ମହିଳାଙ୍କୁ ଆଜୀବନ କାରାଦଣ୍ଡ
ବ୍ରହ୍ମପୁର,୨୬ା୩(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ପୋଲିସ ଜିଲା କେ.ନୂଆଗାଁ ଥାନା ଅନ୍ତର୍ଗତ ଚୌଧୁରୀ ଟିକରପଡ଼ା ଗ୍ରାମରେ ୨୦୨୩ ଜାନୁଆରୀ ୮ରେ ଜଣେ ଭିନ୍ନକ୍ଷମ ଯୁବତୀ ବିଷ୍ଣୁପ୍ରିୟା ସାହୁ(୩୮)ଙ୍କୁ ହତ୍ୟା କରାଯାଇଥିଲା। ଗଞ୍ଜାମ ଜିଲା ଦୌରାଜଜ୍ ରୂପଶ୍ରୀ ଚୌଧୁରୀ ଉକ୍ତ ହତ୍ୟା ମାମଲାର ଶୁଣାଣି କରି ମୁଖ୍ୟ ଅଭିଯୁକ୍ତ ଥିବା ଚୌଧୁରୀ ଟିକରପଡ଼ା ଗ୍ରାମର ବିନୋଦ ଅଧିକାରୀଙ୍କ ସ୍ତ୍ରୀ ରୁବିତା(୪୮)ଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ୧୫ ହଜାର ଟଙ୍କା ଜରିମାନା ଦେବାକୁ ତାଙ୍କ ରାୟରେ ଉଲ୍ଲେଖ […] The post ମହିଳାଙ୍କୁ ଆଜୀବନ କାରାଦଣ୍ଡ appeared first on Dharitri Odia News.
ବ୍ରହ୍ମପୁର,୨୬ା୩(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ପୋଲିସ ଜିଲା କେ.ନୂଆଗାଁ ଥାନା ଅନ୍ତର୍ଗତ ଚୌଧୁରୀ ଟିକରପଡ଼ା ଗ୍ରାମରେ ୨୦୨୩ ଜାନୁଆରୀ ୮ରେ ଜଣେ ଭିନ୍ନକ୍ଷମ ଯୁବତୀ ବିଷ୍ଣୁପ୍ରିୟା ସାହୁ(୩୮)ଙ୍କୁ ହତ୍ୟା କରାଯାଇଥିଲା।
ଗଞ୍ଜାମ ଜିଲା ଦୌରାଜଜ୍ ରୂପଶ୍ରୀ ଚୌଧୁରୀ ଉକ୍ତ ହତ୍ୟା ମାମଲାର ଶୁଣାଣି କରି ମୁଖ୍ୟ ଅଭିଯୁକ୍ତ ଥିବା ଚୌଧୁରୀ ଟିକରପଡ଼ା ଗ୍ରାମର ବିନୋଦ ଅଧିକାରୀଙ୍କ ସ୍ତ୍ରୀ ରୁବିତା(୪୮)ଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ୧୫ ହଜାର ଟଙ୍କା ଜରିମାନା ଦେବାକୁ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି। ରାୟ ପ୍ରକାଶ ପରେ ରୁବିତା ଅଧିକାରୀଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଉକ୍ତ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ରୁବିତାଙ୍କ ସହଯୋଗୀ ତଥା ତାଙ୍କ ପ୍ରେମିକ ପଦ୍ମନ ସାହୁ(୪୨ )ଙ୍କୁ ପ୍ରମାଣ ଅଭାବରୁ ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି। କେ.ନୂଆଗାଁ ପୋଲିସ ମାମଲା ନଂ୬/୨୩ ରେ ଉପରୋକ୍ତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ମାମଲାର ବିଚାରବେଳେ ୧୭ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା। ସାକ୍ଷୀମାନଙ୍କ ବୟାନକୁ ଆଧାର କରି ଜଜ୍ ଉପରୋକ୍ତ ରାୟ ପ୍ରକାଶ କରିଛନ୍ତି। ସରକାରଙ୍କ ପକ୍ଷରୁ ପବ୍ଲିକ ପ୍ରସିକ୍ୟୁଟର ତ୍ରିଲୋଚନ ପରିଡ଼ା ମୋକଦ୍ଦମା ପରିଚାଳନା କରିଥିଲେ।
The post ମହିଳାଙ୍କୁ ଆଜୀବନ କାରାଦଣ୍ଡ appeared first on Dharitri Odia News.