ହେଲୋକିଟି ଏରୋପ୍ଲେନ୍
ଫ୍ଲାଇଟ୍ରେ ଅନେକେ ଯାଇଥିବେ। ତେବେ ଶିକାଗୋ ଏବଂ ମିଡଓ୍ବେଷ୍ଟରୁ, ଏସିଆ ଓ ଚାଇନାକୁ ଯାଉଥିବା ବୋଇଂ ୭୭୭-୩୦୦ ଇଆର୍ ବିମାନରେ ଯିଏ ଥରେ ଯାତ୍ରା କରିବେ ସେ ନିଶ୍ଚିତଭାବେ ଭିନ୍ନ ଏକ ସ୍ମୃତି ସାଉଁଟିବେ। କାରଣ ଏହି ବିମାନ ବେଶ୍ ମଜାଦାର। ଖାସ୍ କରି ଛୋଟ ପିଲାଙ୍କୁ ଏହି ବିମାନରେ ଯିବାକୁ ବେଶି ଭଲ ଲାଗିବ। କାରଣ ଏହାକୁ ହେଲୋ କିଟି ଥିମ୍ରେ ସଜା ଯାଇଛି। ଏହାର ଚତୁଃପାର୍ଶ୍ୱରେ ହେଲୋ କିଟିର ରଙ୍ଗିନ ଚିତ୍ର କରାଯାଇଛି, ଯାହାକି […] The post ହେଲୋକିଟି ଏରୋପ୍ଲେନ୍ appeared first on Dharitri Odia News.
ଫ୍ଲାଇଟ୍ରେ ଅନେକେ ଯାଇଥିବେ। ତେବେ ଶିକାଗୋ ଏବଂ ମିଡଓ୍ବେଷ୍ଟରୁ, ଏସିଆ ଓ ଚାଇନାକୁ ଯାଉଥିବା ବୋଇଂ ୭୭୭-୩୦୦ ଇଆର୍ ବିମାନରେ ଯିଏ ଥରେ ଯାତ୍ରା କରିବେ ସେ ନିଶ୍ଚିତଭାବେ ଭିନ୍ନ ଏକ ସ୍ମୃତି ସାଉଁଟିବେ। କାରଣ ଏହି ବିମାନ ବେଶ୍ ମଜାଦାର। ଖାସ୍ କରି ଛୋଟ ପିଲାଙ୍କୁ ଏହି ବିମାନରେ ଯିବାକୁ ବେଶି ଭଲ ଲାଗିବ। କାରଣ ଏହାକୁ ହେଲୋ କିଟି ଥିମ୍ରେ ସଜା ଯାଇଛି। ଏହାର ଚତୁଃପାର୍ଶ୍ୱରେ ହେଲୋ କିଟିର ରଙ୍ଗିନ ଚିତ୍ର କରାଯାଇଛି, ଯାହାକି ବିମାନକୁ ଭିନ୍ନ ଲୁକ୍ ଦେଇଥାଏ। ଏହାବାଦ ଏହାର କ୍ରୁ ସଦସ୍ୟମାନେ ହେଲୋ କିଟି ୟୁନିଫର୍ମ ପିନ୍ଧନ୍ତି। ଏହାର ଇଣ୍ଟେରିୟର୍, ହେଡ୍ରେଷ୍ଟ, ତକିଆ, ଏୟାର ସିକ୍ନେସ୍ ବ୍ୟାଗ୍, ଏମିତିକି ଟଏଲେଟ୍ ପେପର୍ରେ ବି ହେଲୋ କିଟି କାର୍ଟୁନ୍ର ବିଭିନ୍ନ ଚରିତ୍ରର ଚିତ୍ର ଥିବା ଦେଖିବାକୁ ମିଳେ। ଖାଦ୍ୟ ବି ଏଠି ହେଲୋକିଟି ଥିମ୍ରେ ପ୍ରସ୍ତୁତ କରାଯାଏ। ସେଥିପାଇଁ ତ ଏଥିରେ ଯାତ୍ରା କରିଥିବା ଯାତ୍ରୀଙ୍କ ପାଇଁ ଅଭୁଲା ହୋଇ ରହିଯାଏ।
The post ହେଲୋକିଟି ଏରୋପ୍ଲେନ୍ appeared first on Dharitri Odia News.