୪୮ ରାଜନେତା ହନିଟ୍ରାପ୍‌ର ଶିକାର ହୋଇଥିବା କର୍ଣ୍ଣାଟକ ମନ୍ତ୍ରୀଙ୍କ ଦାବି

ନୂଆଦିଲ୍ଲୀ: କର୍ଣ୍ଣାଟକ ଗୃହ ମନ୍ତ୍ରୀ ଜି ପରମେଶ୍ବର ୪୮ ଜଣ ରାଜନେତା ହନି ଟ୍ରାପର ଶିକାର ହୋଇଥିବା ଅଭିଯୋଗ ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। କର୍ଣ୍ଣାଟକ ବିଧାନସଭା ଅଧିବେଶନରେ ଆଜି ବଜେଟ୍‌ ଅଧିବେଶନ ଆଲୋଚନା ସମୟରେ ପରମେଶ୍ବର ଏହି ଘୋଷଣା କରିଛନ୍ତି। କର୍ଣ୍ଣାଟକ ସମବାୟ ମନ୍ତ୍ରୀ କେ ଏନ୍‌ ରାଜନ୍ନା ତାଙ୍କ ଉପରେ ଏକ ହନିଟ୍ରାପ୍‌ ଉଦ୍ୟମ ହୋଇଥିବା ଅଭିଯୋଗ କରିଛନ୍ତି ଏବଂ ଉକ୍ତ ଘଟଣାର ତଦନ୍ତ ପାଇଁ କହିବାପରେ ଗୃହ ମନ୍ତ୍ରୀ ଉକ୍ତ […]

୪୮ ରାଜନେତା ହନିଟ୍ରାପ୍‌ର ଶିକାର ହୋଇଥିବା କର୍ଣ୍ଣାଟକ ମନ୍ତ୍ରୀଙ୍କ ଦାବି

ନୂଆଦିଲ୍ଲୀ: କର୍ଣ୍ଣାଟକ ଗୃହ ମନ୍ତ୍ରୀ ଜି ପରମେଶ୍ବର ୪୮ ଜଣ ରାଜନେତା ହନି ଟ୍ରାପର ଶିକାର ହୋଇଥିବା ଅଭିଯୋଗ ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। କର୍ଣ୍ଣାଟକ ବିଧାନସଭା ଅଧିବେଶନରେ ଆଜି ବଜେଟ୍‌ ଅଧିବେଶନ ଆଲୋଚନା ସମୟରେ ପରମେଶ୍ବର ଏହି ଘୋଷଣା କରିଛନ୍ତି। କର୍ଣ୍ଣାଟକ ସମବାୟ ମନ୍ତ୍ରୀ କେ ଏନ୍‌ ରାଜନ୍ନା ତାଙ୍କ ଉପରେ ଏକ ହନିଟ୍ରାପ୍‌ ଉଦ୍ୟମ ହୋଇଥିବା ଅଭିଯୋଗ କରିଛନ୍ତି ଏବଂ ଉକ୍ତ ଘଟଣାର ତଦନ୍ତ ପାଇଁ କହିବାପରେ ଗୃହ ମନ୍ତ୍ରୀ ଉକ୍ତ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ବଜେଟ୍‌ ଅଧିବେଶନ ଆଲୋଚନା ସମୟରେ ବିଜୟପୁରା ବିଧାୟକ ବସନଗୌଡ଼ା ପାଟିଲ ୟତନଲ ଏହି ପ୍ରସଙ୍ଗ ଉଠାଇଥିଲେ ଏବଂ କହିଥିଲେ ଯେ ରାଜ୍ୟରେ ସମବାୟ ମନ୍ତ୍ରୀଙ୍କୁ ହନି ଟ୍ରାପ୍‌ କରିବାପାଇଁ ଉଦ୍ୟମ ହୋଇଥିଲା। ଏହା ଏକ ଖରାପ୍‌ ସଂସ୍କୃତି। ଜନ ପ୍ରତିନିଧିଙ୍କୁ ବ୍ଲାକମେଲ୍‌ କରାଯାଉଛି। ଏହାପରେ କେଏନ୍‌ ରାଜନ୍ନା ଏଭଳି ହୋଇଥିବା ସ୍ବୀକାର କରିଥିଲେ। ସେ କହିଛନ୍ତି, ଅନେକ ଲୋକ କହୁଛନ୍ତି ଯେ କର୍ଣ୍ଣାଟକ ଏକ ସିଡି ଏବଂ ପେନ ଡ୍ରାଇଭ୍‌ ଫ୍ୟାକ୍ଟ୍ରିରେ ପରିଣତ ହୋଇଛି। ଏହା ଅତି ସାଂଘାତିକ ଅଭିଯୋଗ। କୁହାଯାଉଛି ଯେ ତୁମାକୁରୁର ୨ ଜଣ ପ୍ରଭାବଶାଳୀ ମନ୍ତ୍ରୀ ହନିଟ୍ରାପ୍‌ର ଶିକାର ହୋଇଛନ୍ତି। ତୁମାକୁରୁର ସେହି ୨ ମନ୍ତ୍ରୀଙ୍କ ମଧ୍ୟରୁ ଜଣେ ହେଉଛି ମୁଁ ଏବଂ ଅନ୍ୟ ଜଣେ ପରମେଶ୍ବର। ସେ ପୁଣିଥରେ କହିଥିଲେ ଯେ ଏହି ଘଟଣାରେ ସେ ଏକ ମାମଲା ରୁଜୁ କରିବେ ଏବଂ ଗୃହ ମନ୍ତ୍ରୀ ଉକ୍ତ ଘଟଣାର ତଦନ୍ତ କରିବା ଉଚିତ। ମନ୍ତ୍ରୀ ମଧ୍ୟ ଦାବି କରିଛନ୍ତି ଯେ ସିଡି ଏବଂ ପେନଡ୍ରାଇଭ ପ୍ରସ୍ତୁତରେ ସମ୍ପୃକ୍ତ ଲୋକମାନେ ବିଭିନ୍ନ ରାଜନୈତିକ ଦଳରୁ ୪୮ ରାଜନେତାଙ୍କୁ ହନିଟ୍ରାପ୍‌ କରିଛନ୍ତି। ସେମାନେ ୨ଟି ରାଜନୈତିକ ଦଳର। ଏହି ପ୍ରସଙ୍ଗ କେବଳ ଆମ ରାଜ୍ୟରେ ସୀମିତ ନୁହେଁ। ଏହା ଜାତୀୟ ସ୍ତରକୁ ମଧ୍ୟ ବ୍ୟାପିଥିବା ସେ ଦାବି କରିଛନ୍ତି।