ଇଡି ପଞ୍ଝାରେ ଫରେଷ୍ଟ ଗାର୍ଡ: ବାସଭବନରେ ୭ଘଣ୍ଟା ଚଢ଼ାଉ
ଭବାନୀପାଟଣା/କୋକସରା,୨୮ା୨ (ଉତ୍ତମ କୁମାର ଦାଶ/ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ)-ବନୀକରଣ ଓ ଏମ୍ଜିଏନ୍ଆର୍ଇଜିଏସ୍ରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗରେ ଶୁକ୍ରବାର କଳାହାଣ୍ଡି ଜିଲା ଦକ୍ଷିଣ ବନଖଣ୍ଡ ଅନ୍ତର୍ଗତ ଜୟପାଟଣା ଫରେଷ୍ଟ ରେଞ୍ଜ କାର୍ଯ୍ୟାଳୟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଚଢ଼ାଉ କରାଯାଇଛି। ଚଢାଉ ସମୟରେ ଇଡିର ଅଧିକାରୀ କାର୍ଯ୍ୟାଳୟର କାଗଜପତ୍ର ଯାଞ୍ଚ କରିବା ସହ କର୍ମଚାରୀଙ୍କୁ ପଚରାଉଚୁରା କରିଥିଲେ। ସେହିପରି ଜୟପାଟଣା ରେଞ୍ଜରେ କାର୍ଯ୍ୟରତ ଥିବା ବେଣାଖମାର ବିଟ୍ ଫରେଷ୍ଟ ଗାର୍ଡ ଅଶୋକ ସାହୁଙ୍କ କୋକସରା ବ୍ଲକ ଲଡୁଗାଁ ବନ୍ଧପଡାସ୍ଥିତ […] The post ଇଡି ପଞ୍ଝାରେ ଫରେଷ୍ଟ ଗାର୍ଡ: ବାସଭବନରେ ୭ଘଣ୍ଟା ଚଢ଼ାଉ appeared first on Dharitri Odia News.
ଭବାନୀପାଟଣା/କୋକସରା,୨୮ା୨ (ଉତ୍ତମ କୁମାର ଦାଶ/ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ)-ବନୀକରଣ ଓ ଏମ୍ଜିଏନ୍ଆର୍ଇଜିଏସ୍ରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗରେ ଶୁକ୍ରବାର କଳାହାଣ୍ଡି ଜିଲା ଦକ୍ଷିଣ ବନଖଣ୍ଡ ଅନ୍ତର୍ଗତ ଜୟପାଟଣା ଫରେଷ୍ଟ ରେଞ୍ଜ କାର୍ଯ୍ୟାଳୟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଚଢ଼ାଉ କରାଯାଇଛି। ଚଢାଉ ସମୟରେ ଇଡିର ଅଧିକାରୀ କାର୍ଯ୍ୟାଳୟର କାଗଜପତ୍ର ଯାଞ୍ଚ କରିବା ସହ କର୍ମଚାରୀଙ୍କୁ ପଚରାଉଚୁରା କରିଥିଲେ। ସେହିପରି ଜୟପାଟଣା ରେଞ୍ଜରେ କାର୍ଯ୍ୟରତ ଥିବା ବେଣାଖମାର ବିଟ୍ ଫରେଷ୍ଟ ଗାର୍ଡ ଅଶୋକ ସାହୁଙ୍କ କୋକସରା ବ୍ଲକ ଲଡୁଗାଁ ବନ୍ଧପଡାସ୍ଥିତ ବାସଭବନରେ ଇଡି ଚଢାଉ କରିଛି। ପୂର୍ବାହ୍ନ ୧୦ରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଚଢ଼ାଉ କରିବା ସହ ଫରେଷ୍ଟ ଗାର୍ଡ ସାହୁଙ୍କୁ ଅଧିକାରୀମାନେ ଜେରା କରିଥିଲେ। ପରେ ଫରେଷ୍ଟ ଗାର୍ଡ ସାହୁଙ୍କୁ ଅଧିକାରୀମାନେ ନିଜ ଗାଡିରେ ନେଇଯାଇଥିଲେ। ଏହି ଖବର ସଂଗ୍ରହ ପାଇଁ ଗଣମାଧ୍ୟମ ପ୍ରତିନିଧି ଦୀର୍ଘ ସମୟ ଧରି ଅଶୋକଙ୍କ ବାସଭବନ ଆଗରେ ଅପେକ୍ଷା କରିଥିଲେ ମଧ୍ୟ ଅଧିକାରୀମାନେ କୌଣସି ତଥ୍ୟ ଦେବାକୁ ମନା କରିଦେଇଥିଲେ। ଜଙ୍ଗଲ ବିଭାଗର ବନୀକରଣ ଓ ଏମ୍ଜିଏନ୍ଆର୍ଇଜିଏସ୍ରେ ହୋଇଥିବା ବହୁ କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ ପରେ ଇଡି ପକ୍ଷରୁ ଚଢ଼ାଉ ହୋଇଥିବା ଚର୍ଚ୍ଚା ହେଉଛି। ସୂଚନାଯୋଗ୍ୟ, ପୂର୍ବରୁ ସମ୍ପୃକ୍ତ ଫରେଷ୍ଟ ଗାର୍ଡ ସାହୁଙ୍କ ନାଁରେ ଅନେକ ଅଭିଯୋଗ ରହିଥିବା ଜଣାପଡିଛି।
The post ଇଡି ପଞ୍ଝାରେ ଫରେଷ୍ଟ ଗାର୍ଡ: ବାସଭବନରେ ୭ଘଣ୍ଟା ଚଢ଼ାଉ appeared first on Dharitri Odia News.