର ଓରଫ ‘ମଙ୍ଗୋ’ ଥରେ ଜଣେ ସିକ୍ୟୁରିଟି ଗାର୍ଡଙ୍କୁ ଠେଲାପେଲା କରିଥିଲା। ଅତି ଛୋଟ ପ୍ରସଙ୍ଗରେ ବି ସେ କଲେଜ କର୍ମଚାରୀଙ୍କୁ ଗୁଳି କରିଦେବ ବୋଲି ଧମକ ଦିଏ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ବାଧୀନ ଟିଏମ୍ସିର ଛାତ୍ର ସଂଘରେ ଦିନେ ଏକ ପଦବୀରେ ଥିବା ମିଶ୍ର ବିରୋଧରେ ଅନେକ ଅଭିଯାଗ ରହିଛି। ୨୦୧୯ରେ ସେ ଜଣେ ମହିଳାଙ୍କ ପୋଷାକ ଉତାରିଥିବା ନେଇ ତା’ ବିରୋଧରେ ଅଭିଯୋଗ ଥିଲା ଏବଂ ୨୦୨୨ରେ ସେ ଜଣେ ମହିଳାଙ୍କୁ ଅସଦାଚରଣ କରିଥିବା ନେଇ ତା’ ବିରୋଧରେ ଅଭିଯୋଗ ହୋଇଥିଲା। ୨୦୨୪ରେ ସେ ଜଣେ କଲେଜ ଗାର୍ଡଙ୍କୁ ମାଡ଼ ମାରିଥିବା ଏବଂ କଲେଜ ସମ୍ପତ୍ତି ନଷ୍ଟ କରିଥିବା ନେଇ ତା’ ବିରୋଧରେ ଅଭିଯୋଗ ହୋଇଥିଲା। ମଙ୍ଗୋ ମିଶ୍ର ପ୍ରଥମେ ୨୦୦୭ରେ କୋଲକାତା କଲେଜରେ ଯୋଗ ଦେଇଥିଲା ଏବଂ ୨୦୧୨ରେ ସେ ତା’ର କୋର୍ସ ଶେଷ କରିଥିଲା। ଏହି ସମୟରେ ସେ କ୍ୟାମ୍ପସ ରାଜନୀତିରେ ସମ୍ପୃକ୍ତ ଥିଲା ଏବଂ ତୃଣମୂଳ କଂଗ୍ରେସ ୨୦୧୧ରେ କ୍ଷମତାକୁ ଆସିବାପରେ ସେ ନିଜ କୋର୍ସ ଶେଷ ନକରି ଅଧାରୁ ପଢ଼ା ଛାଡ଼ିଦେଲା। ମଙ୍ଗୋ ମିଶ୍ର ୨୦୧୭ରେ ପୁଣି ଆଡମିସନ୍ କଲା ଏବଂ ୨୦୨୨ରେ ସେ ପାସ୍ କଲା।