ପଶ୍ଚିମବଙ୍ଗ ରାଜ୍ୟପାଳଙ୍କ ବିରୋଧରେ ନିର୍ବାଚନ କମିସନଙ୍କ ଦ୍ବାରସ୍ଥ ହେଲା ଟିଏମସି
ନୂଆଦିଲ୍ଲୀ : ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋସଙ୍କ ବିରୋଧରେ ଟିଏମସି (ତୃଣମୂଳ କଂଗ୍ରେସ) ନିର୍ବାଚନ କମିସନଙ୍କ ଦ୍ବାରସ୍ଥ ହୋଇଛି। ରାଜ୍ୟପାଳ ସିଭି ଆନନ୍ଦ ବୋସ ଲୋକସଭା ନିର୍ବାଚନ ୨୦୨୪ରେ ବେଆଇନ ଭାବେ ହସ୍ତକ୍ଷେପ କରୁଛନ୍ତି ଏବଂ ମୁଖ୍ୟ ନିର୍ବାଚନ କମିସନ ଅଫିସ ଭଳି ଅନୁରୂପ ଅଫିସ ପରିଚାଳନା ପାଇଁ ଉଦ୍ୟମ କରୁଛନ୍ତି ବୋଲି ଅଭିଯୋଗ ହୋଇଛି। ଟିଏମସି ନିର୍ବାଚନ କମିସନଙ୍କ ନିକଟରେ କରିଥିବା ଅଭିଯୋଗ ଅନୁଯାୟୀ ସିଭି ଆନନ୍ଦ ବୋସ୍ ‘ଲୋଗ ସଭା’ ନାମ ଅଧୀନରେ […]

ନୂଆଦିଲ୍ଲୀ : ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋସଙ୍କ ବିରୋଧରେ ଟିଏମସି (ତୃଣମୂଳ କଂଗ୍ରେସ) ନିର୍ବାଚନ କମିସନଙ୍କ ଦ୍ବାରସ୍ଥ ହୋଇଛି। ରାଜ୍ୟପାଳ ସିଭି ଆନନ୍ଦ ବୋସ ଲୋକସଭା ନିର୍ବାଚନ ୨୦୨୪ରେ ବେଆଇନ ଭାବେ ହସ୍ତକ୍ଷେପ କରୁଛନ୍ତି ଏବଂ ମୁଖ୍ୟ ନିର୍ବାଚନ କମିସନ ଅଫିସ ଭଳି ଅନୁରୂପ ଅଫିସ ପରିଚାଳନା ପାଇଁ ଉଦ୍ୟମ କରୁଛନ୍ତି ବୋଲି ଅଭିଯୋଗ ହୋଇଛି। ଟିଏମସି ନିର୍ବାଚନ କମିସନଙ୍କ ନିକଟରେ କରିଥିବା ଅଭିଯୋଗ ଅନୁଯାୟୀ ସିଭି ଆନନ୍ଦ ବୋସ୍ ‘ଲୋଗ ସଭା’ ନାମ ଅଧୀନରେ ନିର୍ବାଚନ ପରିଚାଳନା ଏବଂ ବିଭିନ୍ନ ଅଭିଯୋଗ ରଖିବାପାଇଁ ଏକ ଅନୁରୂପ ନିର୍ବାଚନ ପଦ୍ଧତି ଆରମ୍ଭ କରିଛନ୍ତି। ନିର୍ବାଚନ ସମୟରେ ଲୋକଙ୍କ ସହ ସିଧାସଳଖ ଯୋଗାଯୋଗ ରଖିବାପାଇଁ ରାଜ୍ୟପାଳ ‘ଲୋକସଭା’ ପୋର୍ଟାଲ ଆରମ୍ଭ କରିଛନ୍ତି ବୋଲି ଟିଏମସି ଅଭିଯୋଗ କରିଛି। ନିର୍ବାଚନ କମିସନ୍ ଆଦର୍ଶ ଆଚରଣ ବିଧି ଘୋଷଣା କରିବାପରେ ରାଜ୍ୟପାଳ ‘ଲୋଗ ସଭା’ ନାମକ ଏକ ନୂଆ ଅଭିଯାନ ଆରମ୍ଭ କରିଛନ୍ତି ବୋଲି ଟିଏମସି ଅଭିଯୋଗ କରିଛି।