ପଥକୁ ଓହ୍ଲାଇବେ ଦାରୁଦିଅଁ

ପୁରୀ ୭ା୭(ଅଜିତ୍‌ କୁମାର ମହାନ୍ତି)ରବିବାର ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା। ଏହି ଦିବସରେ ଅର୍ଥାତ୍‌ ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ ଦାରୁଦିଅଁ ଶ୍ରୀମନ୍ଦିର ରତ୍ନବେଦି ଛାଡ଼ି ପଥ(ବଡ଼ଦାଣ୍ଡ)କୁ ଓହ୍ଲାଇବେ। ରଥରେ ଯିବେ ଶ୍ରୀଗୁଣ୍ଡିଚା ମନ୍ଦିର। ଏଥିପାଇଁ ୩ ରଥ ନନ୍ଦିଘୋଷ, ଦେବଦଳନ ଏବଂ ତାଳଧ୍ୱଜ ସିଂହଦ୍ୱାର ସମ୍ମୁଖରେ ସଜେଇ ହୋଇରହିଥିବାବେଳେ ପଥ ମଧ୍ୟ ପ୍ରସ୍ତୁତ ହୋଇରହିଛି। ଚତୁର୍ଦ୍ଧା ବିଗ୍ରହଙ୍କ ଗୁଣ୍ଡିଚାଯାତ୍ରା ଭଳି ଦିବ୍ୟ ମୁହୂର୍ତ୍ତର ସାକ୍ଷୀ ହେବା ପାଇଁ ଅଗଣିତ ଭକ୍ତ ଅପେକ୍ଷା କରି ରହିଛନ୍ତି। ଏଥିପାଇଁ ଶନିବାରଠାରୁ ଶ୍ରୀକ୍ଷେତ୍ର […] The post ପଥକୁ ଓହ୍ଲାଇବେ ଦାରୁଦିଅଁ appeared first on Dharitri Odia News.

ପଥକୁ ଓହ୍ଲାଇବେ ଦାରୁଦିଅଁ

ପୁରୀ ୭ା୭(ଅଜିତ୍‌ କୁମାର ମହାନ୍ତି)ରବିବାର ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା। ଏହି ଦିବସରେ ଅର୍ଥାତ୍‌ ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ ଦାରୁଦିଅଁ ଶ୍ରୀମନ୍ଦିର ରତ୍ନବେଦି ଛାଡ଼ି ପଥ(ବଡ଼ଦାଣ୍ଡ)କୁ ଓହ୍ଲାଇବେ। ରଥରେ ଯିବେ ଶ୍ରୀଗୁଣ୍ଡିଚା ମନ୍ଦିର। ଏଥିପାଇଁ ୩ ରଥ ନନ୍ଦିଘୋଷ, ଦେବଦଳନ ଏବଂ ତାଳଧ୍ୱଜ ସିଂହଦ୍ୱାର ସମ୍ମୁଖରେ ସଜେଇ ହୋଇରହିଥିବାବେଳେ ପଥ ମଧ୍ୟ ପ୍ରସ୍ତୁତ ହୋଇରହିଛି। ଚତୁର୍ଦ୍ଧା ବିଗ୍ରହଙ୍କ ଗୁଣ୍ଡିଚାଯାତ୍ରା ଭଳି ଦିବ୍ୟ ମୁହୂର୍ତ୍ତର ସାକ୍ଷୀ ହେବା ପାଇଁ ଅଗଣିତ ଭକ୍ତ ଅପେକ୍ଷା କରି ରହିଛନ୍ତି। ଏଥିପାଇଁ ଶନିବାରଠାରୁ ଶ୍ରୀକ୍ଷେତ୍ର ହୋଇପଡ଼ିଛି ଜଗନ୍ନାଥମୟ।
ଘୋଷଯାତ୍ରାର ଅବ୍ୟବହିତ ପୂର୍ବରୁ ଶନିବାର ପ୍ରତିପଦା ତିଥିରେ ଶ୍ରୀମନ୍ଦିରରେ ସକାଳଧୂପ ଶେଷ ହେବାପରେ ରଥଖଳାକୁ ଆଜ୍ଞାମାଳ ବିଜେ ହୋଇଥିଲା। ୩ ଜଣ ପୂଜାପଣ୍ଡା ପଟିଦିଅଁଙ୍କଠାରୁ ଆଜ୍ଞାମାଳ ଆଣିଥିଲେ। ଏହାପରେ ଘଣ୍ଟ ଛତା କାହାଳୀ ସହ ପୂଜାପଣ୍ଡା ସାମନ୍ତ ରଥଖଳାକୁ ଆଜ୍ଞାମାଳା ବିଜେ କରିଥିଲେ। ପ୍ରଥମେ ବଡ଼ଠାକୁର ବଳଭଦ୍ରଙ୍କ ରଥରେ, ଦ୍ୱିତୀୟରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ, ଶେଷରେ ମା’ ସୁଭଦ୍ରାଙ୍କ ଦେବଦଳନ ରଥରେ ଆଜ୍ଞାମାଳ ବିଜେ କରାଯାଇଥିଲା। ଏହାପରେ ଭୋଇ ସେବକମାନେ ରଥରେ ଦଉଡି଼ ସଂଯୋଗ କରିଥିଲେ। ବିଜେ କାହାଳୀ ଦିଆଯିବା ପରେ ପରମ୍ପରା ଅନୁଯାୟୀ ପ୍ରଥମେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥକୁ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖକୁ ଟଣାଯାଇଥିଲା। ପରେ ଦେବଦଳନ ରଥ ଏବଂ ଶେଷରେ ତାଳଧ୍ୱଜ ରଥକୁ ଟଣାଯାଇ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ପହଞ୍ଚାଯାଇଥିଲା। ସିଂହଦ୍ୱାର ସମ୍ମୁଖରେ ଲାଗିବା ପରେ ତିନି ରଥକୁ ପୋଲିସ ପକ୍ଷରୁ ଲୁହା ବ୍ୟାରିକେଡ୍‌ ଦ୍ୱାରା ଆବଦ୍ଧ କରାଯାଇଥିଲା। ଅପରପକ୍ଷରେ ତିଥି କ୍ଷୟ ଯାଉଥିବାରୁ ଚଳିତ ବର୍ଷ ରଥଯାତ୍ରା ଦିନ ହିଁ ନବଯୌବନ ଓ ନେତ୍ରୋତ୍ସବ ପଡୁଛି। ତେଣୁ ଭକ୍ତମାନେ ମହାପ୍ରଭୁଙ୍କର ନବଯୌବନ ଦର୍ଶନରୁ ବଞ୍ଚତ୍ତ ହୋଇଛନ୍ତି। ରବିବାର ରଥ ଉପରେ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ ସହ ରଥଟାଣି ନିଜକୁ ଧନ୍ୟ ମନେକରିବେ। ଭକ୍ତଙ୍କ ପ୍ରବଳ ସମାଗମକୁ ଦୃଷ୍ଟିରେ ରଖି ଜିଲା ପୋଲିସ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି।

The post ପଥକୁ ଓହ୍ଲାଇବେ ଦାରୁଦିଅଁ appeared first on Dharitri Odia News.