ଭାଟି ମ୍ୟାନେଜରଙ୍କୁ ମହିଳାଙ୍କ କଡ଼ା ଚେତାବନୀ

ବଡ଼ଗାଁ,୬ା୮(ଅଶୋକ ଷଡ଼ଙ୍ଗୀ): ସୁନ୍ଦରଗଡ଼ ଜିଲା ବଡ଼ଗାଁ ବ୍ଲକ ଅଞ୍ଚଳରେ ମଦ ବିରୋଧୀ ଆନ୍ଦୋଳନ ତେଜୁଛି। ଗତ ୨ ସପ୍ତାହ ମଧ୍ୟରେ ଫୁଲବାରି ପଞ୍ଚାୟତର ଛାମୁଣ୍ଡା ଓ ଇତମା ପଞ୍ଚାୟତର ନକଟୀ ଗ୍ରାମର ମହିଳାମାନେ ଗାଁରେ ମଦ ବିକ୍ରି ବନ୍ଦ କରିବା ପାଇଁ ଅଣ୍ଟା ଭିଡିଛନ୍ତି। ସେମାନେ ମଦ ବିକ୍ରି ବନ୍ଦ କରିବାକୁ ବଡ଼ଗାଁ ଥାନାରେ ଲିଖିତ ଜଣାଇଥିଲା ବେଳେ ଶୁକ୍ରବାର ଫୁଲବାରି ପଞ୍ଚାୟତ କୁରେଇବଗା ଗ୍ରାମର ସ୍ବୟଂ ସହାୟିକା ଗୋଷ୍ଠୀ ମହିଳାମାନେ ବଡ଼ଗାଁ ଅବକାରୀ ଅଧିକାରୀ ଓ […] The post ଭାଟି ମ୍ୟାନେଜରଙ୍କୁ ମହିଳାଙ୍କ କଡ଼ା ଚେତାବନୀ appeared first on Dharitri Odia News.

ଭାଟି ମ୍ୟାନେଜରଙ୍କୁ ମହିଳାଙ୍କ କଡ଼ା ଚେତାବନୀ

ବଡ଼ଗାଁ,୬ା୮(ଅଶୋକ ଷଡ଼ଙ୍ଗୀ): ସୁନ୍ଦରଗଡ଼ ଜିଲା ବଡ଼ଗାଁ ବ୍ଲକ ଅଞ୍ଚଳରେ ମଦ ବିରୋଧୀ ଆନ୍ଦୋଳନ ତେଜୁଛି। ଗତ ୨ ସପ୍ତାହ ମଧ୍ୟରେ ଫୁଲବାରି ପଞ୍ଚାୟତର ଛାମୁଣ୍ଡା ଓ ଇତମା ପଞ୍ଚାୟତର ନକଟୀ ଗ୍ରାମର ମହିଳାମାନେ ଗାଁରେ ମଦ ବିକ୍ରି ବନ୍ଦ କରିବା ପାଇଁ ଅଣ୍ଟା ଭିଡିଛନ୍ତି। ସେମାନେ ମଦ ବିକ୍ରି ବନ୍ଦ କରିବାକୁ ବଡ଼ଗାଁ ଥାନାରେ ଲିଖିତ ଜଣାଇଥିଲା ବେଳେ ଶୁକ୍ରବାର ଫୁଲବାରି ପଞ୍ଚାୟତ କୁରେଇବଗା ଗ୍ରାମର ସ୍ବୟଂ ସହାୟିକା ଗୋଷ୍ଠୀ ମହିଳାମାନେ ବଡ଼ଗାଁ ଅବକାରୀ ଅଧିକାରୀ ଓ ଥାନା ଅଧିକାରୀକୁ ଲିଖିତ ଜଣାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିବେଦନ କରିଛନ୍ତି।

ସୂଚନା ଅନୁଯାୟୀ, ଗୁରୁବାର ମହିଳା ଓ ଗ୍ରାମବାସୀମାନେ ବୈଠକ କରିଥିଲେ। ଏହାପରେ ଗାଁରେ ମଦ ବିକ୍ରି କରୁଥିବା ୬ ଜଣଙ୍କ ଘରକୁ ଯାଇ ମଦ ବିକ୍ରି ବନ୍ଦ କରିବାକୁ କହିଥିଲେ ଓ ଅବକାରୀ କର୍ମଚାରୀଙ୍କ ଉପସ୍ଥିତିରେ ବିକ୍ରି ପାଇଁ ରଖିଥିବା ମଦ ରାସ୍ତାରେ ଢାଳି ଦେଇଥିଲେ। ୬ ଜଣ ମଦ ବିକ୍ରେତା ବିକ୍ରି ବନ୍ଦ କରିବେ କହିଥିବା ବେଳେ ଜଣେ ମହିଳା ବିକ୍ରେତା ମଦ ବିକ୍ରି ବନ୍ଦ କରିବେ ନାହିଁ ବୋଲି କହିଥିଲେ।

ଶୁକ୍ରବାର ମହିଳାମାନେ ବଡ଼ଗାଁ ଥାନା ଆଇଆଇସି ଓ ବଡ଼ଗାଁ ଅବକାରୀ ଅଧିକାରୀଙ୍କୁ ଲିଖିତ ଜଣାଇ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଏହାପରେ ବଡ଼ଗାଁ ଦେଶୀ ମଦ ଭାଟିକୁ ଯାଇ ମହିଳାମାନେ ଭାଟି ମ୍ୟାନେଜରଙ୍କୁ ଆମ ଗାଁକୁ ମଦ ଦେବା ବନ୍ଦ କର ନଚେତ ପରିଣାମ ଯାହା ହେବ ସେଥିପାଇଁ ଆମେ ଦାୟୀ ହେବୁ ନାହିଁ କହିଥିଲେ। ତେବେ ୫୫୦ ଜନସଂଖ୍ୟା ବିଶିଷ୍ଟ ଏହି ଗ୍ରାମର ୬ଜଣ ବ୍ୟକ୍ତି ଘରେ ଦେଶୀ ଓ ବିଦେଶୀ ମଦ ବିକ୍ରି କରିଆସୁଛନ୍ତି। ଫଳରେ ଗାଁ ଅଶାନ୍ତ ହେଉଥିବା ବେଳେ ଯାନିଯାତ୍ରାରେ ବିଶୃଙ୍ଖଳା ଦେଖା ଦେଉଥିବା, ପାରିବାରିକ ଗଣ୍ଡଗୋଳ, ଛୋଟ ପିଲାମାନେ ମଦ କବଳରେ ପଡ଼ି ବିପଥଗାମୀ ହେବା, ଲୋକେ ରୋଗଗ୍ରସ୍ତ ହେଉଥିବା ନେଇ ସ୍ଥାନୀୟ ସରପଞ୍ଚ ଯୋଗେନ୍ଦ୍ର କିସାନ, ଗ୍ରାମର ବରିଷ୍ଠ ନାଗରିକ ତରଣିସେନ ପୃଷେଟ, ଏସଏଚଜିର ସଞ୍ଜୁଲତ ସା, ଉକିଆ କାଲୋ, ମମତା ପୃଷେଟ, ପଦ୍ମିନୀ ସା, କୌଶଲ୍ୟା ନାଏକ, ଜୟମିନି ପୃଷେଟ, ଜୟଶ୍ରୀ ମାଝୀ, ଖତ ମାଝୀ, ସନ୍ଧ୍ୟାରଣି ପୃଷେଟ, ବାସନ୍ତି ପୃଷେଟ ପ୍ରମୁଖ ଅଭିଯୋଗ କରିଛନ୍ତି।

The post ଭାଟି ମ୍ୟାନେଜରଙ୍କୁ ମହିଳାଙ୍କ କଡ଼ା ଚେତାବନୀ appeared first on Dharitri Odia News.