ନବମ, ଦଶମ ଶ୍ରେଣୀ ପିଲାଙ୍କୁ ମିଳିବ ମଧ୍ୟାହ୍ନଭୋଜନ

ଭୁବନେଶ୍ୱର,୨୭ା୩: ନବମ, ଦଶମ ଶ୍ରେଣୀ ପିଲାଙ୍କୁ ମିଳିବ ମଧ୍ୟାହ୍ନଭୋଜନ। ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି।  ଆସନ୍ତା ୨୦୨୫-୨୬ ଶିକ୍ଷାବର୍ଷଠାରୁ ସମସ୍ତ ସରକାରୀ ଏବଂ ଅନୁଦାନପ୍ରାପ୍ତ ସରକାରୀ ବିଦ୍ୟାଳୟରେ ମଧ୍ୟାହ୍ନଭୋଜନ ଯୋଜନା କାର୍ଯ୍ୟକାରୀ ହେବ। ଏନେଇ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ଏସ୍‌. କେ. ମହାପାତ୍ର ଏକ ବିଜ୍ଞପ୍ତି ଜରିଆରେ ପିଏମ୍‌ ପୋଷଣର ରାଜ୍ୟ ନୋଡାଲ ଅଧିକାରୀ ଗିରୀଶ ଚନ୍ଦ୍ର ସିଂହଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନା ମାଧ୍ୟମରେ ରାଜ୍ୟ ସରକାର ଏଥିପାଇଁ […] The post ନବମ, ଦଶମ ଶ୍ରେଣୀ ପିଲାଙ୍କୁ ମିଳିବ ମଧ୍ୟାହ୍ନଭୋଜନ appeared first on Dharitri Odia News.

ନବମ, ଦଶମ ଶ୍ରେଣୀ ପିଲାଙ୍କୁ ମିଳିବ ମଧ୍ୟାହ୍ନଭୋଜନ

ଭୁବନେଶ୍ୱର,୨୭ା୩: ନବମ, ଦଶମ ଶ୍ରେଣୀ ପିଲାଙ୍କୁ ମିଳିବ ମଧ୍ୟାହ୍ନଭୋଜନ। ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି।  ଆସନ୍ତା ୨୦୨୫-୨୬ ଶିକ୍ଷାବର୍ଷଠାରୁ ସମସ୍ତ ସରକାରୀ ଏବଂ ଅନୁଦାନପ୍ରାପ୍ତ ସରକାରୀ ବିଦ୍ୟାଳୟରେ ମଧ୍ୟାହ୍ନଭୋଜନ ଯୋଜନା କାର୍ଯ୍ୟକାରୀ ହେବ। ଏନେଇ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ଏସ୍‌. କେ. ମହାପାତ୍ର ଏକ ବିଜ୍ଞପ୍ତି ଜରିଆରେ ପିଏମ୍‌ ପୋଷଣର ରାଜ୍ୟ ନୋଡାଲ ଅଧିକାରୀ ଗିରୀଶ ଚନ୍ଦ୍ର ସିଂହଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନା ମାଧ୍ୟମରେ ରାଜ୍ୟ ସରକାର ଏଥିପାଇଁ ୫୭୦.୭୧ କୋଟି ଟଙ୍କା ଖର୍ଚ୍ଚ କରିବେ। ଏବେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କୁ ମଧ୍ୟାହ୍ନଭୋଜନ ଦିଆଯାଉଥିବାବେଳେ ଏହି ଯୋଜନାରେ ନବମ ଓ ଦଶମ ପିଲାଙ୍କୁ ସାମିଲ କରିବାକୁ ଦୀର୍ଘଦିନ ହେବ ଦାବି ହୋଇ ଆସୁଥିଲା।
ଅନ୍ୟପକ୍ଷରେ ମଧ୍ୟାହ୍ନଭୋଜନ ବ୍ୟବସ୍ଥାରେ ପିଲାଙ୍କୁ ପୋଷଣଯୁକ୍ତ ଲଡ଼ୁ ପ୍ରଦାନ ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ବୁଧବାର ଜାରି ନିର୍ଦ୍ଦେଶନାମାରେ ପରିବର୍ତ୍ତନ କରାଯାଇଛି। ଗୁରୁବାର ଏନେଇ ସଂଶୋଧିତ ନିର୍ଦ୍ଦେଶନାମା ପ୍ରକାଶ ପାଇଛି। ପିଲାଙ୍କୁ ମଧ୍ୟାହ୍ନଭୋଜନରେ ୩ଦିନ ଲଡ଼ୁ ଓ ୩ଦିନ ଅଣ୍ଡା ପ୍ରଦାନ କରାଯିବ। ପୂର୍ବରୁ ଦୁଇଦିନ ଅଣ୍ଡା ଦିଆଯାଉଥିବାବେଳେ ଏବେ ଶୁକ୍ରବାର ମଧ୍ୟାହ୍ନଭୋଜନରେ ଅତିରିକ୍ତ ଭାବେ ଅଣ୍ଡା ଦିଆଯିବ। ପିଏମ୍‌ ପୋଷଣ ଯୋଜନା ମାଧ୍ୟମରେ ପ୍ରଥମରୁ ଦଶମ ପର୍ଯ୍ୟନ୍ତ ପିଲାଙ୍କୁ ଏହି ଖାଦ୍ୟ ଦିଆଯିବ ବୋଲି ବିଭାଗ ପକ୍ଷରୁ ସବୁ ଜିଲାପାଳଙ୍କୁ ଚିଠି କରାଯାଇଛି।ଏଥିପାଇଁ ରାଜ୍ୟ ସରକାର ୫୭୦.୭୧ କୋଟି ଟଙ୍କା ବ୍ୟୟ କରିବେ। ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନାରେ ବଜେଟ୍‌ରୁ ଖର୍ଚ୍ଚ ହେବ ବୋଲି ନିର୍ଦ୍ଦେଶାନମାରେ କୁହାଯାଇଛି।

 

The post ନବମ, ଦଶମ ଶ୍ରେଣୀ ପିଲାଙ୍କୁ ମିଳିବ ମଧ୍ୟାହ୍ନଭୋଜନ appeared first on Dharitri Odia News.