ନିଜ IRCTC ଆକାଉଣ୍ଟରୁ ଅନ୍ୟମାନଙ୍କ ପାଇଁ ଟିକେଟ୍ ବୁକ୍ କଲେ ହୋଇପାରେ ଜେଲ! ସ୍ପଷ୍ଟ କଲା ଆଇଆରସିଟିସି
ନୂଆଦିଲ୍ଲୀ,୨୭।୬:ଭାରତୀୟ ରେଲଓ୍ବେରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଯାତ୍ରା କରୁଛନ୍ତି। ସେଥିମଧ୍ୟରୁ ଅଧିକାଂଶ ଲୋକ ଷ୍ଟେସନ ପରିବର୍ତ୍ତେ ଅନଲାଇନ ଟିକେଟ ପ୍ଲାଟଫର୍ମ IRCTC ରୁ ଟ୍ରେନ ଟିକେଟ ବୁକ୍ କରୁଛନ୍ତି। ଏବେ ଏମିତି କିଛି ଘଟଣା ଦେଖିବାକୁ ମିଳୁଛି ଯେଉଁଠି ଲୋକମାନେ ନିଜର ଲଗଇନ ଆଇଡିରେ ବନ୍ଧୁ ଏବଂ ସମ୍ପର୍କୀୟଙ୍କ ଟିକେଟ ବୁକ୍ କରୁଛନ୍ତି। ନିକଟରେ ଏକ ସୂଚନା ପ୍ରସାରିତ ହେଉଛି କି, ଏପରି କଲେ ଜେଲ୍ ହୋଇଫାରେ। ତେବେ ଏହା କେତେ ସତ ଏନେଇ ଆଇଆରସିଟିସି […] The post ନିଜ IRCTC ଆକାଉଣ୍ଟରୁ ଅନ୍ୟମାନଙ୍କ ପାଇଁ ଟିକେଟ୍ ବୁକ୍ କଲେ ହୋଇପାରେ ଜେଲ! ସ୍ପଷ୍ଟ କଲା ଆଇଆରସିଟିସି appeared first on Dharitri Odia News.
ନୂଆଦିଲ୍ଲୀ,୨୭।୬:ଭାରତୀୟ ରେଲଓ୍ବେରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଯାତ୍ରା କରୁଛନ୍ତି। ସେଥିମଧ୍ୟରୁ ଅଧିକାଂଶ ଲୋକ ଷ୍ଟେସନ ପରିବର୍ତ୍ତେ ଅନଲାଇନ ଟିକେଟ ପ୍ଲାଟଫର୍ମ IRCTC ରୁ ଟ୍ରେନ ଟିକେଟ ବୁକ୍ କରୁଛନ୍ତି। ଏବେ ଏମିତି କିଛି ଘଟଣା ଦେଖିବାକୁ ମିଳୁଛି ଯେଉଁଠି ଲୋକମାନେ ନିଜର ଲଗଇନ ଆଇଡିରେ ବନ୍ଧୁ ଏବଂ ସମ୍ପର୍କୀୟଙ୍କ ଟିକେଟ ବୁକ୍ କରୁଛନ୍ତି। ନିକଟରେ ଏକ ସୂଚନା ପ୍ରସାରିତ ହେଉଛି କି, ଏପରି କଲେ ଜେଲ୍ ହୋଇଫାରେ। ତେବେ ଏହା କେତେ ସତ ଏନେଇ ଆଇଆରସିଟିସି ସ୍ପଷ୍ଟ କରିଛି।
ଯଦି IRCTC ରେ ନିଜର ଲଗଇନ୍ ଆଇଡିରୁ ଅନ୍ୟମାନଙ୍କ ପାଇଁ ଟିକେଟ ବୁକ କରାଯାଏ, ତେବେ ଆପଣଙ୍କୁ ଜେଲ ଦଣ୍ଡ ହୋଇପାରେ। ଏହି ସୂଚନା ଭାଇରାଲ ହେବା ମାତ୍ରେ ଲୋକମାନେ ଦ୍ୱନ୍ଦ୍ୱରେ ପଡି ଯାଇଥିଲେ। ଏହାପରେ ଆଇଆରସିଟିସି ଏନେଇ ସ୍ପଷ୍ଟ କରିଛି। ଏହା ଏକ ଗୁଜବ। ଏହି ଖବରକୁ ଭିତ୍ତିହୀନ ଏବଂ ବିଭ୍ରାନ୍ତିକର ବୋଲି ଆଇଆରସିଟିସି କହିଛି। ସେହିପରି ଏଭଳି ମିଥ୍ୟା ଖବର ପ୍ରସାରଣ ନ କରିବାକୁ ଆଇଆରସିଟିସି ପରାମର୍ଶ ଦେଇଛି।
ଏଥିସହ IRCTC କହିଛି ଯେ, ନିଜର ବ୍ୟକ୍ତିଗତ ୟୁଜର୍ ID ରେ ବୁକ କରିଥିବା ଟିକେଟ ବ୍ୟବସାୟିକ ଭାବରେ ବ୍ୟବହାର କରାଯାଇପାରିବ ନାହିଁ। ଏହାର ଅର୍ଥ, ଆପଣ ସେହି ଟିକେଟ ଅନ୍ୟ କୌଣସି ସ୍ଥାନରେ ବିକ୍ରୟ କରିପାରିବେ ନାହିଁ, କାରଣ IRCTC ଏହି ଉଦ୍ଦେଶ୍ୟ ପାଇଁ ପୃଥକ ଭାବରେ ଏଜେଣ୍ଟ ID ସୃଷ୍ଟି କରିଛି। ଯେତେବେଳେ ଏଜେଣ୍ଟମାନେ ଏହାର ପ୍ଲାଟଫର୍ମରେ ଲଗଇନ କରି ଟିକେଟ ବୁକ କରନ୍ତି, ସେତେବେଳେ ସେମାନଙ୍କର କମିଶନ ସ୍ବୟଂଚାଳିତ ଭାବରେ ଟିକେଟ ମୂଲ୍ୟରେ ଯୋଡି ହୋଇଯାଏ। ତେଣୁ, ଯଦି ଜଣେ ବ୍ୟକ୍ତି ନିଜର ବ୍ୟକ୍ତିଗତ ଲଗଇନ ଆଇଡି ବ୍ୟବହାର କରି ବୁକ ହୋଇଥିବା ଟିକେଟ ବିକ୍ରି କରନ୍ତି, ତେବେ ଏହା ଅପରାଧ ବୋଲି ଧରାଯାଏ। ରେଲୱେ ଆକ୍ଟ ୧୯୯ର ଧାରା ୧୪୩ ଅଧୀନରେ ଏଥିପାଇଁ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ବ୍ୟବସ୍ଥା ରହିଛି।
The post ନିଜ IRCTC ଆକାଉଣ୍ଟରୁ ଅନ୍ୟମାନଙ୍କ ପାଇଁ ଟିକେଟ୍ ବୁକ୍ କଲେ ହୋଇପାରେ ଜେଲ! ସ୍ପଷ୍ଟ କଲା ଆଇଆରସିଟିସି appeared first on Dharitri Odia News.