ନିଅନ୍ତୁ ନିଜର ଯତ୍ନ

ବର୍ତ୍ତମାନ ସମସ୍ତେ ନିଜର ଶରୀର ଯତ୍ନ ନେବାର ଆବଶ୍ୟକତା ବଢିଯାଇଛି । କରୋନା କାରଣରୁ ସମସ୍ତେ ନିଜର ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବା ଜରୁରୀ । ନିଜର ଲାଇଫ୍‌ ଷ୍ଟାଇଲ୍‌କୁ ବଦଳାଇ ନିଜର ଯତ୍ନ ନେଇହେବ । କେତେକ ଛୋଟ ଛୋଟ ଅଭ୍ୟାସ ଅଛି ଯାହାକୁ ଅନୁକରଣ କରିବା ଦ୍ୱାରା ଆପଣ ସମୂର୍ଣ୍ଣ ସୁସ୍ଥ ରହିପାରିବେ । ଆସନ୍ତୁ ଜାଣିବା ସେହିଭଳି କିଛି ତଥ୍ୟ ଯାହାକୁ ଅନୁକରଣ କରି ଆପଣ ଏକ ସୁସ୍ଥ ନିରୋଗ ଜୀବନ ବଞ୍ଚିପାରିବେ […]

ନିଅନ୍ତୁ ନିଜର ଯତ୍ନ
ନିଅନ୍ତୁ ନିଜର ଯତ୍ନ

ବର୍ତ୍ତମାନ ସମସ୍ତେ ନିଜର ଶରୀର ଯତ୍ନ ନେବାର ଆବଶ୍ୟକତା ବଢିଯାଇଛି । କରୋନା କାରଣରୁ ସମସ୍ତେ ନିଜର ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବା ଜରୁରୀ । ନିଜର ଲାଇଫ୍‌ ଷ୍ଟାଇଲ୍‌କୁ ବଦଳାଇ ନିଜର ଯତ୍ନ ନେଇହେବ । କେତେକ ଛୋଟ ଛୋଟ ଅଭ୍ୟାସ ଅଛି ଯାହାକୁ ଅନୁକରଣ କରିବା ଦ୍ୱାରା ଆପଣ ସମୂର୍ଣ୍ଣ ସୁସ୍ଥ ରହିପାରିବେ । ଆସନ୍ତୁ ଜାଣିବା ସେହିଭଳି କିଛି ତଥ୍ୟ ଯାହାକୁ ଅନୁକରଣ କରି ଆପଣ ଏକ ସୁସ୍ଥ ନିରୋଗ ଜୀବନ ବଞ୍ଚିପାରିବେ ।

ଖାଦ୍ୟରେ ଭିନ୍ନତା : ସର୍ବଦା ଭିନ୍ନଭିନ୍ନ ଖାଦ୍ୟ ଖାଆନ୍ତୁ । କାରଣ ଗୋଟିଏ ପ୍ରକାରର ଖାଦ୍ୟ ଖାଇବା ଫଳରେ ଶରୀରରେ ପ୍ରୋଟିନ୍‌ ମାତ୍ରା କମ ହୋଇପାରେ । ଏକ ସୁସ୍ଥ ଶରୀର ପାଇଁ ଆମକୁ ୪୦ଟି ପ୍ରୋଟିନ ଦରକାର । ତେଣୁ ଏକ ପ୍ରକାରର ଖାଦ୍ୟ ଖାଇବା ଦ୍ୱାରା ଶରୀରକୁ ସମସ୍ତ ପ୍ରକାରର ପ୍ରୋଟିନ ମିଳିବ ନାହିଁ । ତେଣୁ ସର୍ବଦା ଏକ ସନ୍ତୁଳିତ ଆହାର ଭୋଜନ କରନ୍ତୁ । ଯେଉଁଥିରୁ ଆପଣଙ୍କୁ ସମସ୍ତ ପୋଷକ ତତ୍ତ୍ୱ ପ୍ରାପ୍ତ ହେବ ।

ଶ୍ୱେତସାର ଖାଦ୍ୟ ଉପରେ ଦିଅନ୍ତୁ ଧ୍ୟାନ : ନିଜ ଖାଦ୍ୟରେ ଶେ୍ୱତସାରର ମାତ୍ରା ଅଧିକ ରଖନ୍ତୁ । ଏଥିରେ ଆପଣ ଭାତ, ଆଳୁ, ବ୍ରେଡ, ପାସ୍ତା ଆଦି ରଖିପାରିବେ । ଯାହା ଆପଣଙ୍କର ଶରୀରରେ ଫାଇବରର ଅଭାବ ଦୂର କରିବ । ଏହାସହ ଆପଣ ସୁସ୍ଥ ମଧ୍ୟ ରହିବେ ।

ଖାଦ୍ୟରେ ସାମିଲ କରନ୍ତୁ ଫଳ : ଆପଣ ଦିନରେ ଖାଉଥିବା ଖାଦ୍ୟରେ ଅଧିକ ପରିମାଣରେ ଫଳ ଓ ପନିପରିବା ସାମିଲ କରନ୍ତୁ । ଯାହା ଆପଣଙ୍କୁ ଅଧିକ ପରିମାଣରେ ଭିଟାମିନ୍‌ ଓ ମିନେରାଲ ଯୋଗାଇବ । ତେଣୁ ଖାଦ୍ୟରେ ଅତି କମରେ ଫଳ ଓ ପରିବା ମିଶାଇ ୫ପ୍ରକାରର ଖାଆନ୍ତୁ । ଜଳଖିଆ, ମଧ୍ୟାହ୍ନ ଭୋଜନ, ସନ୍ଧ୍ୟାସମୟରେ ଓ ରାତ୍ରି ଭୋଜନରେ ଆପଣ ପନିପରିବା ସହ ଫଳ ଖାଆନ୍ତୁ । ଏହାକୁ ଆପଣ ନିଜ ପସନ୍ଦ ଅନୁସାରେ ଖାଇପାରିବେ ।

କମାନ୍ତୁ ଲୁଣ ଓ ମିଠା ଖାଇବା : ଅଧିକ ଲୁଣ ଖାଇବା ବ୍ଲଡ୍‌ ପ୍ରେସରର କାରଣ ହୋଇଥିବା ବେଳେ ମିଠା ମଧୁମେହର । ତେଣୁ ଏହି ଦୁଇଟିକୁ ସର୍ବଦା ସନ୍ତୁଳିତ ଆକାରରେ ଖାଆନ୍ତୁ । ଖାଦ୍ୟରେ ଚେଷ୍ଟା କରନ୍ତୁ ଏହାର ବିକଳ୍ପ ବ୍ୟବହାର କରିବାକୁ । ଚିନି ସ୍ଥାନରେ ଗୁଡ ବ୍ୟବହାର କରିପାରିବେ । ଖାଦ୍ୟରେ ଲୁଣର ମାତ୍ରା କମ କରିପାରିବେ । ଏପରି କରିବା ଦ୍ୱାରା ଆପଣ ସୁସ୍ଥ ରହିବେ ।

ଅଧିକ ମାତ୍ରାରେ ପାଣି ପିଅନ୍ତୁ : ଖାଦ୍ୟ ଯେପରି ଶରୀରପାଇଁ ଜରୁରୀ ପାଣି ମଧ୍ୟ ସେତିକି । ବିଶେଷ କରି ଖରାଦିନେ ଅଧିକ ପାଣି ପିଅନ୍ତୁ । ଜଣେ ବ୍ୟକ୍ତିଙ୍କୁ ଦିନକୁ ଅତି କମରେ ୧.୫ ଲିଟର ପାଣି ପିଇବାର ଆବଶ୍ୟକତା ରହିଛି । ଏହା ଯେତେ ଅଧିକ ହେବ ସେତେ ଭଲ । ତେଣୁ ପାଣି ସହିତ ଆପଣ ଜୁସ, ଚା, କ୍ଷୀର ଭଳି ପାନୀୟ ମଧ୍ୟ ଆପଣ ପିଇ ପାରିବେ । ଏହା ଆପଣଙ୍କୁ ଶରୀରକୁ ହାଇଡ୍ରେଟେଡ ରଖିବାରେ ସାହାଯ୍ୟ କରିଥାଏ ।