ଏକାମ୍ର କ୍ଷେତ୍ର ପରିଦର୍ଶନ କଲେ ୫-ଟି ଅଧ୍ୟକ୍ଷ

ଭୁବନେଶ୍ୱର,୨୩ା୨(ଅସମାପିକା ସାହୁ): ଶୁକ୍ରବାର ସକାଳେ ୫-ଟି ଏବଂ ନବୀନ ଓଡ଼ିଶାର ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଭୁବନେଶ୍ୱରର ପୁରୁଣା ଏକାମ୍ର କ୍ଷେତ୍ର ପରିଦର୍ଶନ କରିଛନ୍ତି। ୨୦୨୫ ସୁଦ୍ଧା ଏହି ପ୍ରକଳ୍ପ ଶେଷ କରିବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରକଳ୍ପ ପରିଚାଳନାକୁ ଉତ୍ସାହିତ କରି ସେ କହିଛନ୍ତି, ଯଦିଓ କାର୍ଯ୍ୟଟି ମନ୍ଥର ଦେଖାଯାଉଛି ତଥାପି ତାଙ୍କ ଟିମ୍‌ ଉପରେ ତାଙ୍କର ସମ୍ପୂର୍ଣ୍ଣ ବିଶ୍ୱାସ ଅଛି ଏବଂ ସେମାନେ ନିଶ୍ଚିତ ଭାବରେ ଏହା କରିପାରିବେ। ସେ ସାନିଟାରିୟମ ଛକ ନିକଟରେ […] The post ଏକାମ୍ର କ୍ଷେତ୍ର ପରିଦର୍ଶନ କଲେ ୫-ଟି ଅଧ୍ୟକ୍ଷ appeared first on Dharitri Odia News.

ଏକାମ୍ର କ୍ଷେତ୍ର ପରିଦର୍ଶନ କଲେ ୫-ଟି ଅଧ୍ୟକ୍ଷ

ଭୁବନେଶ୍ୱର,୨୩ା୨(ଅସମାପିକା ସାହୁ): ଶୁକ୍ରବାର ସକାଳେ ୫-ଟି ଏବଂ ନବୀନ ଓଡ଼ିଶାର ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଭୁବନେଶ୍ୱରର ପୁରୁଣା ଏକାମ୍ର କ୍ଷେତ୍ର ପରିଦର୍ଶନ କରିଛନ୍ତି। ୨୦୨୫ ସୁଦ୍ଧା ଏହି ପ୍ରକଳ୍ପ ଶେଷ କରିବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ପ୍ରକଳ୍ପ ପରିଚାଳନାକୁ ଉତ୍ସାହିତ କରି ସେ କହିଛନ୍ତି, ଯଦିଓ କାର୍ଯ୍ୟଟି ମନ୍ଥର ଦେଖାଯାଉଛି ତଥାପି ତାଙ୍କ ଟିମ୍‌ ଉପରେ ତାଙ୍କର ସମ୍ପୂର୍ଣ୍ଣ ବିଶ୍ୱାସ ଅଛି ଏବଂ ସେମାନେ ନିଶ୍ଚିତ ଭାବରେ ଏହା କରିପାରିବେ।

ସେ ସାନିଟାରିୟମ ଛକ ନିକଟରେ ଉତ୍ତର ପାର୍କିଂଠାରୁ ଆରମ୍ଭ କରି ବିକାଶ ଯୋଜନାର ସମସ୍ତ ଯାଞ୍ଚ କରିଥିଲେ, ଯେଉଁଠାରେ ବସ୍‌ ପାର୍କିଂ ଏବଂ କାର୍‌ ପାର୍କିଂ ବ୍ୟତୀତ ପର୍ଯ୍ୟଟନ ସୁବିଧା, ଭେଣ୍ଡିଂ ଜୋନ୍‌ ଏବଂ ଲିଙ୍ଗରାଜ ପୋଲିସ ଷ୍ଟେଶନ ନିର୍ମାଣ କରାଯିବ।

ଦୋକାନୀ ଏବଂ ବିକ୍ରେତାଙ୍କ ପୁନର୍ବାସ ଉପରେ ଧ୍ୟାନ ଦେଇ ସେ କହିଛନ୍ତି, ସମସ୍ତ ଉପାୟରେ ସେମାନଙ୍କ ଜୀବିକା ନିଶ୍ଚିତ ହେବା ଆବଶ୍ୟକ।

ସେ ବିନ୍ଦୁସାଗର ରାସ୍ତା ସହିତ ସମାନ୍ତରାଳ ଭାବେ କୋଟିତୀର୍ଥେଶ୍ୱରରୁ ତାଳେଶ୍ୱର ପର୍ଯ୍ୟନ୍ତ ବିକଳ୍ପ ରାସ୍ତା ପରିଦର୍ଶନ କରିଥିଲେ ଏବଂ ଜମି ଆବଶ୍ୟକତା ଏବଂ ଡ୍ରେନ୍‌ ସମୀକ୍ଷା କରିଥିଲେ।
ଡ୍ରେନ୍‌ ନିର୍ମାଣ ପାଇଁ ଆବଶ୍ୟକ ସ୍ଥଳେ ଜମି ହସ୍ତାନ୍ତର କରିବାକୁ ସେ ବିଏମସିକୁ ପରାମର୍ଶ ଦେଇଛନ୍ତି। ସେ ଅନନ୍ତ ବାସୁଦେବ ମନ୍ଦିର ପଛରେ ଥିବା ସ୍ଥାନ, ଖୋଲା ଭଜନ ମଣ୍ଡପ ଏବଂ ଲିଙ୍ଗରାଜ ପ୍ଲାଜା ଅଞ୍ଚଳ ଯାଞ୍ଚ କରିଥିଲେ।

The post ଏକାମ୍ର କ୍ଷେତ୍ର ପରିଦର୍ଶନ କଲେ ୫-ଟି ଅଧ୍ୟକ୍ଷ appeared first on Dharitri Odia News.