ଶଖାଙ୍କ ପାଖକୁ ଆସିଛନ୍ତି ସୁଦାମା
ଭୁବନେଶ୍ୱର,୭।୭: ଶ୍ରୀକ୍ଷେତ୍ରରେ ଭକ୍ତ ସୁଦାମା। ବଡ଼ଦାଣ୍ଡରେ ଶୋଇ ନିଜ ସଖାକୁ ଅପେକ୍ଷା କରିଛନ୍ତି। ଖାଲି ପାଦରେ ଚାଲି ଚାଲି ଅଣ୍ଟାରେ ଖୁଦ ମୁଠି ନେଇ ଅନେକ ଦୂରରୁ ଆସିଥିବା ସୁଦାମା ସଖା କୃଷ୍ଣଙ୍କୁ ଭେଟିବା ପାଇଁ ଧାଇଁ ଆସିଛନ୍ତି। ତାଙ୍କ ଆଖିରେ ଭାବର ଲୁହ। ଏହି ସୁଦାମା ହେଉଛନ୍ତି ବ୍ରହ୍ମପୁର ଅଞ୍ଚଳର ପ୍ରଫୁଲ୍ଲ। ଦୀର୍ଘ ୭ ବର୍ଷ ଧରି ସେ ସୁଦାମା ବେଶରେ ରଥଯାତ୍ରାରେ କାଳିଆ ପାଖକୁ ଆସନ୍ତି। ଆଜି ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା। ଏହି ଦିବସରେ […] The post ଶଖାଙ୍କ ପାଖକୁ ଆସିଛନ୍ତି ସୁଦାମା appeared first on Dharitri Odia News.
ଭୁବନେଶ୍ୱର,୭।୭: ଶ୍ରୀକ୍ଷେତ୍ରରେ ଭକ୍ତ ସୁଦାମା। ବଡ଼ଦାଣ୍ଡରେ ଶୋଇ ନିଜ ସଖାକୁ ଅପେକ୍ଷା କରିଛନ୍ତି। ଖାଲି ପାଦରେ ଚାଲି ଚାଲି ଅଣ୍ଟାରେ ଖୁଦ ମୁଠି ନେଇ ଅନେକ ଦୂରରୁ ଆସିଥିବା ସୁଦାମା ସଖା କୃଷ୍ଣଙ୍କୁ ଭେଟିବା ପାଇଁ ଧାଇଁ ଆସିଛନ୍ତି। ତାଙ୍କ ଆଖିରେ ଭାବର ଲୁହ। ଏହି ସୁଦାମା ହେଉଛନ୍ତି ବ୍ରହ୍ମପୁର ଅଞ୍ଚଳର ପ୍ରଫୁଲ୍ଲ। ଦୀର୍ଘ ୭ ବର୍ଷ ଧରି ସେ ସୁଦାମା ବେଶରେ ରଥଯାତ୍ରାରେ କାଳିଆ ପାଖକୁ ଆସନ୍ତି। ଆଜି ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା। ଏହି ଦିବସରେ ଅର୍ଥାତ ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ ଦାରୁଦିଅଁ ଶ୍ରୀମନ୍ଦିର ରତ୍ନବେଦି ଛାଡ଼ି ପଥ(ବଡ଼ଦାଣ୍ଡ)କୁ ଓହ୍ଲାଇଥାନ୍ତି। ଭେରି ତୁରୀ ବାଦ୍ୟ, ହରିବୋଲ ଧ୍ୱନୀରେ ପ୍ରକମ୍ପିତ ହେଉଛି ବଡ଼ଦାଣ୍ଡ। ମହାପ୍ରଭୁଙ୍କୁ ଦେଖିବାକୁ ଲକ୍ଷାଧିକ ଭକ୍ତଙ୍କ ସୁଅଛୁଟଛି।
The post ଶଖାଙ୍କ ପାଖକୁ ଆସିଛନ୍ତି ସୁଦାମା appeared first on Dharitri Odia News.