କ୍ରିକେଟର ୩ଟି ଯାକ ଫର୍ମାଟରେ ଭାରତ ୧ ନମ୍ବର
ନୂଆଦିଲ୍ଲୀ : ଭାରତୀୟ ପୁରୁଷ କ୍ରିକେଟ ଦଳ ଦୁଇମାସ ପରେ କ୍ରିକେଟର ୩ଟି ଯାକ ଫର୍ମାଟରେ ପୁଣି ଶୀର୍ଷ ସ୍ଥାନକୁ ଫେରିଛି। ଇଂଲଣ୍ଡ ବିପକ୍ଷ ଟେଷ୍ଟ ଶୃଙ୍ଖଳାକୁ ୪-୧ରେ ଜିତିବା ଭାରତ ପାଇଁ ଫାଇଦା ହୋଇଛି। ଏହି ବିଜୟ ସହ ରୋହିତ ଶର୍ମାଙ୍କ ନେତୃତ୍ବାଧିନ ଦଳ ଆଇସିସି ଟେଷ୍ଟ ମାନ୍ୟତାର ଶୀର୍ଷ ସ୍ଥାନରେ ପହଞ୍ଚିଛି। ପୂର୍ବରୁ ଭାରତ ଟ୍ବେଣ୍ଟି୨୦ ଓ ଦିନିକିଆରେ ମଧ୍ୟ ଶୀର୍ଷରେ ରହିଥିଲା। ଏଥି ସହିତ ଭାରତ କ୍ରିକେଟର ୩ଟି ଯାକ ଫର୍ମାଟରେ ଏକ […]

ନୂଆଦିଲ୍ଲୀ : ଭାରତୀୟ ପୁରୁଷ କ୍ରିକେଟ ଦଳ ଦୁଇମାସ ପରେ କ୍ରିକେଟର ୩ଟି ଯାକ ଫର୍ମାଟରେ ପୁଣି ଶୀର୍ଷ ସ୍ଥାନକୁ ଫେରିଛି। ଇଂଲଣ୍ଡ ବିପକ୍ଷ ଟେଷ୍ଟ ଶୃଙ୍ଖଳାକୁ ୪-୧ରେ ଜିତିବା ଭାରତ ପାଇଁ ଫାଇଦା ହୋଇଛି। ଏହି ବିଜୟ ସହ ରୋହିତ ଶର୍ମାଙ୍କ ନେତୃତ୍ବାଧିନ ଦଳ ଆଇସିସି ଟେଷ୍ଟ ମାନ୍ୟତାର ଶୀର୍ଷ ସ୍ଥାନରେ ପହଞ୍ଚିଛି। ପୂର୍ବରୁ ଭାରତ ଟ୍ବେଣ୍ଟି୨୦ ଓ ଦିନିକିଆରେ ମଧ୍ୟ ଶୀର୍ଷରେ ରହିଥିଲା। ଏଥି ସହିତ ଭାରତ କ୍ରିକେଟର ୩ଟି ଯାକ ଫର୍ମାଟରେ ଏକ ନମ୍ବର ହୋଇଛି। ଏହା ପୂର୍ବରୁ ଭାରତ ୨୦୨୩ ସେପ୍ଟେମ୍ବରରୁ ୨୦୨୪ ଜାନୁଆରୀ ପର୍ଯ୍ୟନ୍ତ କ୍ରିକେଟର ୩ଟି ଯାକ ଫର୍ମାଟରେ ଶୀର୍ଷ ସ୍ଥାନ ହାସଲ କରିଥିଲା। ସେହି ସମୟରେ ଭାରତ ଟେଷ୍ଟ ଓ ଟ୍ବେଣ୍ଟି୨୦ରେ ଏକ ନମ୍ବର ଦଳ ରହିଥିଲା।
ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ଶୃଙ୍ଖଳାକୁ ୨-୧ରେ ଜିତିବା ପରେ ଆଇସିସି ମାନ୍ୟତାର ଦିନିକିଆରେ ଏକ ନମ୍ବର ସ୍ଥାନ ହାସଲ କରିଥିଲା। ପରବର୍ତ୍ତୀ ସମୟରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ଶୃଙ୍ଖଳା ୧-୧ ଡ୍ର ରଖିବା ପରେ ଭାରତ ଏକ ନମ୍ବର ସ୍ଥାନ ହରାଇଥିଲା। ଭାରତକୁ ପଛରେ ପକାଇ ଅଷ୍ଟ୍ରେଲିଆ ଏକ ନମ୍ବର ଦଳ ହୋଇଥିଲା। ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାର ପ୍ରଥମ ମ୍ୟାଚରେ ଭାରତ ପରାଜିତ ହେବା ପରେ ଅବଶିଷ୍ଟ ୪ଟି ମ୍ୟାଚ ବିଶାଖାପାଟଣା, ରାଜକୋଟ୍, ରାଞ୍ଚି ଓ ଧର୍ମଶାଳା ଟେଷ୍ଟକୁ ଜିତି ପୁଣି ଟେଷ୍ଟ ମାନ୍ୟତାର ଶୀର୍ଷ ସ୍ଥାନରେ ପହଞ୍ଚିଛି। ଦୁଇ ମାସ ପରେ ଭାରତ କ୍ରିକେଟର ୩ଟି ଯାକ ଫର୍ମାଟରେ ତାର ଆଭିମୁଖ୍ୟ ବଜାୟ ରଖିଛି। ଇଂଲଣ୍ଡ ବିପକ୍ଷ ଟେଷ୍ଟ ଶୃଙ୍ଖଳା ଜିତିବା ପରେ ଭାରତ ଅଷ୍ଟ୍ରେଲିଆକୁ ପଛରେ ପକାଇବାରେ ସଫଳ ହୋଇଛି।
ଭାରତ ବର୍ତ୍ତମାନ ଆଇସିସି ଟେଷ୍ଟ ମାନ୍ୟତାରେ ୧୨୨ ପଏଣ୍ଟ ସହ ଶୀର୍ଷରେ ରହିଥିବାବେଳେ ଅଷ୍ଟ୍ରେଲିଆ ୧୧୭ ପଏଣ୍ଟ ସହ ଦ୍ବିତୀୟ, ଇଂଲଣ୍ଡ ୧୧୧ ପଏଣ୍ଟ ସହ ୩ୟ ସ୍ଥାନରେ ରହିଛନ୍ତି। ଦିନିକିଆ ମାନ୍ୟତାରେ ଭାରତ ୧୨୧ ପଏଣ୍ଟ ସହ ଶୀର୍ଷ ସ୍ଥାନରେ ରହିଥିବାବେଳେ ଅଷ୍ଟ୍ରେଲିଆ ୧୧୮ ପଏଣ୍ଟ ସହ ଦ୍ବିତୀୟ, ଦକ୍ଷିଣ ଆଫ୍ରିକା ୧୧୦ ପଏଣ୍ଟ ସହ ୩ୟ ସ୍ଥାନରେ ରହିଛି।
ଟ୍ବେଣ୍ଟି୨୦ ମାନ୍ୟତାରେ ଭାରତ ୨୬୬ ପଏଣ୍ଟ ସହ ଶୀର୍ଷରେ ରହିଥିବାବେଳେ ଇଂଲଣ୍ଡ ୨୫୬ ପଏଣ୍ଟ ସହ ଦ୍ବିତୀୟ ଓ ଅଷ୍ଟ୍ରେଲିଆ ୨୫୬ ପଏଣ୍ଟ ସହ ୩ୟ ସ୍ଥାନରେ ରହିଛି। ଭାରତ ବର୍ତ୍ତମାନ ଆଇସିସି ବିଶ୍ବ ଟେଷ୍ଟ ଚମ୍ପିଆନସିପ୍ ୨୦୨୩-୨୫ର ପଏଣ୍ଟ ଟେବୁଲରେ ମଧ୍ୟ ଶୀର୍ଷ ସ୍ଥାନରେ ରହିଛି।