ନିଆଁରେ ଜଳିଗଲା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି: ଜାଣିଶୁଣି ପୋଡି ଦେଇଥିବା ଅଭିଯୋଗ

ପାଟଣାଗଡ ୧୫।୪(ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ପାଟଣଗଡ ଏନଏସିସ୍ଥିତ ବ୍ଳକ ଛକଠାରେ ଦୀର୍ଘଦିନ ହେଲା ପଲିଥିନ ଘୋଡାହୋଇ ରହିଥିବା ଓଡ଼ିଶାର ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୁର୍ତ୍ତିରେ ମଙ୍ଗଳବାର ସକାଳୁ ଦୁର୍ବୃତ୍ତମାନେ ଜାଣିଶୁଣି ନିଆଁ ଲଗାଇ ପୋଡ଼ି ଦେଇଥିବାର ଅଭିଯୋଗ ହେଉଛି। ସୂଚନାଯୋଗ୍ୟ ଯେ, ପୂର୍ବରୁ ଏହି ଯାଗାରେ ବିଜୁବାବୁଙ୍କ ମୁର୍ତ୍ତି ସ୍ଥାପନ ନେଇ ବିରୋଧ ହୋଇଆସୁଥିଲା। ପୂର୍ବତନ ବିଜେଡି ବିଧାୟକ ସରୋଜ କୁମାର ମେହେର ଏହି ପ୍ରତିମୂର୍ତ୍ତି ସ୍ଥାପନ କରିବାକୁ ଯାଉଥିବାବେଲେ ଏହାକୁ ବ୍ରାହ୍ମଣ ସମାଜ […] The post ନିଆଁରେ ଜଳିଗଲା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି: ଜାଣିଶୁଣି ପୋଡି ଦେଇଥିବା ଅଭିଯୋଗ appeared first on Dharitri Odia News.

ନିଆଁରେ ଜଳିଗଲା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି: ଜାଣିଶୁଣି ପୋଡି ଦେଇଥିବା ଅଭିଯୋଗ

ପାଟଣାଗଡ ୧୫।୪(ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ପାଟଣଗଡ ଏନଏସିସ୍ଥିତ ବ୍ଳକ ଛକଠାରେ ଦୀର୍ଘଦିନ ହେଲା ପଲିଥିନ ଘୋଡାହୋଇ ରହିଥିବା ଓଡ଼ିଶାର ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୁର୍ତ୍ତିରେ ମଙ୍ଗଳବାର ସକାଳୁ ଦୁର୍ବୃତ୍ତମାନେ ଜାଣିଶୁଣି ନିଆଁ ଲଗାଇ ପୋଡ଼ି ଦେଇଥିବାର ଅଭିଯୋଗ ହେଉଛି।

ସୂଚନାଯୋଗ୍ୟ ଯେ, ପୂର୍ବରୁ ଏହି ଯାଗାରେ ବିଜୁବାବୁଙ୍କ ମୁର୍ତ୍ତି ସ୍ଥାପନ ନେଇ ବିରୋଧ ହୋଇଆସୁଥିଲା। ପୂର୍ବତନ ବିଜେଡି ବିଧାୟକ ସରୋଜ କୁମାର ମେହେର ଏହି ପ୍ରତିମୂର୍ତ୍ତି ସ୍ଥାପନ କରିବାକୁ ଯାଉଥିବାବେଲେ ଏହାକୁ ବ୍ରାହ୍ମଣ ସମାଜ ପକ୍ଷରୁ ବିରୋଧ କରାଯାଇଥିଲା।ଏହି ସ୍ଥାନରେ ପର୍ଶୁରାମଙ୍କ ମୂର୍ତ୍ତି ସ୍ଥାପନ କରିବାକୁ ଏକ ମାସ ପର୍ଯ୍ୟନ୍ତ ଧାରଣାରେ ବସିଥିଲେ ବ୍ରାହ୍ମଣସମାଜ। ଶେଷରେ ପ୍ରଶାସନର ନିର୍ଦ୍ଦେଶରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ପଲିଥିନ ଘୋଡାହୋଇ ଏହି ପ୍ରତିମୂର୍ତ୍ତିକୁ ରଖାଯାଇଥିଲା । ଏବେ ଦୁର୍ବୃତ୍ତମାନେ ଆଜି ସକାଳୁ ପ୍ରତି ମୂର୍ତ୍ତିକୁ ନିଆଁ ଲଗାଇଦେଇଛନ୍ତି । ଏହି ପ୍ରତି ମୂର୍ତ୍ତିକୁ ଦୁର୍ବୃତ୍ତମାନେ ଜାଲି ଦେଇଥିବାରୁ ପାଟଣାଗଡ ଏନଏସି ପକ୍ଷରୁ ସଫେଇ କରାଯାଉଛି। ଏହି ଘଟଣାରେ କାହାର ସମ୍ପୃକ୍ତି ରହିଛି ,କିଏ ଓ କାହିଁକି ନିଆଁ ଲଗାଇଛି ସ୍ଥାନୀୟ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି।

The post ନିଆଁରେ ଜଳିଗଲା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି: ଜାଣିଶୁଣି ପୋଡି ଦେଇଥିବା ଅଭିଯୋଗ appeared first on Dharitri Odia News.