ଦୁର୍ଗମ ଗ୍ରାମ ଗବାଟବାଡ଼ିକୁ ରାସ୍ତା ସଂଯୋଗୀକରଣ: ୬ କୋଟି ଅନୁଦାନରେ ବିଜୁ ସେତୁ ଭିତ୍ତିପ୍ରସ୍ତର ସ୍ଥାପନ
ଦାରିଙ୍ଗବାଡ଼ି,୨୦।୨(ଅରୁଣ ସାହୁ ): ସ୍ବାଧୀନତାର ୭୬ବର୍ଷ ପରେ ମଧ୍ୟ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡ଼ି ପଞ୍ଚାୟତ ଦୁର୍ଗମ ଗ୍ରାମ ଗବାଟବାଡ଼ିକୁ ରାସ୍ତା ନ ଥିଲା। ବର୍ତ୍ତମାନ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜୁସେତୁ ଯୋଜନାରେ ଅନୁଦାନ ଆସିବା ସହ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଛି। ୬ କୋଟି ଟଙ୍କା ବିନିମୟରେ ଏହି ପୋଲ ନିର୍ମାଣ କାର୍ଯ୍ୟ କରାଯିବା ସହ ପ୍ରାୟ ୧ ହଜାର ମିଟର ସଂଯୋଗୀକରଣ ପକ୍କା ରାସ୍ତା କରାଯିବ ବୋଲି ଗ୍ରାମ ଉନ୍ନୟନ ବିଭାଗ ପକ୍ଷରୁ […] The post ଦୁର୍ଗମ ଗ୍ରାମ ଗବାଟବାଡ଼ିକୁ ରାସ୍ତା ସଂଯୋଗୀକରଣ: ୬ କୋଟି ଅନୁଦାନରେ ବିଜୁ ସେତୁ ଭିତ୍ତିପ୍ରସ୍ତର ସ୍ଥାପନ appeared first on Dharitri Odia News.
ଦାରିଙ୍ଗବାଡ଼ି,୨୦।୨(ଅରୁଣ ସାହୁ ): ସ୍ବାଧୀନତାର ୭୬ବର୍ଷ ପରେ ମଧ୍ୟ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡ଼ି ପଞ୍ଚାୟତ ଦୁର୍ଗମ ଗ୍ରାମ ଗବାଟବାଡ଼ିକୁ ରାସ୍ତା ନ ଥିଲା। ବର୍ତ୍ତମାନ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜୁସେତୁ ଯୋଜନାରେ ଅନୁଦାନ ଆସିବା ସହ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଛି। ୬ କୋଟି ଟଙ୍କା ବିନିମୟରେ ଏହି ପୋଲ ନିର୍ମାଣ କାର୍ଯ୍ୟ କରାଯିବା ସହ ପ୍ରାୟ ୧ ହଜାର ମିଟର ସଂଯୋଗୀକରଣ ପକ୍କା ରାସ୍ତା କରାଯିବ ବୋଲି ଗ୍ରାମ ଉନ୍ନୟନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ମଙ୍ଗଳବାର ଉପବାଚସ୍ପତି ସାଲୁଗା ପ୍ରଧାନ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ଅବସରରେ ଜିଲା ପରିଷଦ ସଦସ୍ୟ ରଞ୍ଜନ କୁମାର ପ୍ରଧାନ, ସିମନବାଡ଼ି ସମିତିସଭ୍ୟ ସାଧୁ ନାୟକ, ସନ୍ତୋଷ ବିଷୋୟୀ, ନୀଳମାଧବ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ବିଭାଗର ସହକାରୀ ନିର୍ବାହୀଯନ୍ତ୍ରୀ ଶ୍ୟାମଘନ ସିଂ, କନିଷ୍ଠ ଯନ୍ତ୍ରୀ ସଞ୍ଜୟ କୁମାର ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ପ୍ରକାଶ ଯେ, ଗବାଟବାଡ଼ି ଗାଁକୁ ସଂଯୋଗ କରୁଥିବା ନଦୀରେ ପୋଲ ନ ଥିବାରୁ ଅଞ୍ଚଳବାସୀ ବିପଦପୂର୍ଣ୍ଣ ଅବସ୍ଥାରେ ଯାତାୟାତ କରୁଥିଲେ। ବିଶେଷକରି ବର୍ଷାଦିନେ ଅଞ୍ଚଳବାସୀ ନାହିଁ ନ ଥିବା ହଇରାଣ ହେଉଥିଲେ। ଦୀର୍ଘ ବର୍ଷ ଧରି ଅଞ୍ଚଳବାସୀ ସମ୍ପୃକ୍ତ ନଦୀରେ ଏକ ପୋଲ ନିର୍ମାଣ କରିବାକୁ ଦାବି କରୁଥିଲେ। ୨୦୦୦ ମସିହାରେ ବିଧାୟକ ଭାବେ ସାଲୁଗା ପ୍ରଧାନ ନିର୍ବାଚିତ ପରେ ୨୦୦୧ରେ ଏକ ପୋଲ ନିର୍ମାଣ ପାଇଁ ବିଧାୟକ ପାଣ୍ଠିରୁ ଅନୁଦାନ ପ୍ରଦାନ କରିଥିଲେ। ତେବେ ବୈଷୟିକ ତ୍ରୁଟି ଏବଂ ମାଟି ପରୀକ୍ଷା ନ କରି କାର୍ଯ୍ୟ କରାଯାଉଥିବାରୁ ତାକୁ ଅଧାରୁ ବନ୍ଦ କରିଦିଆଯାଇଥିଲା।
ପୁଣି ପ୍ରଧାନ ଦ୍ୱିତୀୟ ଥର ନିର୍ବାଚିତ ହେବା ପରେ ରାଜ୍ୟ ସରକାରଙ୍କ ନିକଟରେ ସମ୍ପୃକ୍ତ ପୋଲ ନିର୍ମାଣ କରିବାକୁ ନିବେଦନ କରିଥିଲେ। ରାଜ୍ୟ ସରକାର ଅନୁଦାନ ପ୍ରଦାନ କରି ଲୋକଙ୍କ ଦୀର୍ଘ ଦିନର ସ୍ବପ୍ନ ପୂରଣ କରିଛନ୍ତି ବୋଲି ବିଧାୟକ ତଥା ଉପବାଚସ୍ପତି ସାଲୁଗା ପ୍ରଧାନ କହିଛନ୍ତି। ଏନେଇ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଦୀର୍ଘ ବର୍ଷର ସ୍ବପ୍ନ ପୂରଣ ହୋଇଥିବାରୁ ଗବାଟବାଡ଼ିବାସୀ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି। ଏଥିସହ ତୁରନ୍ତ ପୋଲ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଅଞ୍ଚଳବାସୀ ନିବେଦନ କରିଛନ୍ତି।
The post ଦୁର୍ଗମ ଗ୍ରାମ ଗବାଟବାଡ଼ିକୁ ରାସ୍ତା ସଂଯୋଗୀକରଣ: ୬ କୋଟି ଅନୁଦାନରେ ବିଜୁ ସେତୁ ଭିତ୍ତିପ୍ରସ୍ତର ସ୍ଥାପନ appeared first on Dharitri Odia News.