୪୦ ଫୁଟ ଗଭୀର ବୋରଓ୍ବେଲ୍ରେ ପଡ଼ି ଚାଲିଗଲା ଯୁବକଙ୍କ ଜୀବନ
ନୂଆଦିଲ୍ଲୀ, ୧୦।୩: ଦିଲ୍ଲୀର କେଶୋପୁର ମଣ୍ଡି ନିକଟରେ ଥିବା ସ୍ଥାନୀୟ ଜଳବୋର୍ଡର ଏକ ୪୦ ଫୁଟ ଗଭୀର ବୋରଓ୍ବେଲରେ ପଡ଼ିି ରବିବାର ଜଣେ ଯୁବକ(୩୦)ଙ୍କର ମୃତ୍ୟୁ ଘଟିଛି। ଘଟଣାସ୍ଥଳରୁ ଜାତୀୟ ବିପର୍ଯ୍ୟୟ ମୁକାବିଲା ବଳ(ଏନ୍ଡିଆର୍ଏଫ୍) ଦ୍ୱାରା ଉକ୍ତ ଯୁବକଙ୍କ ମୃତଦେହକୁ ଜବତ କରାଯାଇଛି। ଶନିବାର ବିଳମ୍ବିତ ରାତିରେ ଉକ୍ତ ବ୍ୟକ୍ତି ବୋରଓ୍ବେଲରେ ପଡ଼ିଯାଇଥିବାର ଖବର ପାଇ ଘଟଣାସ୍ଥଳରେ ଦିଲ୍ଲୀ ଅଗ୍ନିଶମ ସେବା(ଡିଏଫ୍ଏସ୍), ଏନ୍ଡିଆର୍ଅଫ୍ ଓ ସ୍ଥାନୀୟ ପୋଲିସ ପକ୍ଷରୁ ଉକ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରିବା ପାଇଁ ଅପରେଶନ […] The post ୪୦ ଫୁଟ ଗଭୀର ବୋରଓ୍ବେଲ୍ରେ ପଡ଼ି ଚାଲିଗଲା ଯୁବକଙ୍କ ଜୀବନ appeared first on Dharitri Odia News.
ନୂଆଦିଲ୍ଲୀ, ୧୦।୩: ଦିଲ୍ଲୀର କେଶୋପୁର ମଣ୍ଡି ନିକଟରେ ଥିବା ସ୍ଥାନୀୟ ଜଳବୋର୍ଡର ଏକ ୪୦ ଫୁଟ ଗଭୀର ବୋରଓ୍ବେଲରେ ପଡ଼ିି ରବିବାର ଜଣେ ଯୁବକ(୩୦)ଙ୍କର ମୃତ୍ୟୁ ଘଟିଛି। ଘଟଣାସ୍ଥଳରୁ ଜାତୀୟ ବିପର୍ଯ୍ୟୟ ମୁକାବିଲା ବଳ(ଏନ୍ଡିଆର୍ଏଫ୍) ଦ୍ୱାରା ଉକ୍ତ ଯୁବକଙ୍କ ମୃତଦେହକୁ ଜବତ କରାଯାଇଛି। ଶନିବାର ବିଳମ୍ବିତ ରାତିରେ ଉକ୍ତ ବ୍ୟକ୍ତି ବୋରଓ୍ବେଲରେ ପଡ଼ିଯାଇଥିବାର ଖବର ପାଇ ଘଟଣାସ୍ଥଳରେ ଦିଲ୍ଲୀ ଅଗ୍ନିଶମ ସେବା(ଡିଏଫ୍ଏସ୍), ଏନ୍ଡିଆର୍ଅଫ୍ ଓ ସ୍ଥାନୀୟ ପୋଲିସ ପକ୍ଷରୁ ଉକ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରିବା ପାଇଁ ଅପରେଶନ ଆରମ୍ଭ ହୋଇଥିଲା। ଏହି ଅଘଟଣକୁ ନେଇ ଦିଲ୍ଲୀ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି। ସେହିପରି ଦିଲ୍ଲୀ ଜଳବୋର୍ଡକୁ ଏନେଇ ଯାଞ୍ଚ ଆଦେଶ ଦିଆଯାଇଥିବା ବେଳେ ଘଟଣାରେ ସମ୍ପୃକ୍ତ ଅଭିଯୋଗକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଦିଲ୍ଲୀ ସରକାରଙ୍କ ମନ୍ତ୍ରୀ ଆତିଶୀ ସୂଚନା ଦେଇଛନ୍ତି।
The post ୪୦ ଫୁଟ ଗଭୀର ବୋରଓ୍ବେଲ୍ରେ ପଡ଼ି ଚାଲିଗଲା ଯୁବକଙ୍କ ଜୀବନ appeared first on Dharitri Odia News.