ଇସ୍ରାଏଲ୍‌ ଆକ୍ରମଣରେ ୯୨ ପାଲେଷ୍ଟିନୀୟଙ୍କ ମୃତ୍ୟୁ

ତେଲ ଆଭିଭ: ଇସ୍ରାଏଲ୍‌ର ସଦ୍ୟ ବିମାନ ଆକ୍ରମଣ ଓ ଗୁଳିମାଡ଼ରେ ୯୨ ପାଲେଷ୍ଟିନୀୟ ନାଗରିକଙ୍କ ମୃତ୍ୟୁ ହୋଇଛି। ପାଲେଷ୍ଟାଇନ୍‌ ନାଗରିକମାନେ ଖାଦ୍ୟ ନିମନ୍ତେ ରିଲିଫ୍‌ କେନ୍ଦ୍ରକୁ ଯାଉଥିବା ବେଳେ ଗୁଳିମାଡ଼ ହୋଇଥିବା ପାଲେଷ୍ଟାଇନ୍‌ ଅଭିଯୋଗ କରିଛି। ପାଲେଷ୍ଟାଇନ୍‌ ହସ୍‌ପିଟାଲ୍‌ର ସୂଚନାନୁସାରେ, ଗତକାଲି ଦକ୍ଷିଣ ଗାଜାର ରାଫା ନିକଟରେ ଇସ୍ରାଏଲ୍‌ ସହଯୋଗରେ ଆମେରିକୀୟ ସଂସ୍ଥା ଗାଜା ହ୍ୟୁମାନି‌ଟାରିଆନ୍‌ ଫାଉଣ୍ଡେସନ୍‌ ପକ୍ଷରୁ ରିଲିଫ୍‌ ଦିଆଯାଉଥିଲା। ଖାଦ୍ୟ ପାଇଁ ଲୋକମାନେ ରିଲିଫ୍‌ କେନ୍ଦ୍ରକୁ ଆସୁଥିଲେ। ଏହି ସମୟରେ ଇସ୍ରାଏଲ୍‌ ଆକ୍ରମଣ କରିବାରୁ […]

ଇସ୍ରାଏଲ୍‌ ଆକ୍ରମଣରେ ୯୨ ପାଲେଷ୍ଟିନୀୟଙ୍କ ମୃତ୍ୟୁ

ତେଲ ଆଭିଭ: ଇସ୍ରାଏଲ୍‌ର ସଦ୍ୟ ବିମାନ ଆକ୍ରମଣ ଓ ଗୁଳିମାଡ଼ରେ ୯୨ ପାଲେଷ୍ଟିନୀୟ ନାଗରିକଙ୍କ ମୃତ୍ୟୁ ହୋଇଛି। ପାଲେଷ୍ଟାଇନ୍‌ ନାଗରିକମାନେ ଖାଦ୍ୟ ନିମନ୍ତେ ରିଲିଫ୍‌ କେନ୍ଦ୍ରକୁ ଯାଉଥିବା ବେଳେ ଗୁଳିମାଡ଼ ହୋଇଥିବା ପାଲେଷ୍ଟାଇନ୍‌ ଅଭିଯୋଗ କରିଛି। ପାଲେଷ୍ଟାଇନ୍‌ ହସ୍‌ପିଟାଲ୍‌ର ସୂଚନାନୁସାରେ, ଗତକାଲି ଦକ୍ଷିଣ ଗାଜାର ରାଫା ନିକଟରେ ଇସ୍ରାଏଲ୍‌ ସହଯୋଗରେ ଆମେରିକୀୟ ସଂସ୍ଥା ଗାଜା ହ୍ୟୁମାନି‌ଟାରିଆନ୍‌ ଫାଉଣ୍ଡେସନ୍‌ ପକ୍ଷରୁ ରିଲିଫ୍‌ ଦିଆଯାଉଥିଲା। ଖାଦ୍ୟ ପାଇଁ ଲୋକମାନେ ରିଲିଫ୍‌ କେନ୍ଦ୍ରକୁ ଆସୁଥିଲେ। ଏହି ସମୟରେ ଇସ୍ରାଏଲ୍‌ ଆକ୍ରମଣ କରିବାରୁ ୩୧ ଜଣଙ୍କର ମୃତ୍ୟୁ ଘଟିଛି। ସେହିଭଳି ଗାଜାର ଦେର୍‌ ଅଲ୍‌ ବାଲ୍ଲାରେ ଇସ୍ରାଏଲ ପକ୍ଷରୁ ଆକାଶ ମାର୍ଗରୁ ‌ହୋଇଥିବା ଆକ୍ରମଣରେ ୪ ଶିଶୁଙ୍କ ସମେତ ୧୩ ଜଣଙ୍କ ମୃତ୍ୟୁ ଘଟିଛି। ଖାନ୍‌ ୟୁନସ୍‌ ନିକଟରେ ହୋଇଥିବା ଆକ୍ରମଣରେ ଅନ୍ୟ ୧୫ଜଣ ପାଲେଷ୍ଟାଇନ୍‌ ବାସିନ୍ଦାଙ୍କ ମୃତ୍ୟୁ ଘଟିଛି। ଅଲ୍‌ ଆକ୍‌ସା ମାର୍ଟିର୍ସ ହସ୍‌ପିଟାଲ୍‌ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଜାରି ସୂଚନାରେ, ଗୁଳିମାଡ଼ରେ ୧୦୦ଜଣ ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ପ‌ରେ ମୃତ୍ୟୁସଂଖ୍ୟା ବଢ଼ିଛି।