ଟି -୨୦ ବିଶ୍ୱକପ ଚୟନ ଖବରକୁ ଖଣ୍ଡନ ରୋହିତ ଶର୍ମା, ଦେଲେ ବଡ଼ ବୟାନ
ନୂଆଦିଲ୍ଲୀ,୧୮।୪: ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମା ମିଡିଆ ରିପୋର୍ଟକୁ ଅସ୍ବୀକାର କରିଛନ୍ତି। ଯେଉଁଥିରେ ଦାବି କରାଯାଉଥିଲା ଯେ, ଟି -୨୦ ବିଶ୍ୱକପ ଚୟନକୁ ନେଇ ସେ ଚୟନ କମିଟିର ଅଧ୍ୟକ୍ଷ ଅଜିତ ଅଗରକର ଏବଂ ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡଙ୍କ ସହ ଏକ ବିଶେଷ ଆଲୋଚନା କରିଛନ୍ତି। ଜୁନ୍ ୧ ରୁ ଆମେରିକା ଏବଂ ୱେଷ୍ଟଇଣ୍ଡିରେ ଟି୨୦ ବିଶ୍ୱକପ୍ ଖେଳାଯିବ। ତେବେ ଏହି ଖବରକୁ ରୋହିତ ଗୁଜବ ବୋଲି କହିଛନ୍ତି। ଆଇସିସି ପୁରୁଷ ଟି […] The post ଟି -୨୦ ବିଶ୍ୱକପ ଚୟନ ଖବରକୁ ଖଣ୍ଡନ ରୋହିତ ଶର୍ମା, ଦେଲେ ବଡ଼ ବୟାନ appeared first on Dharitri Odia News.
ନୂଆଦିଲ୍ଲୀ,୧୮।୪: ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମା ମିଡିଆ ରିପୋର୍ଟକୁ ଅସ୍ବୀକାର କରିଛନ୍ତି। ଯେଉଁଥିରେ ଦାବି କରାଯାଉଥିଲା ଯେ, ଟି -୨୦ ବିଶ୍ୱକପ ଚୟନକୁ ନେଇ ସେ ଚୟନ କମିଟିର ଅଧ୍ୟକ୍ଷ ଅଜିତ ଅଗରକର ଏବଂ ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡଙ୍କ ସହ ଏକ ବିଶେଷ ଆଲୋଚନା କରିଛନ୍ତି। ଜୁନ୍ ୧ ରୁ ଆମେରିକା ଏବଂ ୱେଷ୍ଟଇଣ୍ଡିରେ ଟି୨୦ ବିଶ୍ୱକପ୍ ଖେଳାଯିବ। ତେବେ ଏହି ଖବରକୁ ରୋହିତ ଗୁଜବ ବୋଲି କହିଛନ୍ତି।
ଆଇସିସି ପୁରୁଷ ଟି -୨୦ ବିଶ୍ୱକପ ୨୦୨୪ ଆରମ୍ଭ ପାଇଁ ବହୁତ କମ୍ ସମୟ ବାକି ଅଛି। ଆସନ୍ତା ଟି -୨୦ ବିଶ୍ୱକପ ଜୁନ୍ ୧ ରୁ ୱେଷ୍ଟଇଣ୍ଡିଜ୍ ଏବଂ ଆମେରିକାରେ ଖେଳାଯିବ। କିଛି ଦିନ ମଧ୍ୟରେ ଟି -୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରାଯିବ। ଏଥିପାଇଁ ଅଜିତ ଅଗରକରଙ୍କ ନେତୃତ୍ୱରେ ଭାରତୀୟ ଚୟନକର୍ତ୍ତାଙ୍କ ବୈଠକ ଏହି ମାସର ଶେଷ ତାରିଖ (ଏପ୍ରିଲ ୩୦) କିମ୍ବା ପରବର୍ତ୍ତୀ ମାସର ପ୍ରଥମ ଦିନରେ ଅନୁଷ୍ଠିତ ହୋଇପାରେ।
ଟି -୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଚୟନକୁ ନେଇ ଗୁଜବ ବଜାର ଅତ୍ୟନ୍ତ ଗରମ। କେତେକ ଗଣମାଧ୍ୟମ ରିପୋର୍ଟରେ ଦର୍ଶାଯାଇଛି ଯେ ଦଳ ଚୟନକୁ ନେଇ ଭାରତୀୟ ଅଧିନାୟକ ରୋହିତ ଶର୍ମା ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ ଏବଂ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କୁ ଭେଟିଛନ୍ତି। ମିଡିଆ ରିପୋର୍ଟରେ ଏହା ମଧ୍ୟ ଦାବି କରାଯାଇଛି ଯେ ରୋହିତ ଶର୍ମା ଏବଂ ବିରାଟ କୋହଲି ଟି -୨୦ ବିଶ୍ୱକପରେ ଖୋଲିବେ। ତେବେ ରୋହିତ ଏହି ଖବରକୁ ଏବେ ଖଣ୍ଡନ କରିଛନ୍ତି।
The post ଟି -୨୦ ବିଶ୍ୱକପ ଚୟନ ଖବରକୁ ଖଣ୍ଡନ ରୋହିତ ଶର୍ମା, ଦେଲେ ବଡ଼ ବୟାନ appeared first on Dharitri Odia News.