ସ୍ମାଇଲଗୋଲ୍ଡରୁ ଟିଭିଏସ୍‌ ଜୁପିଟର ଜିତିଲେ ସ୍ନେହଲତା

ଭୁବନେଶ୍ୱର,୧୩।୯: (ଅଭୟ ଦାଶ): ରାଜ୍ୟର ଅଗ୍ରଣ ଅଳଙ୍କାର ପ୍ରତିଷ୍ଠାନ ସ୍ମାଇଲଗୋଲ୍ଡର ବହୁ ପ୍ରତୀକ୍ଷିତ ‘ବମ୍ପର ଲକି ଡ୍ର’ର ଉଠାଣ ସାଙ୍ଗକୁ ବିଜେତାଙ୍କ ନାମ ଘୋଷଣା କରାଯାଇଛି। ଉଲ୍ଲେଖଯୋଗ୍ୟ, ପ୍ରତିବର୍ଷ ରାମନବମୀ ଅବସରରେ ବମ୍ପର ଲକି ଡ୍ରର ଶୁଭାରମ୍ଭ କରାଯାଇଥିଲାବେଳେ ପାର୍ବଣ ପୂର୍ବରୁ ଉକ୍ତ ଲକି ଡ୍ରର ଉଠାଣ କରାଯାଇଥାଏ। ଏପରିକି ଚଳିତ ବର୍ଷର ବିଜେତା ଭୁବନେଶ୍ୱରର ଗ୍ରାହକ ସ୍ନେହଲତା ନାୟକ ପ୍ରଥମ ବିଜେତା ଭାବେ ଆକର୍ଷଣୀୟ ଟିଭିଏସ୍‌ ଜୁପିଟର ଜିତିଥିଲାବେଳେ ୨ୟ ବିଜେତା ଦୀପ୍ତିରଞ୍ଜନ ଭୋଳ ହୀରାମୁଦି […] The post ସ୍ମାଇଲଗୋଲ୍ଡରୁ ଟିଭିଏସ୍‌ ଜୁପିଟର ଜିତିଲେ ସ୍ନେହଲତା appeared first on Dharitri Odia News.

ସ୍ମାଇଲଗୋଲ୍ଡରୁ ଟିଭିଏସ୍‌ ଜୁପିଟର ଜିତିଲେ ସ୍ନେହଲତା

ଭୁବନେଶ୍ୱର,୧୩।୯: (ଅଭୟ ଦାଶ): ରାଜ୍ୟର ଅଗ୍ରଣ ଅଳଙ୍କାର ପ୍ରତିଷ୍ଠାନ ସ୍ମାଇଲଗୋଲ୍ଡର ବହୁ ପ୍ରତୀକ୍ଷିତ ‘ବମ୍ପର ଲକି ଡ୍ର’ର ଉଠାଣ ସାଙ୍ଗକୁ ବିଜେତାଙ୍କ ନାମ ଘୋଷଣା କରାଯାଇଛି।
ଉଲ୍ଲେଖଯୋଗ୍ୟ, ପ୍ରତିବର୍ଷ ରାମନବମୀ ଅବସରରେ ବମ୍ପର ଲକି ଡ୍ରର ଶୁଭାରମ୍ଭ କରାଯାଇଥିଲାବେଳେ ପାର୍ବଣ ପୂର୍ବରୁ ଉକ୍ତ ଲକି ଡ୍ରର ଉଠାଣ କରାଯାଇଥାଏ। ଏପରିକି ଚଳିତ ବର୍ଷର ବିଜେତା ଭୁବନେଶ୍ୱରର ଗ୍ରାହକ ସ୍ନେହଲତା ନାୟକ ପ୍ରଥମ ବିଜେତା ଭାବେ ଆକର୍ଷଣୀୟ ଟିଭିଏସ୍‌ ଜୁପିଟର ଜିତିଥିଲାବେଳେ ୨ୟ ବିଜେତା ଦୀପ୍ତିରଞ୍ଜନ ଭୋଳ ହୀରାମୁଦି ଜିତିଥିଲେ। ଅପରପକ୍ଷରେ ରାଜ୍ୟର ବିଭିନ୍ନ କୋଣରୁ ୧୦ଜଣ ଭାଗ୍ୟଶାଳୀ ଗ୍ରାହକ ଏହି ଲକି ଡ୍ର ଜରିଆରେ ଗ୍ରାଇଣ୍ଡର ଜିତିଥିଲାବେଳେ ୧୦ ଜଣ ଗ୍ରାହକ ସ୍ମାର୍ଟଓ୍ବାଚ୍‌ ଜିତିଛନ୍ତି। ଏହି ପରିପ୍ରେକ୍ଷୀରେ ଆୟୋଜିତ ଏକ ସ୍ବତନ୍ତ୍ର ସମ୍ମାନ ଉତ୍ସବରେ ଯୋଗଦେଇ ସ୍ମାଇଲଗୋଲ୍ଡର ଏମ୍‌ଡି ଇଂ. ବାବୁରାମ ସ୍ବାଇଁ ବିଜେତାମାନଙ୍କୁ ପୁରସ୍କୃତ କରିବା ସହ ଧନ୍ୟବାଦ ଜଣାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସାମାଜିକ କର୍ମୀ ଜାପାନୀ ରାଉତରାୟ, ଜିବୁରାମ ସାହୁଙ୍କ ସମେତ ସ୍ମାଇଲଗୋଲ୍ଡ ପରିବାର ଓ ଅନ୍ୟମାନେ ଉପସ୍ଥିତ ଥିଲେ।

The post ସ୍ମାଇଲଗୋଲ୍ଡରୁ ଟିଭିଏସ୍‌ ଜୁପିଟର ଜିତିଲେ ସ୍ନେହଲତା appeared first on Dharitri Odia News.