ମହିଳା ପ୍ରୋ ଲିଗ୍: ଅଷ୍ଟ୍ରେଲିଆକୁ ହରାଇଲା ଭାରତ, ଘରୋଇ ମାଟିରେ ପ୍ରଥମ
ରାଉରକେଲା,୧୭।୨(ଦିନେଶ ମିଶ୍ର): ମହିଳା ପ୍ରୋ ଲିଗ୍ ହକିରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ଚଳିତ ସିଜନର ଦ୍ୱିତୀୟ ବିଜୟ ହାସଲ କରିଛି ଭାରତ। ଶନିବାର କଡା ସଂଘର୍ଷପୂର୍ଣ୍ଣ ମ୍ୟାଚ୍ଟିକୁ ଭାରତ ୧-୦ରେ ଜିତି ନେଇଥିଲା। ଏହା ପୂର୍ବରୁ ଭାରତ କେବଳ ଆମେରିକା ବିପକ୍ଷରେ ବିଜୟୀ ହୋଇଥିଲା। ତେବେ ଘରୋଇ ମାଟିରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର ପ୍ରଥମ ବିଜୟ ଅଟେ। ଶେଷ ଥର ପାଇଁ ଦଳ ଟୋକିଓ ଅଲିମ୍ପିକ୍ସରେ ଅଷ୍ଟ୍ରେଲିଆ ବିପକ୍ଷରେ ଜିତିଥିଲା। ଶନିବାର ଅଧିକାଂଶ ସମୟ ଅଷ୍ଟ୍ରେଲିଆ ଖେଳ […] The post ମହିଳା ପ୍ରୋ ଲିଗ୍: ଅଷ୍ଟ୍ରେଲିଆକୁ ହରାଇଲା ଭାରତ, ଘରୋଇ ମାଟିରେ ପ୍ରଥମ appeared first on Dharitri Odia News.
ରାଉରକେଲା,୧୭।୨(ଦିନେଶ ମିଶ୍ର): ମହିଳା ପ୍ରୋ ଲିଗ୍ ହକିରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ଚଳିତ ସିଜନର ଦ୍ୱିତୀୟ ବିଜୟ ହାସଲ କରିଛି ଭାରତ। ଶନିବାର କଡା ସଂଘର୍ଷପୂର୍ଣ୍ଣ ମ୍ୟାଚ୍ଟିକୁ ଭାରତ ୧-୦ରେ ଜିତି ନେଇଥିଲା। ଏହା ପୂର୍ବରୁ ଭାରତ କେବଳ ଆମେରିକା ବିପକ୍ଷରେ ବିଜୟୀ ହୋଇଥିଲା। ତେବେ ଘରୋଇ ମାଟିରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର ପ୍ରଥମ ବିଜୟ ଅଟେ। ଶେଷ ଥର ପାଇଁ ଦଳ ଟୋକିଓ ଅଲିମ୍ପିକ୍ସରେ ଅଷ୍ଟ୍ରେଲିଆ ବିପକ୍ଷରେ ଜିତିଥିଲା।
ଶନିବାର ଅଧିକାଂଶ ସମୟ ଅଷ୍ଟ୍ରେଲିଆ ଖେଳ ନିୟନ୍ତ୍ରଣରେ ରଖିଥିଲେ ହେଁ ମ୍ୟାଚ୍ ଜିତି ପାରି ନ ଥିଲା। ପ୍ରଥମ ଦୁଇ କ୍ୱାର୍ଟର ଗୋଲ ଶୂନ୍ୟ ରହିଥିବା ବେଳେ ତୃତୀୟ କ୍ୱାର୍ଟରରେ ଭାରତ ପକ୍ଷରୁ ମ୍ୟାଚ୍ର ୩୪ ତମ ମିନିଟରେ ବନ୍ଦନା କଟାରିୟା ଏକମାତ୍ର ଗୋଲ ଦେଇଥିଲେ। ତୃତୀୟ ମିନିଟରେ ଦଳକୁ ଏକ ପେନାଲ୍ଟି କର୍ନର ମିଳିଥିଲା।
ନବନୀତଙ୍କ ଶଟ୍କୁ ଡିଫ୍ଲେକ୍ଟ କରି ଭାରତ ପାଇଁ ନିର୍ଣ୍ଣାୟକ ଗୋଲ ସ୍କୋର କରିଥିଲେ ବନ୍ଦନା। ମ୍ୟାଚ୍ ଶେଷ ହେବାକୁ ୩୨ ସେକେଣ୍ଡ ରହିଥିବା ବେଳେ ଅଷ୍ଟ୍ରେଲିଆକୁ ଏକ ପେନାଲ୍ଟି କର୍ନର ମିଳିଥିଲା। ଭାରତୀୟ ଡିଫେଣ୍ଡରଙ୍କ ଚମତ୍କାର ପ୍ରଦର୍ଶନ କାରଣରୁ ଏହାକୁ ଗୋଲରେ ପରିଣତ କରିବାରେ ବିଫଳ ହୋଇଥିଲା ଅଷ୍ଟ୍ରେଲିଆ। ସପ୍ତମ ମ୍ୟାଚ୍ରୁ ଦ୍ୱିତୀୟ ବିଜୟ ସହ ଭାରତ ପଏଣ୍ଟ ଟେବୁଲର ପଞ୍ଚମ ସ୍ଥାନକୁ ଉନ୍ନୀତ ହୋଇଛି।
The post ମହିଳା ପ୍ରୋ ଲିଗ୍: ଅଷ୍ଟ୍ରେଲିଆକୁ ହରାଇଲା ଭାରତ, ଘରୋଇ ମାଟିରେ ପ୍ରଥମ appeared first on Dharitri Odia News.