ଗ୍ରାମର ବିଭିନ୍ନ ସମସ୍ୟା ନେଇ ଆଞ୍ଚଳିକ ବିକାଶ ପରିଷଦର ରାସ୍ତାରୋକୋ
ଥୁଆମୂଳ ରାମପୁର,୧୬ା୧୨ (ଦୁର୍ଗା କୀର୍ତ୍ତି): ଗ୍ରାମର ବିଭିନ୍ନ ସମସ୍ୟା ନେଇ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଗୁଣୁପୁରଠାରେ ସୋମବାର ଗୁଣୁପୁର ଆଞ୍ଚଳିକ ବିକାଶ ପରିଷଦ ପକ୍ଷରୁ ଭବାନୀପାଟଣା-ଥୁଆମୂଳ ରାମପୁର ମୁଖ୍ୟ ରାସ୍ତା ଅବରୋଧ କରାଯାଇଥିଲା। ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ ଗ୍ରାମରେ ପାନୀୟ ଜଳ, ସ୍ବାସ୍ଥ୍ୟ ସେବା, ଶିକ୍ଷା ଓ ଖେଳ ପଡିଆ ଭଳି ସମସ୍ୟା ଲାଗିରହିଛି। ଏ ନେଇ ବାରମ୍ବାର ବ୍ଲକ ଓ ଜିଲା ପ୍ରଶାସନକୁ ଅଭିଯୋଗ କରାଯାଇଥିଲେ ମଧ୍ୟ ସମାଧାନ ନ ହେବାରୁ ରାସ୍ତାରୋକୋ […] The post ଗ୍ରାମର ବିଭିନ୍ନ ସମସ୍ୟା ନେଇ ଆଞ୍ଚଳିକ ବିକାଶ ପରିଷଦର ରାସ୍ତାରୋକୋ appeared first on Dharitri Odia News.
ଥୁଆମୂଳ ରାମପୁର,୧୬ା୧୨ (ଦୁର୍ଗା କୀର୍ତ୍ତି): ଗ୍ରାମର ବିଭିନ୍ନ ସମସ୍ୟା ନେଇ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଗୁଣୁପୁରଠାରେ ସୋମବାର ଗୁଣୁପୁର ଆଞ୍ଚଳିକ ବିକାଶ ପରିଷଦ ପକ୍ଷରୁ ଭବାନୀପାଟଣା-ଥୁଆମୂଳ ରାମପୁର ମୁଖ୍ୟ ରାସ୍ତା ଅବରୋଧ କରାଯାଇଥିଲା। ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ ଗ୍ରାମରେ ପାନୀୟ ଜଳ, ସ୍ବାସ୍ଥ୍ୟ ସେବା, ଶିକ୍ଷା ଓ ଖେଳ ପଡିଆ ଭଳି ସମସ୍ୟା ଲାଗିରହିଛି। ଏ ନେଇ ବାରମ୍ବାର ବ୍ଲକ ଓ ଜିଲା ପ୍ରଶାସନକୁ ଅଭିଯୋଗ କରାଯାଇଥିଲେ ମଧ୍ୟ ସମାଧାନ ନ ହେବାରୁ ରାସ୍ତାରୋକୋ କରାଯାଇଥିଲା। ଏଥିଯୋଗୁ ଭବାନୀପାଟଣା, ଥୁଆମୂଳ ରାମପୁର, କାଶିପୁର ଆଦି ସ୍ଥାନକୁ ଯାତାୟାତ କରୁଥିବା ଗାଡିମୋଟର ଚଳାଚଳ ବନ୍ଦ ରହିଥିଲା। ଫଳରେ ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଖବରପାଇ ଥୁଆମୂଳ ରାମପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଧ୍ରୁବ ଚରଣ ମୁଦୁଲି ପହଞ୍ଚତ୍ ଆନ୍ଦୋଳନକାରୀଙ୍କୁ ବୁଝାଶୁଝା କରିଥିଲେ। ୭ଦିନ ମଧ୍ୟରେ ଦାବି ପୂରଣ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧ ହଟିଥିଲା। ପରେ ଗାଡିମୋଟର ଚଳାଚଳ ସ୍ବାଭାବିକ ହୋଇଥିଲା। ତେବେ ସମସ୍ୟା ସମାଧାନ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନ ବ୍ୟାପକ ହେବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି।
The post ଗ୍ରାମର ବିଭିନ୍ନ ସମସ୍ୟା ନେଇ ଆଞ୍ଚଳିକ ବିକାଶ ପରିଷଦର ରାସ୍ତାରୋକୋ appeared first on Dharitri Odia News.